‘ବିଭାଜନ ହେବନି ସଂଘ, ଗୋଟିଏ ସ୍ଥାନରେ ହେବ ଅଧିବେଶନ’

ଭୁବନେଶ୍ୱର, ୩୦/୧୨ (ଓଡ଼ିଶା ଜାଗରଣ): ଓଡ଼ିଶାର ଆଇନଜୀବୀମାନଙ୍କ ସର୍ବବୃହତ୍ ଓ ସର୍ବ-ପୁରାତନ ସଙ୍ଗଠନ, ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ସଭାପତି ଭାବେ ଆଦ୍ଭୋକେଟ ବିଭୁପ୍ରସାଦ ତ୍ରିପାଠୀ ନିର୍ବାଚିତ ହୋଇଛନ୍ତି। ମାଲକାନାଗିରିରେ ଆୟୋଜିତ ସଂଘର ୫୩ତମ ବାର୍ଷିକ ଅବେଶନରେ ରାଜ୍ୟର ପ୍ରତିଷ୍ଠିତ ଆଇନଜୀବୀ ତଥା ରାଜ୍ୟ ବାର୍ କାଉନସିଲର ସଦସ୍ୟ ଶ୍ରୀ ତ୍ରିପାଠୀ ଓ ରାଇରଙ୍ଗପୁର ବାରର ଆଇନଜୀବୀ ଶ୍ରୀ ସଂଜୀବ ମହାନ୍ତି, ଯଥାକ୍ରମେ ସଭାପତି ଓ ସାଧାରଣ ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି ବୋଲି ନିର୍ବାଚନ ଅଧିକାରୀ ଗୁରୁ ପ୍ରସାଦ ମହାନ୍ତି ଘୋଷଣା କରିଛନ୍ତି। ଶ୍ରୀ ତ୍ରିପାଠୀ ପୂର୍ବରୁ ଏହି ସଂଘର ସାଧାରଣ ସଂପାଦକ ଭାବେ ୨ଥର ଦାୟିତ୍ଵ ନିର୍ବାହ କରିଛନ୍ତି। ସେହିଭଳି ଭଳି ସଂଘର ଏହି କମିଟିକୁ ୭୫ ଜଣ ଆଇନଜୀବୀ ଭିନ୍ନ ଭିନ୍ନ ପଦରେ ନିର୍ବାଚିତ ହୋଇଛନ୍ତି।

9 ବର୍ଷ ପାଇଁ ନିର୍ବାଚିତ ହୋଇଥିବା ସଭାପତି ଶ୍ରୀ ତ୍ରିପାଠୀ ଓକିଲମାନଙ୍କ ସୁରକ୍ଷା ଆଇନ ଓ ଆଡଭକେଟ୍ ଏକାଡେମୀ ପ୍ରତିଷ୍ଠା କରାଇବାକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି। ନିଖିଳ ଓଡ଼ିଶା ଆଇନଜୀବୀ ସଂଘରେ କୌଣସି ବିଭାଜନ ହୋଇନାହିଁ। ଆଗାମୀ ବର୍ଷ ଠାରୁ ସଂଘର ବାର୍ଷିକ ଅଧିବେଶନ, ଗୋଟିଏ ସ୍ଥାନରେ କରିବାକୁ ସେ ସମସ୍ତ ସଭ୍ୟମାନଙ୍କୁ ଅନୁରୋଧ କରିଛନ୍ତି।

କଟକ, ୨୮/୧୨(ଓଡ଼ିଶା ଜାଗରଣ): ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ଓସିଏ ପଦ ଛାଡିଛନ୍ତି। ନିଜର ବ୍ୟକ୍ତିଗତ କାରଣରୁ ସେ ପଦରୁ ଇସ୍ତଫା ଦେଇଥିବା ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି। ଏନେଇ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି ଓସିଏର ସମ୍ପାଦକ ସଞ୍ଜୟ ବେହେରା। ଅପରପକ୍ଷେ ଆସନ୍ତା ୪୫ ଦିନ ମଧ୍ୟରେ ନୂଆ ସଭାପତି ଚୟନ କରାଯିବ ବୋଲି ଓସିଏ ସମ୍ପାଦକ ଶ୍ରୀ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପ୍ରକାଶ ଥାଉ କି ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିନିଧି ଭାବେ ପ୍ରଣବ ଓସିଏର ସଭାପତି ରହିଥିଲେ। ବିଜେଡି କ୍ଷମତାରୁ ଯିବା ପରେ ଓସିଏର ସଭାପତି ଭାବେ ପ୍ରଣବଙ୍କୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ଏବେ ପରବର୍ତ୍ତୀ ନିର୍ବାଚନ ପର୍ଯ୍ୟନ୍ତ ଉପସଭାପତି ସଭାପତି ପଙ୍କଜ ଲୋଚନ ଦାସ ଦାୟିତ୍ୱ ତୁଲାଇବେ ବୋଲି ସମ୍ପାଦକ କହିଛନ୍ତି।