ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଓ ଛାତ୍ରଛାତ୍ରୀଙ୍କୁ ମାଡ଼ ମରାଯିବା ଘଟଣାକୁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ନିନ୍ଦା କରିବା ସହ କିଟ୍ ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଗିରଫ ଦାବି କରିଛନ୍ତି।

ସେ କହିଛନ୍ତି ଛାତ୍ରୀ ଦୁଇ ସାଇଡ କରିବା ଘଟଣାରେ ଛାତ୍ରଛାତ୍ରୀ ପ୍ରତିବାଦ କରିବାରୁ ସେମାନଙ୍କୁ ମାଡ଼ ମରାଯାଇଛି ଓ ସାଇନ୍ ଏ ଡାଏ ଘୋଷଣା କରାଯାଇଥିଲା। କିନ୍ତୁ କେବଳ ନେପାଳୀ ଛାତ୍ର ଛାତ୍ରୀଙ୍କ ପାଇଁ ସାଇନ୍ ଏ ଡାଏ କାହିଁକି ଘୋଷଣା କରା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ସେଥିପାଇଁ କିଟ୍ ପ୍ରତିଷ୍ଠାତାଙ୍କ ଗିରଫ ଦାବି କରିଛନ୍ତି ଏବଂ ଘଟଣାର ନ୍ୟାୟିକ ତଦନ୍ତ ଦାବି କରିଛନ୍ତି। ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ନ ଦେଲେ ସେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି। ସେହିଭଳି କିଟରେ କେତେକ ଆଇଏଏସ୍ ଓ ଆଇପିଏସଙ୍କ ପତ୍ନୀ ଚାକିରି କରିଛନ୍ତି ବୋଲି କହିଛନ୍ତି ବିଧାୟକ ଶ୍ରୀ ବାହିନୀପତି।
ଅପରପକ୍ଷେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ବିଧାନସଭାରେ ଉତ୍ତର ରଖି କହିଛନ୍ତି ଯେ କିଟ୍ ମାମଲାରେ ଏପର୍ଯ୍ୟନ୍ତ ୧୦ ଜଣଙ୍କୁ ଗିରଫ କରାଯାଇଛି। ସେପଟେ କିଟ୍ କାଣ୍ଡ ନେଇ ରାଜ୍ୟ ଅତିଥି ଭବନରେ ଉଚ୍ଚସ୍ତରୀୟ କମିଟିର ଶୁଣାଣି ଆରମ୍ଭ ହୋଇଛି।

କିଟ୍‌ ପରିସରରେ ଛାତ୍ରଛାତ୍ରୀଙ୍କୁ ମାଡ଼ ମରାଯିବା ଘଟଣାରେ ପୁଲିସ ୫ ଜଣଙ୍କୁ ଗିରଫ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ୩ ଜଣ ନିର୍ଦ୍ଦେଶକ ଓ ୨ ଜଣ ସୁରକ୍ଷା କର୍ମୀ

