ଗୁଜରାଟର ଅହମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ଏୟାରଲାଇନ୍ସ ଉପରୁ ଯାତ୍ରୀଙ୍କ ଆସ୍ଥା ତୁଟିଯାଇଛି। ଏହି ଦୁର୍ଘଟଣା ପରଠାରୁ ଏୟାର ଇଣ୍ଡିଆର ଘରୋଇ ଓ ଅନ୍ତର୍ଜାତୀୟ ଉଡାଣ ବୁକିଂରେ ୨୦% ହ୍ରାସ ପାଇଛି। ଏ ନେଇ ଇଣ୍ଡିଆନ ଆସୋସିଏସନ ଅଫ ଟୁର ଅପରେଟର୍ସ (ଆଇଏଟିଓ) ପକ୍ଷରୁ ସୂଚନା ଦିଆଯାଇଛି।

ଏମିତିକି ବିମାନ ଦୁର୍ଘଟଣା ପରେ ଅନ୍ତର୍ଜାତୀୟ ରୁଟରେ ୧୮ରୁ ୨୨ ପ୍ରତିଶତ ଓ ଘରୋଇ ମାର୍ଗରେ ୧୦ରୁ ୧୨ପ୍ରତିଶତ କମ୍ପାନୀର ବୁକିଂ ହ୍ରାସ ପାଇଛି। ଏହି ହ୍ରାସ ସ୍ବଳ୍ପକାଳୀନ ଓ ମନୋବୈଜ୍ଞାନିକ କାରଣରୁ ବୋଲି ଅନୁମାନ କରାଯାଉଛି। ତେବେ ଏହାର ପ୍ରଭାବ ଏୟାରଲାଇନ୍ସର ଛବି ଓ ରାଜସ୍ବ ଉପରେ ପଡୁଛି।

ଟିକଟ ବୁକିଂରେ ଏପରି ହ୍ରାସ ଦେଖ୍ ଏୟାର ଇଣ୍ଡିଆ ଏହାର ମୁଖ୍ୟ ରୁଟ୍‌ଗୁଡିକରେ ଭଡ଼ା ହ୍ରାସ କରିଛି। ଆଇଏଟିଓ ଅନୁସାରେ ଘରୋଇ ରୁଟ୍‌ରେ ହାରାହାରି ୮ରୁ ୧୨ପ୍ରତିଶତ ଓ ଦକ୍ଷିଣ-ପୂର୍ବ ଏସିଆ ଭଳି ଅନ୍ତର୍ଜାତୀୟ ରୁଟ୍ ନିମନ୍ତେ ୧୦ରୁ ୧୫ପ୍ରତିଶତ ପର୍ଯ୍ୟନ୍ତ ଭଡ଼ା ହ୍ରାସ କରାଯାଇଛି।

ଘରୋଇ କ୍ଷେତ୍ରରେ ଏୟାର ଇଣ୍ଡିଆର ବ୍ୟବସାୟିକ ପ୍ରତିଯୋଗିତା ଇଣ୍ଡିଗୋ ଓ ଆକାସା ଏୟାର ଲାଇନ୍ସ ଭଳି ଶସ୍ତା ବିମାନ କମ୍ପାନୀଙ୍କ ସହ ରହିଛି। ଏଣୁ ଭଡ଼ା ହ୍ରାସକୁ ଯାତ୍ରୀଙ୍କୁ ଆକର୍ଷିତ କରିବା ପାଇଁ ଏକ ରଣନୈତିକ ପଦକ୍ଷେପ ବୋଲି ଅନୁମାନ କରା‌ଯାଉଛି।

