କେନ୍ଦ୍ରୀୟ କୋଲକାତାର ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟି ୧୪ ଜଣଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି କୋଲକାତା ପୋଲିସ କମିଶନର ମନୋଜ କୁମାର ବର୍ମା।

ସେହିଭଳି ଅନେକ ଲୋକଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରା ଯାଇଛି। ଖବର ନେବାରୁ ଜଣା ପଡ଼ିଛି ଯେ, ରେଷ୍ଟୁରାଣ୍ଟରେ ଲୋକେ ଖାଉଥିବା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଲୋକେ ଅସ୍ତବ୍ୟସ୍ତ ହୋଇ ଦୋଉଡ଼ିଥିଲେ। କିନ୍ତୁ ଶ୍ୱାସରୁଦ୍ଧ ହୋଇ ଅନେକ ମୃତ୍ୟୁବରଣ କରିଛନ୍ତି।
ପୁଲିସ ପହଞ୍ଚି ଘଟଣାର ଅନୁସନ୍ଧାନ କରୁଛି। ଆହତଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ପାକିସ୍ତାନର ହୀନ ଉଦ୍ୟମ: ଭାରତୀୟ ୱେବ୍ ସାଇଟ ହ୍ୟାକିଂ ଉଦ୍ୟମ

ପଶ୍ଚିମବଙ୍ଗରେ ୨୫,୭୫୩ ଶିକ୍ଷକ ଓ ଅଣଶିକ୍ଷକଙ୍କ ନିଯୁକ୍ତି ନେଇ କୋଲକାତା ହାଇକୋର୍ଟ ଦେଇଥିବା ରହିତାଦେଶକୁ ସୁପ୍ରିମକୋର୍ଟ ସମର୍ଥନ କରିଛନ୍ତି
୩ ଏପ୍ରିଲ୍, ୨୦୨୫ରେ ଦିଆଯାଇଥିବା ସୁପ୍ରିମକୋର୍ଟଙ୍କ ରାୟ ପୂର୍ବ ନିଷ୍ପତ୍ତିକୁ ଦୃଢ଼ କରିଛି, ଏବଂ ଘୋଷଣା କରିଛି ଯେ ନିଯୁକ୍ତି ପ୍ରକ୍ରିୟା ଗୁରୁତର ଅନିୟମିତତା ଦ୍ୱାରା କଳୁଷିତ ହୋଇଥିଲା। ଫଳରେ ଏହି ନିଯୁକ୍ତିଗୁଡ଼ିକୁ ବାତିଲ କରାଯାଇଥିଲା।
ମୁଖ୍ୟ ବିଚାରପତି ସଞ୍ଜିବ ଖାନ୍ନା ଏବଂ ବିଚାରପତି ସଞ୍ଜୟ କୁମାରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ନିଷ୍ପତ୍ତି ନେଇଥିଲେ ଯେ ସମ୍ପୃକ୍ତ ନିଯୁକ୍ତି ପ୍ରକ୍ରିୟା ମୌଳିକ ଭାବରେ ତ୍ରୁଟିପୂର୍ଣ୍ଣ ଥିଲା। ତାଙ୍କ ରାୟରେ, କୋର୍ଟ କହିଥିଲେ ଯେ ନିଯୁକ୍ତି ପ୍ରକ୍ରିୟାରେ ହେରଫେର ଅଭିଯୋଗ ନିଯୁକ୍ତିର ଅଖଣ୍ଡତାକୁ ଏତେ ପରିମାଣରେ କ୍ଷତି ପହଞ୍ଚାଇଛି ଯେ ସେଗୁଡ଼ିକୁ ବଜାୟ ରଖାଯାଇପାରିବ ନାହିଁ। ବିଚାରପତିମାନେ ଗୁରୁତ୍ୱାରୋପ କରିଥିଲେ ଯେ ସମଗ୍ର ଚୟନ ପ୍ରକ୍ରିୟା କଳୁଷିତ ଏବଂ ସନ୍ଦେହଜନକ ଥିଲା। ଫଳରେ ନିଯୁକ୍ତିକୁ ଅବୈଧ ଘୋଷଣା କରାଯାଇଛି।

