ଅନେକ ସମୟରେ ଆମେ ଭଲ କାମ କଲେ ମଧ୍ୟ ମନରେ ଖରାପ କଥା ଯୁଟୁ ଥାଏ। ସେହିଭଳି ଭଲ ଉଦ୍ଦେଶ୍ୟ ନେଇ ଯଦି କିଛି ଖରାପ ବା ହୀନ କାର୍ଯ୍ୟ କରନ୍ତି ତାହା ପାପ ନୁହେଁ।

ଥରେ ଦୁଇଜଣ ଶିଷ୍ୟ ଗୁରୁଙ୍କ ଆଦେଶ ମାନି ଏକ କାମରେ  ଚାଲିଗଲେ। ବାଟରେ ନଦୀଟିଏ ପଡ଼ିଲା। ସେମାନେ ନଦୀ ପାର ହେବାକୁ ଯାଉଥିବା କିବେଳେ ସୁନ୍ଦରୀ ଯୁବତୀଟିଏ ଆସି ତାକୁ ବି ନଦୀପାର କରିଦେବାକୁ କହିଲା। ପ୍ରଥମ ଶିଷ୍ୟଟି ଆଗ ଯୁବତୀକୁ ଦେଖି କହିଲା ନାରୀଙ୍କ ଛାଇ ନ ମାଡ଼ିବାକୁ ଗୁରୁଙ୍କ ନିର୍ଦ୍ଦେଶ ରହିଛି । ହେଲେ ଦ୍ୱିତୀୟ ଶିଷ୍ୟଟି ଝିଅଟିର ବିକଳ ସହି ପାରିଲାନି। ସେ ଝିଅଟିକୁ ନିଜ କାନ୍ଧରେ ବସେଇ ନଦୀପାର କରିଦେଲା। ପ୍ରଥମ ଶିଷ୍ୟଟି ଦ୍ୱିତୀୟ ଶିଷ୍ୟକୁ ଗାଳିଗୁଲଜ କରୁଥାଏ। କାରଣ ସେ ଗୁରୁଙ୍କ ଆଜ୍ଞା ଅମାନ୍ୟ କରିଛି। ପ୍ରଥମ ଶିଷ୍ୟ ଫେରି ଗୁରୁଙ୍କୁ ସବୁକଥା କହିଲା। ସବୁ ଶୁଣି ଗୁରୁ ବି ନିରବ ରହିଲେ। ତା’ପରଦିନ ପୁଣିଥରେ ସେ ଯାଇ ଗୁରୁଙ୍କୁ କହିଲା ଯେ, ଦ୍ୱିତୀୟ ଶିଷ୍ୟଟି ଅପରାଧ କରିଛି। ସେ ପ୍ରାୟଶ୍ଚିତ କରିବା ଦରକାର। ପ୍ରଥମ ଶିଷ୍ୟଟି ଦିନକୁ ଦୁଇତିନିଥର ଗୁରୁଙ୍କୁ ଯାଇ ଦ୍ୱିତୀୟ ଶିଷ୍ୟ ବିଷୟରେ ଅଭିଯୋଗ କରୁଥାଏ ଆଉ ସେହି ଯୁବତୀକୁ କାନ୍ଧରେ ବସେଇ ନଦୀପାର କରିଥିବା ବିଷୟ ମନେ ପକେଇ ଦେଉଥାଏ।

ଶେଷରେ ଗୁରୁ ଦିନେ ପ୍ରଥମ ଶିଷ୍ୟକୁ ପାଖକୁ ଡାକିଲେ। କହିଲେ ବତ୍ସ, ତମକୁ ହିଁ ପ୍ରାୟଶ୍ଚିତ କରିବାକୁ ହେବ। କାରଣ ସେ ସିନା କେବଳ ତା’ କାନ୍ଧରେ ବସେଇ ଯୁବତୀଟିକୁ ନଦୀ ପାର କରେଇଛି। ହେଲେ ତମେ ସେ ଯୁବତୀକୁ ତମ ମନ ଭିତରେ ବୋହି ଚାଲିଛ। ତମେ ତମ ଅଜାଣତରେ ସେ ଯୁବତୀଟି ପ୍ରତି ଏପରି ଆସକ୍ତ ହୋଇ ଯାଇଛ। ଯାଅ, ତମେ ଯାଇ ପ୍ରାୟଶ୍ଚିତ କର।

