ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲାର ଗିଧାଗ୍ରାମ ଗାଁର ଦାସପାରା ଅଞ୍ଚଳରେ ଦୀର୍ଘ ୧୫୦ ବର୍ଷ ହେଲା ଦଳିତ ମହିଳାମାନେ ଗାଁ ମନ୍ଦିରରେ ପ୍ରବେଶ କରିପାରୁ ନାହାନ୍ତି

ଯାହାକୁ ନେଇ ଗ୍ରାମବାସୀମାନେ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରି ଆସୁଥିଲେ ମଧ୍ୟ ଏହାର ସମାଧାନର ସୂତ୍ର ବାହାର କରାଯାଇ ପାରୁନାହିଁ ବୋଲି କହିଛନ୍ତି ଗାଁ ର ୫୦ ବର୍ଷୀୟ ଏକୋରି ଦାସ। କୋଲକାତାରୁ ପ୍ରାୟ ୧୫୦ କିଲୋମିଟର ଦୂରରେ ଅବସ୍ଥିତ ଏହି ଗ୍ରାମ ୧୩୦ ଦଳିତ ପରିବାରର ପ୍ରାୟ ୫୫୦ ଲୋକ ଗାଁ ମନ୍ଦିର ପ୍ରବେଶ ଅଧିକାର ପାଇଁ ଲଢ଼େଇ କରୁଛନ୍ତି।

“ଅସ୍ପୃଶ୍ୟତା ଏବଂ ଭେଦଭାବ” ଉପରେ ଆଲୋକପାତ କରିବା ପାଇଁ ଗ୍ରାମର ଦଳିତ ପରିବାର ଜିଲ୍ଲା ପ୍ରଶାସନ ଏବଂ ପୋଲିସକୁ ନିବେଦନ କରିଛନ୍ତି। ଗତ ଫେବୃଆରୀ ୨୮ ତାରିଖରେ ଏହି ସମସ୍ୟା ନେଇ ଆଲୋଚନା କରିବାକୁ ଏକ ବୈଠକ ଡକା ଯାଇଥିଲା। ଯେଉଁଥିରେ ଏହାର ସମାଧାନ ପାଇଁ ଏକ ସଂକଳ୍ପ ନିଆଯିବା ସତ୍ତ୍ବେ ଏହାର ସମାଧାନ ସୂତ୍ର ବାହାରି ପାରିନାହିଁ।

ଅପରପକ୍ଷେ ଅଧିକାରୀମାନେ କହିଛନ୍ତି ଯେ ସେମାନେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଧ୍ୟାନରେ ରଖି ଏହି ଦୁର୍ବଳ ପରିସ୍ଥିତିକୁ ଦୂର କରିବାକୁ ଚେଷ୍ଟା କରୁଛନ୍ତି।