ଆମେ ବିଭିନ୍ନ ସମୟରେ ପଶୁମାନଙ୍କୁ ଦେଖିଛେ, ଯେଉଁ ପଶୁମାନେ ମଣିଷକୁ ସୁରକ୍ଷା ଦେଇ ଆସିଛନ୍ତି। ହେଲେ ଆଜି ଆମେ ଭିନ୍ନଏକ ଖବର ପରିବେଷଣ କରିବାକୁ ଯାଉଛି, ଯେଉଁଥିରେ ଏକ ହାତୀ ପ୍ରତି ମଣିଷ କିଭଳି ପାଶବିକ ଅତ୍ୟାଚାର ଦେଖାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ କାମାକ୍ଷନଗର ଅଞ୍ଚଳରେ।
ବ୍ରହ୍ମଣୀ ନଦୀରେ ହଠାତ୍ ବନ୍ୟା ଯୋଗୁଁ ହାତୀଟିଏ ନିଜ ଜୀବନ ବଞ୍ଚାଇବା ପାଇଁ କୂଳକୁ ଚାଲି ଆସୁଥିବା ବେଳେ ହଠାତ୍ ଏକ କିଛି ମଣିଷ ତା’ ନିକଟକୁ ପେଟ୍ରୋଲ ପକାଇ ନିଆଁ ଲଗାଇଥିଲେ। ହାତୀଟି କିଭଳି ଅସ୍ତବ୍ୟସ୍ତ ହୋଇ ପୁଣି ନଦୀ ଆଡ଼କୁ ଚାଲି ଯାଇଥିଲା ସେଭଳି ଏକ ଭିଡିଓ ଭାଇରାଲ୍ ହୋଇଛି।
ଘୁ ଘୁ ଗର୍ଜନ କରୁଥିବା ବଞ୍ଚିପାଣିରୁ ନିଜକୁ ବଞ୍ଚାଇବା ପାଇଁ ଦନ୍ତାହାତୀଟି ନଦୀକୂଳକୁ ଭାସି ଆସୁଥିଲା। କିନ୍ତୁ ସୈତାନରୂପୀ ମଣିଷମାନେ ତା’ ଉପରକୁ ଫିଙ୍ଗି ଚାଲିଲେ ନିଆଁ ଗୋଳା ପରେ ନିଆଁ ଗୋଳା। ସେପଟେ ପାଣିର ପ୍ରଳୟ ଏପଟେ ପିଶାଚଙ୍କ ଭୟ, ଶେଷରେ ନିରୁପାୟ ହୋଇ ବନ୍ୟାପାଣିର ପ୍ରଖର ସ୍ରୋତରେ ଥଳକୂଳ ନ ପାଇ ଭାସିଗଲା ଦନ୍ତାହାତୀ।
ହଁ ଗଜରାଜ ନିଆଁ ଗୋଳା ଦେଖି ଭୟ କରନ୍ତି। ହୁଡେ଼ଇଲେ, ଚିଲ୍ଲାଇଲେ ସେମାନେ ଚିତ୍କାର କରି ପଳାନ୍ତି। ହେଲେ ଓଡିଶାରେ କେରଳ ଓ ପଶ୍ଚିମବଙ୍ଗ ଭଳି ଘଟଣା ବି ଦେଖିବାକୁ ମିଳିବ କେହି କେବେ କଳ୍ପନା କରି ନ ଥିଲେ। ଗତବର୍ଷ ପଶ୍ଚିମବଙ୍ଗ ଝାଡଗ୍ରାମରେ ହୋଇଥିବା ଗର୍ଭବତୀ ହାତୀ ହତ୍ୟାକାଣ୍ଡ ହେଉ କିମ୍ବା ୫ ବର୍ଷ ପୂର୍ବେ କେରଳର ମାଈ ହାତୀକୁ ବିସ୍ଫୋରକ ଖୁଆଇ ମାରିଦେବା ଘଟଣା। ସବୁଠି ମଣିଷମାନେ ହିଁ ପଶୁ ପାଲଟିଯାଇଛନ୍ତି, ବିଶ୍ୱାସରେ ବିଷ ଦେଇଛନ୍ତି।
ଏପଟେ ଆମେ ତାଙ୍କ ଜଙ୍ଗଲଆଡକୁ ଧୀରେ ଧୀରେ ମାଡି ଯାଉଛେ, ଆଉ ସେମାନେ ଜଙ୍ଗଲ ଛାଡି ଜନବସତି ମୁହାଁ ହେଉଛନ୍ତି । ଆଉ ସେତିକିବେଳେ ଯିଏ ତାଙ୍କ ସାମ୍ନାରେ ବିପଦ ଲାଗୁଛି ତାଙ୍କ ଉପରକୁ ଆକ୍ରମଣ କରିଦେଉଛନ୍ତି, କେହି କିଛି ବୁଝିବା ପୂର୍ବରୁ ମଣିଷ-ପଶୁ ଭିତରେ ହେଉଛି ମହାଯୁଦ୍ଧ, ଆଉ କେତେବେଳେ ମଣିଷର ମୃତ୍ୟୁ ହେଉଛି ତ ଆଉ କେତେବେଳେ ପଶୁର ପ୍ରାଣ ଯାଉଛି ।
ସବୁଠାରୁ ଦୁଃଖଦ କଥା ହେଲା, ଆଉ ଦେଢ଼ମାସ ପରେ ଆମେ ଗଜାନନଙ୍କ ଆବାହନ କରିବା କିନ୍ତୁ ତା’ପୂର୍ବରୁ ଗଜରାଜଙ୍କୁ ହିଁ ଏକାଠି ହୋଇ ଆକ୍ରମଣ କରିବାକୁ ପଛାଉନାହାନ୍ତି ।

ସୋସିଆଲ ମିଡିଆରେ ପଶୁପ୍ରେମୀଠୁ ଆରମ୍ଭ କରି ସଭିଏଁ ଏଭଳି ଘଟଣାକୁ ନେଇ କଡା ନିନ୍ଦା କରୁଛନ୍ତି । ଦୋଷୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁଛନ୍ତି କିନ୍ତୁ ମତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡା କାଠ ଭଳି ମଣିଷ ପଶୁ ପାଲଟିବାକୁ ପଛାଉନି ।