ଆଜିର ଦିନରେ ଅପରାଧ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଅନେକ ଦେଶରେ ଅପରାଧୀ ମାତ୍ର ଏତେ ବଢ଼ି ଯାଉଛି ଯେ ଜେଲରେ ସ୍ଥାନ ନାହିଁ । କିନ୍ତୁ ଦୁନିଆର ଏଭଳି ଏକ ଦେଶ ଅଛି ଯେଉଁଠି ଅପରାଧୀଙ୍କ ଅଭାବରେ ଜେଲଖାନା ବନ୍ଦ କରିବାକୁ ପଡିଛି। ଯେଉଁଠାରେ ଜେଲ ନାହିଁ କି ଜେଲର କିମ୍ବା କଏଦୀ ନାହାନ୍ତି। ସେମିତି ଜେଲ ନ ଥିବା ଦେଶ ହେଉଛି ପଶ୍ଚିମ ୟୁରୋପର ନେଦରଲ୍ୟାଣ୍ଡ

ନେଦରଲ୍ୟାଣ୍ଡରେ ଗତ ୨୦୧୩ ମସିହାରେ ଦେଶରେ ମୋଟ ୧୯ ଜଣ ବନ୍ଦୀ ଥିଲେ। ୨୦୧୮ ବେଳକୁ ସମସ୍ତେ ଦଣ୍ଡ ଭୋଗ କରି ଖଲାସ ହେବା ପରେ ଜେଲ ସବୁ ଖାଲି ହୋଇଗଲା। ଏଠାରେ ନିଯୁକ୍ତ ଜେଲର ଓ କର୍ମଚାରୀ ଏବେ ଅନ୍ୟ ଉନ୍ନୟନ କାର୍ଯ୍ୟରେ ନିୟୋଜିତ ଅଛନ୍ତି।
ନେଦରଲ୍ୟାଣ୍ଡର ନ୍ୟାୟ ମନ୍ତ୍ରାଳୟର ସୂଚନା ଅନୁସାରେ ଆସନ୍ତା ୫ ବର୍ଷ ଭିତରେ ପ୍ରତ୍ୟେକ ବର୍ଷ ୦.୯ ପ୍ରତିଶତ ହିସାବରେ ଅପରାଧ ଦର କମ ହୋଇଯିବ ଏବଂ ଆମେ ସମସ୍ତ ଜେଲକୁ ବନ୍ଦ କରିଦେବାକୁ ପଡିବ। ମୋଟ ୨୦୦୦ ଜେଲ କର୍ମଚାରୀଙ୍କୁ ସରକାର ଅନ୍ୟ ବିଭାଗକୁ ବଦଳି କରି ଦେଉଛନ୍ତି। ଏହି ଦେଶର ଲୋକମାନେ କର୍ମଠ, ଇମାନଦାର ଏବଂ ସଦାଚାରୀ ଅଟନ୍ତି l ବେଇମାନି, ଭ୍ରଷ୍ଟାଚାର ଓ ଚୋରୀ କରିବାକୁ ପସନ୍ଦ କରନ୍ତିନହିଁ। ସବୁଠାରୁ ବଡ କଥା ହେଉଛି ଏଠାକାର ଅଧିକାଂଶ ବାସିନ୍ଦା ନାସ୍ତିକ। ଦେବୀ ଦେବତାଙ୍କୁ ପୂଜା ପାଠ କରିବା ସମୟ ନଷ୍ଟ କରିବା ସହ ସମାନ ବୋଲି ବିଶ୍ୱାସ କରନ୍ତି। ବରଂ ଜ୍ଞାନ ଅର୍ଜନ ପାଇଁ ପାଠ ପଢିବା ଓ ରୋଜଗାର ପାଇଁ କାମ କରିବାକୁ ପସନ୍ଦ କରନ୍ତି l ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ଦେଶର ଜନସଂଖ୍ୟା ୧.୭୫ କୋଟି।