ଆମେ ଅଧିକାଂଶ ଲୋକ କୁକୁଡ଼ା ମାଂସ ପ୍ରିୟ। କିନ୍ତୁ କୁକୁଡ଼ା ଭଳି ନିରୀହ ଜୀବଙ୍କ ପ୍ରତି ଦୟା ଦେଖାଇଛନ୍ତି ଭାରତର ଅନ୍ୟତମ ଧନୀ ମୁକେଶ ଆମ୍ବନୀଙ୍କ ପୁଅ ଅନନ୍ତ
ସେ ଜାମ ନଗରରୁ ଦ୍ବାରିକା ୧୪୦ କିଲୋମିଟର ଯାତ୍ରା କରିବା ସମୟରେ ବାଟରେ ଏକ ଗାଡ଼ିରେ କୁକୁଡ଼ା କଂସେଇ ଖାନା ଯାଉଥିବା ଦେଖିଲେ। ସେହି କୁକୁଡ଼ାଗୁଡ଼ିକୁ ବଞ୍ଚାଇବା ପାଇଁ ଅଟକିଲେ ଓ କୁକୁଡ଼ାର ଦାମ୍ ଯେତିକି ତା’ର ଦୁଇଗୁଣ ଟଙ୍କା ଦେଇ ସେଗୁଡିକୁ ମୁକ୍ତ କଲେ। କେବଳ ମୁକ୍ତ କଲେଣି କୁକୁଡ଼ା ଗୁଡ଼ିକ କିଛି ବାଟ ଚାଲି ଚାଲି ଯିବାର ଦୃଶ୍ୟ ନିରୀକ୍ଷଣ କଲେ।
ପ୍ରକାଶ ଥାଉ କି ଅନନ୍ତ ଜଣେ ପରିବେଶପ୍ରେମୀ। ସେ ବିଭିନ୍ନ ପରିବେଶ ସୁରକ୍ଷା ଦିଗରେ କାମ କରି ଆସୁଛନ୍ତି।
ତାଙ୍କର ଏଭଳି କାମକୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଅନେକ ପ୍ରଶଂସା କରିଥିବା ବେଳେ ଅନେକ ସମାଲୋଚନା ମଧ୍ୟ କରୁଛନ୍ତି।

ଖଣି ରାଜସ୍ୱ ହ୍ରାସ ନେଇ ଚିନ୍ତାଜନକ ଓଡ଼ିଶା ଅର୍ଥନୀତି