ନିର୍ଦ୍ଦେଶକ ୩ ଜଣ ହେଲେ ଶିବାନନ୍ଦ ମିଶ୍ର, ପ୍ରତାପ ଚମ୍ପତ୍ତି, ସୁଧୀର ରଥ। ସେହିଭଳି ଗରଫ ସୁରକ୍ଷା କର୍ମୀ ହେଲେ ରମାକାନ୍ତ ନାୟକ, ଯୋଗେନ୍ଦ୍ର ବେହେରା। ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଛାତ୍ରଛାତ୍ରୀଙ୍କୁ ମାଡ଼ ମରାଯିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ପ୍ରତିବାଦ କରାଯାଇଛି। ନବନିର୍ମାଣ ଛାତ୍ର ସଂଗଠନ ପକ୍ଷରୁ କିଟ୍‌ ପରିସରରେ ପଶିବା ପାଇଁ ଚେଷ୍ଟା କରିଥିଲେ। ଫଳରେ ସୁରକ୍ଷା କର୍ମୀ ଓ ଛାତ୍ର ସଂଗଠନ କର୍ମକର୍ତ୍ତାଙ୍କ ମଧ୍ୟରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା। ସେହିଭଳି କାଠମାଣ୍ଡୁ କଂଗ୍ରେସ ସଂଗଠନ ପକ୍ଷରୁ ଘଟଣାକୁ ନିନ୍ଦା କରାଯାଇଛି।
ଅପରପକ୍ଷେ ଘଟଣାର ତଦନ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଫାକ୍ଟ ଫାଇଣ୍ଡିଂ ଟିମ୍‌ ଗଠନ କରାଯାଇଛି। ଏଥିରେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ରକ୍ଷା ଯାଇଛି। କମିଟି ଆଧାରରେ ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ପ୍ରକାଶ ଥାଉ କି କିଟ୍‌ରେ ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଛାତ୍ରୀଙ୍କ ମୃତ୍ୟୁର ପ୍ରତିବାଦ ଓ ଅଭିଯୁକ୍ତକୁ ଗିରଫ ଦାବିରେ ଛାତ୍ରଛାତ୍ରୀମାନେ ଭଙ୍ଗାରୁଜୁ କରିଥିଲେ। ଏହି ଘଟଣାରେ ସୁରକ୍ଷା କର୍ମୀମାନେ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।

କିଟ୍‌ର ଜଣେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ବିଶ୍ୱବିଦ୍ୟାଳୟ ପରିସରରେ ଦେଖାଦେଇଥିବା ଅପ୍ରିତିକର ପରିସ୍ଥିତି କ୍ରମରେ ନେବାର ଛାତ୍ରଛାତ୍ରୀମାନଙ୍କୁ ନିଜ ଦେଶକୁ ଫେରିଯିବା ପାଇଁ ନୋଟିସ କରିଥିଲେ କିଟ୍‌ କର୍ତ୍ତୃପକ୍ଷ। କିନ୍ତୁ ପରବର୍ତ୍ତୀ ସମୟରେ ଅନ୍ତର୍ଜାତୀୟ ସ୍ତରରେ ଚାପ ପଡ଼ିବା ପରେ ଏବେ ପୁଣି ଥରେ ଫେରି ଆସିବାକୁ ଅପିଲ୍‌ କରିଛନ୍ତି କର୍ତ୍ତୃପକ୍ଷ

ଖବର ନେବାରୁ ଜଣାପଡ଼ିଛି ଯେ, କିଟ୍‌ରେ ପଡଢ଼ୁଥିବା ଜଣେ ନେପାଳୀ ଛାତ୍ରୀ ଗତକାଲି ବିଳମ୍ବିତ ରାତିରେ ହଷ୍ଟେଲ ଭିତରେ ଆତ୍ମହତ୍ୟା କରିଥିଲେ। ଆଜି ସକାଳୁ ଛାତ୍ରୀଙ୍କୁ ମୃତଦେହ ମିଳିବା ପରେ କ୍ୟାମ୍ପସ୍‌ ଭିତରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ନେପାଳୀ ଛାତ୍ରଛାତ୍ରୀମାନେ କ୍ୟାମ୍ପସ୍‌ ଭିତରେ ଭଙ୍ଗାରୁଜା କରିବା ସହ ହୋ-ହଲ୍ଲା କରିଥିଲେ। ଏପରିସ୍ଥଳେ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିଥିଲା। ପ୍ରାଥମିକ ସୂଚନା ଅନୁଯାୟୀ ପ୍ରେମରେ ପ୍ରତାରଣା ପାଇଁ ଛାତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା। ପୁଲିସ ଉତ୍ତର ପ୍ରଦେଶ ଲକ୍ଷ୍ନୌର ଜଣେ ଛାତ୍ରଙ୍କୁ ମଧ୍ୟ ଗିରଫ କରିଛି।
ସେପଟେ ବିଶ୍ୱବିଦ୍ୟାଳୟରେ ପରିସ୍ଥିତିକୁ ଦେଖି ସାଇନ୍‌-ଏ-ଡାଏ ଘୋଷଣା କରାଯାଇଥିଲା। ନେପାଳର ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ୍‌ ଛାଡ଼ିବା ପାଇଁ ନୋଟିସ୍‌ କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କୁ ବସ୍‌ରେ କଟକ ରେଳ ଷ୍ଟେସନ୍‌ରେ ଛାଡ଼ି ଦିଆଯାଇଥିଲା। ସେଠାରୁ ରିଜର୍ଭେସନ ଟିକଟ ନ ମିଳିବାରୁ ସେମାନେ ଜେନେରାଲ୍‌ ବଗିରେ ପୁରୀ-ପାଟଣା ଏକ୍ସପ୍ରେସ୍‌ରେ ଯାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ନେପାଳର ପ୍ରଧାନମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରିଛନ୍ତି। ଛାତ୍ରଛାତ୍ରୀଙ୍କୁ କାହିଁକି କ୍ୟାମ୍ପସ୍‌ରୁ ଫେରାଇ ଦିଆଗଲା ସେ ନେଇ ପଚାରି ବୁଝିଛନ୍ତି। ଖୁବ୍‌ ଶିଘ୍ର ଦୁଇଜଣ ଅଧିକାରୀଙ୍କୁ ନେପାଳ ପ୍ରଧାନମନ୍ତ୍ରୀ ପଠାଇବାର ବ୍ୟବସ୍ଥା କରୁଛନ୍ତି ବୋଲି କହିଛନ୍ତି। ଏହା ପରେ ଏବେ ପୁଣିଥରେ ନଇଁଛି କିଟ୍‌ କର୍ତ୍ତୃପକ୍ଷ। ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ୍‌କୁ ଫେରି ଆସିବା ପାଇଁ ଅପିଲ କରିଛନ୍ତି ବିଶ୍ୱବିଦ୍ୟାଳୟ କୂଳପତି।