ରାଜେନ୍ଦ୍ର

ସଂସଦରେ ଚଳିତ ବର୍ଷ ପାଇଁ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସିତାରମନ। ଏଥର ଶିକ୍ଷା, ସ୍ବାସ୍ଥ୍ୟଠାରୁ ଆରମ୍ଭ କରି କୃଷକଙ୍କ ବିକାଶ, ମହିଳା ଓ ଯୁବକଙ୍କୁ ପ୍ରାଧାନ୍ୟ ଦିଆଯାଇଛି

ଏଥର ବଜେଟ ଅନୁଯାୟୀ ଏମଏସଏମଇ ପାଇଁ ମିଳିବ ୧୦ କୋଟିର ସୁବିଧା। ପୂର୍ବରୁ ଏହା ୫ କୋଟି ଥିଲା। ଷ୍ଟାର୍ଟଅପରେ ୨୦ କୋଟି ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବାର ସୁବିଧା ରହିଛି। ସେହିଭଳି ପୂର୍ବ ଭାରତରେ ୟୁରିଆ କାରଖାନା ଖୋଲିବା ପାଇଁ ବଜେଟରେ ବ୍ୟବସ୍ଥା କରାଯାଇଥିବା ବେଳେ ଭାରତକୁ ଖେଳନାର ଗ୍ଲୋବାଲ ହବ୍ କରିବା ପାଇଁ ରାଷ୍ଟ୍ରୀୟ ଯୋଜନା ହାତକୁ ନିଆଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।

ଚାଷୀଙ୍କ ପାଇଁ ପିଏମ୍ ଧନଧାନ୍ୟ ଯୋଜନାରେ ଉପକୃତ ହେବେ ଦେଶର ୧୦୦ ଜିଲ୍ଲାର ୧.୭ କୋଟି ଚାଷୀ। କିଶନ କ୍ରେଡିଟ କାର୍ଡରେ ଋଣ ପରିମାଣ ୩ କୋଟିରୁ ୫ କୋଟିକୁ ବୃଦ୍ଧି ପାଇଛି।
ସେହିଭଳି ଗାଁରେ ମିଳିବ ବ୍ରଡ ବ୍ୟାଣ୍ଡ ସୁବିଧା ଯୋଗାଇ ଦେବା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି।
୫ ଲକ୍ଷ ମହିଳାଙ୍କ ପାଇଁ ନୂଆ ଯୋଜନା ହାତକୁ ନିଆଯିବା ପାଇଁ ବଜେଟରେ ବ୍ୟବସ୍ଥା ହୋଇଛି। ସରକାରୀ ସ୍କୁଲରେ
ଦେଶରେ ୩ଟି ଏଆଇ ଏକସିଲେନ୍ସି ସେଣ୍ଟର୍ ଖୋଲିବ। ଏଆଇ ଏକସିଲେନ୍ସି ସେଣ୍ଟର୍ ପାଇଁ ବଜେଟରେ ୫୦୦ କୋଟିର ବ୍ୟୟ ବରାଦ।

ସେହିଭଳି ସ୍ବାସ୍ଥ୍ୟ କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇଛି ଏହି ବଜେଟରେ। ମେଡ଼ିକାଲ କଲେଜରେ ୭୫ ହଜାର ସିଟ୍ ବୃଦ୍ଧି ପାଇବ। ଆଗାମୀ ୫ ବର୍ଷରେ ଏହି ସିଟ୍ ବୃଦ୍ଧି କରାଯିବ। ସେହିଭଳି ସବୁ ସରକାରୀ ହସ୍ପିଟାଲରେ ରହିବ କ୍ୟାନସର ସେଣ୍ଟର୍। ଦେଶରେ ହେବ ୨୦୦ ଡେ କେୟାର ସେଣ୍ଟର୍। ପଞ୍ଜୀକୃତ ହେବେ ଦେଶର ସମସ୍ତ ଫୁଡ୍ ଡେଲିଭରି ବୟ

ଜଳ ଜୀବନ ଯୋଜନା ଅବଧି ୨୦୨୮ ଯାଏଁ ବୃଦ୍ଧି ପାଇଲା। ଦେଶର ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଲକ୍ଷ୍ୟ ରଖି ଏହା ବୃଦ୍ଧି କରାଯାଇଥିବା କହିଛନ୍ତି ନିର୍ମଳା। ବଜେଟରେ ୫୦୦ ପର୍ଯ୍ୟଟନ ସ୍ଥଳୀର ବିକାଶ କରିବାକୁ ବ୍ୟବସ୍ଥା କରାଯାଇଥିବା ବେଳେ ଉଡାଣ ଯୋଜନାରେ ୧୨୦ଟି ସ୍ଥାନକୁ ସାମିଲ ପାଇଁ ଯୋଜନା ରହିଛି।