ଅନୁମତି ନ ନେଇ ବ୍ୟକ୍ତିଗତ ସଚିବ ଛୁଟି ନେଉଛନ୍ତି। ଏଭଳି ଅଭିଯୋଗ ଆଣିଛନ୍ତି କେନ୍ଦ୍ର୍ରମନ୍ତ୍ରୀ ଜୁଏଲ୍‌ ଓରାମ। ଶ୍ରୀ ଓରାମ ବ୍ୟକ୍ତିଗତ ସଚିବଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି
ଜୁଏଲ୍‌ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ତାଙ୍କର ବ୍ୟତିଗତ ସଚିବ ଆଇଏଏସ୍‌ ଡ. ପରାଗ ହର୍ଷଦ ଗାଭାଲି ଗତ ଜାନୁୟାରୀ ୨୩ ତାରିଖରୁ କାହାକୁ ନ ଜଣାଇ ଛୁଟିରେ ଅଛନ୍ତି। ସେ କହିଁକି ଛୁଟିରେ ଅଛନ୍ତି ଏବଂ କେତେଦିନ ପାଇଁ ଅଛନ୍ତି ସେ ସମ୍ପର୍କରେ ମନ୍ତ୍ରୀ ଅବଗତ ନ ଥିବା ଦର୍ଶାଇଛନ୍ତି। ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିଛନ୍ତି। ଡ. ଗାଭେଲି ସର୍ବଭାରତୀୟ ସେବା ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ତାଙ୍କୁ କାର୍ଯ୍ୟାରୁ ଅବ୍ୟାହତି ଦେବା ପାଇଁ ସେ ଚିଠିରେ ଉଲ୍ଲେଖ କରିଛନ୍ତି।
ପ୍ରକାଶ ଥାଉ କି ଗତ କିଛିଦିନ ତଳେ ଜଣେ ଅଧିକାରୀଙ୍କ ବିରୋଧରେ ସମାନ ଧରଣର ଅଭିଯୋଗ ଆଣିଥିଲେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଧାନ ସଂଗ୍ରହ ସମୟରେ କଟନୀ ଛଟନୀକୁ ନେଇ କୃଷ୍ଣଚନ୍ଦ୍ର କହିଥିଲେ ଯେ, ଆଇଏଏସ୍‌ ଅଧିକାରୀମାନେ ମନ୍ତ୍ରୀଙ୍କୁ ମୁଣ୍ଡ ନ ପୂରାଇବାକୁ କହୁଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ରାଜନୈତିକ ନିନ୍ଦା କରାଯାଇଥିଲା। ପ୍ରଶାସକ ଶାସକଙ୍କୁ ମାନିବା ପାଇଁ ମନ୍ତ୍ରୀ ତାଗିଦ୍‌ କରିଥିଲେ।