କିଟରେ ଛାତ୍ରୀ ଆତ୍ମହତ୍ୟା ପରେ ଉତ୍ତେଜନା
ପ୍ରେମ ସମ୍ପର୍କକୁ ନେଇ ତିକ୍ତତା ଏବଂ ଏହାକୁ କେନ୍ଦ୍ରକରି ଜଣେ ଛାତ୍ରୀ ଆତ୍ମହତ୍ୟା କରିବା ଭଳି ଘଟଣା ଏବେ ଲୋକଲୋଚନକୁ ଆସିଛି। ଯାହାକୁ କେନ୍ଦ୍ରକରି ବିଶ୍ଵବିଦ୍ୟାଳୟରେ ଅନ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା।

କେତେକ ଛାତ୍ର ବିଶ୍ଵବିଦ୍ୟାଳୟ ପରିସରରେ ଭଙ୍ଗାରୁଜା କରିଛନ୍ତି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ପୁଲିସ ନିୟୋଜିତ କରାଯାଇଛି।
ଖବର ନେବାରୁ ଜଣାପଡ଼ିଛି ଯେ ସୋମବାର ସକାଳେ ଭୁବନେଶ୍ଵର ପଟିଆସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟ ଛାତ୍ରୀ ନିବାସରୁ ଜଣେ ନେପାଳୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଯାହାକୁ କେନ୍ଦ୍ରକରି ବିଶ୍ଵବିଦ୍ୟାଳୟରେ ଉତ୍ତେଜନା ଦେଖା ଦେଇଥିଲା। ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ପରେ ତାହା ଏକ ଆତ୍ମହତ୍ୟା ବୋଲି ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଥିଲା। ଏହି ଘଟଣାରେ ପୁଲିସ ଜଣେ ଛାତ୍ରଙ୍କୁ ଗିରଫ କରିଛି। କେଉଁ କାରଣରୁ ଏ ନେଇ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ଝଗଡ଼ା ଯୋଗୁଁ ଏଭଳି ଘଟିଥିବା କୁହା ଯାଉଛି। ଏହି ଘଟଣାରେ ସଂପୃକ୍ତ ଛାତ୍ରକୁ ପୁଲିସ ଗିରଫ କରିଥିବା ବେଳେ କ୍ୟାମ୍ପସ ଛାଡ଼ିବା ପାଇଁ ସମସ୍ତ ଛାତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କିଟ୍ କୁଳପତି।