ଆଇସିସି ଚାମ୍ପିଅନ ଟ୍ରଫିରେ ଭାରତ ପାକିସ୍ତାନ ମ୍ୟାଚକୁ ନେଇ ପୂର୍ବାନୁମାନ କରିଥିବା ଆଇଆଇଟି ବାବା ଏବେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଟ୍ରୋଲ୍ ହୋଇଛନ୍ତି। ବିଭିନ୍ନ ମହଲରେ ତାଙ୍କୁ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଇ ଟ୍ରୋଲ କରାଯାଇଥିବା ଦେଖିବାକୁ ମିଳିଛି।
ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ମ୍ୟାଚ୍ ପୂର୍ବରୁ ପାକିସ୍ତାନଠାରୁ ଭାରତ ହରିବ ବୋଲି ପୂର୍ବାନୁମାନ କରିଥିଲେ ଆଇଆଇଟି ବାବା। ଏମିତି କି କୋହଲି ଯେତେ ଚେଷ୍ଟା କଲେ ମଧ୍ୟ ଭାରତ ଜିତି ପାରିବ ନାହିଁ ବୋଲି କହିଥିଲେ। କିନ୍ତୁ ମ୍ୟାଚରେ ଓଲଟା ଫଳ ଦେଖିବାକୁ ମିଳିଥିଲା। ଯେଉଁଥିପାଇଁ ତାଙ୍କୁ ଟ୍ରୋଲ୍ ହେବାକୁ ପଡ଼ିଛି। ଏମିତି କି ତାଙ୍କର ପୁରୁଣା ଭିଡ଼ିଓକୁ ପୋଷ୍ଟ କରି ଟ୍ରୋଲ୍ କରୁଛନ୍ତି କୋହଲିଙ୍କ ପ୍ରଶଂସକ।
ପ୍ରକାଶ ଥାଉ କି ପ୍ରୟାଗରାଜରେ ଚାଲିଥିବା କୁମ୍ଭମେଳାକୁ ଆସି ଚର୍ଚ୍ଚାର ଅନ୍ୟତମ କେନ୍ଦ୍ରବିନ୍ଦୁ ପାଲଟିଥିଲେ ଆଇଆଇଟି ବାବା ଅଭୟ ସିଂ। ବିଶେଷକରି ସେ ଅଘୋରି ବାବା ହେବା ପୂର୍ବରୁ ତାଙ୍କୁ କିଭଳି ହାଡ଼ ଖାଇବାକୁ ପଡ଼ିଥିଲା ଓ ମଦ୍ୟପାନ କରିବାକୁ ପଡ଼ିଥିଲା ସେ ନେଇ ଗଣମାଧ୍ୟମ ଆଗରେ କହି ବିବାଦୀୟ ହୋଇ ପଡ଼ିଥିଲେ। ସେ ଆଇଆଇଟି ଚାକିରି ଚାକିରି ଛାଡ଼ି ସନ୍ନ୍ୟାସ ହୋଇଥିବାରୁ ଅନ୍ୟମାନଙ୍କ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ।


