ୟୁଟ୍ୟୁବ୍‌ରେ ପ୍ରସାରିତ ଏକ କମେଡି ସୋ’କୁ ଯାଇ ପଚାରିଥିବା ଅଶାଳୀନ ପ୍ରଶ୍ନ ପାଇଁ ଏବେ ଅଡ଼ୁଆରେ ପଡ଼ିଛନ୍ତି ଲୋକପ୍ରିୟ ୟୁଟ୍ୟୁବର୍ସ ରଣବୀର ଆଲ୍ଲାହାବାଦିଆ। ଏଥିପାଇଁ ତାଙ୍କୁ ସାମାଜିକ ଗଣମାଧ୍ୟମରେ ଟ୍ରୋଲ୍‌ ହେବାକୁ ପଡ଼ିଛି। ଏମିତି କି ତାଙ୍କ ବିରୋଧରେ ମାମଲା ପାଇଁ ଧମକ ଦିଆଯିବା ପରେ ସାଧାରଣରେ କ୍ଷମା ମାଗିଛନ୍ତି ରଣବୀର
ଏକ ଭିଡିଓ ମାଧ୍ୟମରେ ସେ କହିଛନ୍ତି, ‘ଇଣ୍ଡିଆଜ୍‌ ଗଟ୍‌ ଲାଟେଣ୍ଟ’ରେ ମୁଁ ଯାହା କହିଥିଲି ତାହା କହିବା ଉଚିତ୍‌ ନ ଥିଲା। ଏଥିପାଇଁ ସେ ଦୁଃଖ ପ୍ରକାଶ କରିଛନ୍ତି। ସୋ’ ପ୍ରସାରଣ ବେଳେ ଯାହା ଘଟିଲା ତାହା ଯଥାର୍ଥତା ବୋଲି ଆଦୌ କହିବି ନାହିଁ। ଏପରିସ୍ଥଳେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି ରଣବୀର୍‌। ଆଗାମୀ ଦିନରେ ଏଭଳି ଭୁଲ ନ କରିବା ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି।  ଭିଡିଓରୁ ମୋର ଅସମ୍ମାନଜନକ ପ୍ରଶ୍ନକୁ ହଟାଇବା ପାଇଁ ମୁଁ ଭିଡିଓର ନିର୍ମାତାଙ୍କୁ ଅନୁରୋଧ କରିଛି ଏବଂ ଶେଷରେ ମୁଁ କେବଳ ଏତିକି କହିପାରିବି ଯେ ମୁଁ ଦୁଃଖିତ। ମୁଁ ଆଶା କରୁଛି ଆପଣମାନେ ଜଣେ ଭଲ ମଣିଷ ଭାବରେ ମୋତେ ମୋତେ କ୍ଷମା କରିବେ ବୋଲି ସେ କହିଛନ୍ତି।