କୋର୍ଟଙ୍କ ଏହି ନିଷ୍ପତ୍ତି କୋଲକତା ହାଇକୋର୍ଟଙ୍କ ଏପ୍ରିଲ ୨୦୨୪ ରାୟକୁ ଆହୁରି ଦୃଢ଼ କରୁଛି। ଯାହା ପଶ୍ଚିମବଙ୍ଗର ବିଭିନ୍ନ ସ୍କୁଲରେ ୨୫ ହଜାରରୁ ଅଧିକ କର୍ମଚାରୀଙ୍କ ନିଯୁକ୍ତିକୁ ରଦ୍ଦ କରିଥିଲା। ରାୟର ଏକ ଅଂଶ ଭାବରେ, ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ବିବାଦୀୟ ନିଯୁକ୍ତି ପ୍ରକ୍ରିୟା ସମୟରେ ନିଯୁକ୍ତି ପାଇଥିବା ସମସ୍ତ ବ୍ୟକ୍ତିଙ୍କୁ ସେମାନଙ୍କ ପଦବୀରୁ ବହିଷ୍କାର କରାଯିବ। ତଥାପି, ପ୍ରଭାବିତ ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ, କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ବ୍ୟକ୍ତିମାନଙ୍କୁ ସେମାନେ ପୂର୍ବରୁ ପାଇଥିବା କୌଣସି ଦରମା କିମ୍ବା ସୁବିଧା ଫେରସ୍ତ କରିବାକୁ ପଡ଼ିବ ନାହିଁ।

ଭାରତୀୟ ସେୟାର ବଜାରରେ ଟ୍ରମ୍ଫଙ୍କ ଶୁଳ୍କ ମାଡ଼

ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲାର ଗିଧାଗ୍ରାମ ଗାଁର ଦାସପାରା ଅଞ୍ଚଳରେ ଦୀର୍ଘ ୧୫୦ ବର୍ଷ ହେଲା ଦଳିତ ମହିଳାମାନେ ଗାଁ ମନ୍ଦିରରେ ପ୍ରବେଶ କରିପାରୁ ନାହାନ୍ତି

ଯାହାକୁ ନେଇ ଗ୍ରାମବାସୀମାନେ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରି ଆସୁଥିଲେ ମଧ୍ୟ ଏହାର ସମାଧାନର ସୂତ୍ର ବାହାର କରାଯାଇ ପାରୁନାହିଁ ବୋଲି କହିଛନ୍ତି ଗାଁ ର ୫୦ ବର୍ଷୀୟ ଏକୋରି ଦାସ। କୋଲକାତାରୁ ପ୍ରାୟ ୧୫୦ କିଲୋମିଟର ଦୂରରେ ଅବସ୍ଥିତ ଏହି ଗ୍ରାମ ୧୩୦ ଦଳିତ ପରିବାରର ପ୍ରାୟ ୫୫୦ ଲୋକ ଗାଁ ମନ୍ଦିର ପ୍ରବେଶ ଅଧିକାର ପାଇଁ ଲଢ଼େଇ କରୁଛନ୍ତି।

“ଅସ୍ପୃଶ୍ୟତା ଏବଂ ଭେଦଭାବ” ଉପରେ ଆଲୋକପାତ କରିବା ପାଇଁ ଗ୍ରାମର ଦଳିତ ପରିବାର ଜିଲ୍ଲା ପ୍ରଶାସନ ଏବଂ ପୋଲିସକୁ ନିବେଦନ କରିଛନ୍ତି। ଗତ ଫେବୃଆରୀ ୨୮ ତାରିଖରେ ଏହି ସମସ୍ୟା ନେଇ ଆଲୋଚନା କରିବାକୁ ଏକ ବୈଠକ ଡକା ଯାଇଥିଲା। ଯେଉଁଥିରେ ଏହାର ସମାଧାନ ପାଇଁ ଏକ ସଂକଳ୍ପ ନିଆଯିବା ସତ୍ତ୍ବେ ଏହାର ସମାଧାନ ସୂତ୍ର ବାହାରି ପାରିନାହିଁ।

ଅପରପକ୍ଷେ ଅଧିକାରୀମାନେ କହିଛନ୍ତି ଯେ ସେମାନେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଧ୍ୟାନରେ ରଖି ଏହି ଦୁର୍ବଳ ପରିସ୍ଥିତିକୁ ଦୂର କରିବାକୁ ଚେଷ୍ଟା କରୁଛନ୍ତି।