ତେବେ ଏୟାର ଇଣ୍ଡିଆର କେବଳ ଟିକେଟ ବୁଙ୍କି ହ୍ରାସ ହୋଇ ନାହିଁ, ଟିକେଟ୍ ନେବା ପରେ ଲୋକେ ରଦ୍ଦ କରିବା ମଧ୍ୟ ବଢାଇ ଦେଇଛନ୍ତି। ବିଶେଷ କରି କର୍ପୋରେଟ ଯାତ୍ରୀ ଓ ପ୍ରିମିୟମ ସେଗମେଣ୍ଟ ଯାତ୍ରୀ ବିକଳ୍ପ ଏୟାରଲାଇନ ବାଛୁଛନ୍ତି। ଆଇଏଟିଓ ଅନୁସାରେ ଅନ୍ତର୍ଜାତୀୟ ଟିକେଟ୍‌ ରଦ୍ଦ ହେବା ମାମଲା ୧୫ରୁ ୧୮ପ୍ରତିଶତ ବୃଦ୍ଧି ହୋଇଛି।

୯ ଦିନରେ ଏୟାର ଇଣ୍ଡିଆର ୮୪ ବିମାନ ବାତିଲ

ଗୁଜରାଟର ଅହମ୍ମଦାବାଦରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି। ବିମାନଟି ଯଦିବା କେତେ ଜଣଙ୍କ ମୃତ୍ୟୁ ହୋଇଛି ଜଣା ପଡ଼ିନାହିଁ, ତେବେ ବିମାନରେ ଥିବା ୨୪୨ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୧୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି।

ଯାତ୍ରୀଙ୍କ ମଧ୍ୟରେ ଦୁଇଜଣ ପାଇଲଟ ଥିବା ବେଳେ ୧୦ ଜଣ କ୍ରିୟୁ ମେମ୍ବର ରହିଥିଲେ ଓ ୨୩୦ ଜଣ ଯାତ୍ରୀ ରହିଥିବା ସୂଚନା ମିଳିଛି। ୨୩୦ ଜଣ ଯାତ୍ରୀଙ୍କ ମଧ୍ୟରୁ ବିମାନରେ ୧୬୯ ଜଣ ଭାରତୀୟ ଏବଂ ୫୩ ଜଣ ବ୍ରିଟିଶ ନାଗରିକ ଥିବା ଜଣାପଡ଼ିଛି। ଏବେ ବିମାନ ଦୁର୍ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଖବର ନେବାରୁ ଜଣା ପଡିଛି ଯେ, ଏୟାର ଇଣ୍ଡିଆର ଏ ଆଇ ୭୧୭ ଅହମ୍ମଦାବାଦ ବିମାନବନ୍ଦରରୁ ଦିନ ଗୋଟାଏ ୧୭ ମିନିଟରେ ଉଡାଣ ଭରିଥିଲା। ଉଡାଣ ଆରମ୍ଭର ମାତ୍ର ୫ ମିନିଟ ପରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ବିମାନଟି ପାଇଲଟ ମେ ଡେ କଲ କରିଥିଲେ। କିନ୍ତୁ କଲ କରିବାର କିଛି କ୍ଷଣ ମଧ୍ୟରେ ମେଘନୀ ନଗର ଠାରେ ବିମାନଟି ଖସି ପଡିଥିଲା।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିମାନ ଭିତରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି ରହିଥିଲେ।
ସୂଚନାଯୋଗ୍ୟ,ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହେବାପରେ ଅହମ୍ମଦାବାଦର ମେଘାନୀନଗର ଅଞ୍ଚଳରେ କିଛିସମୟ ପାଇଁ ନିଆଁର ପିଣ୍ଡୁଳା ଦେଖିବାକୁ ମିଳିଥିଲା। ଏହି ନିଆଁରୁ ବାହାରିଥିବା ଧୂଆଁ ସମଗ୍ର ଅଞ୍ଚଳକୁ ବ୍ୟାପୀ ଯାଇଥିଲା।
ପ୍ରାଥମିକ ସୂଚନା ଅନୁଯାୟୀ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ଦୁଃଖଦ ଦୁର୍ଘଟଣା ଘଟିଛି। କୁହାଯାଉଛି ଏୟାର ଇଣ୍ଡିଆ ବିମାନଟି ବିମାନବନ୍ଦରର ସୀମା ନିକଟରେ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି।

ଜଣେ ମହିଳା ପ୍ରତିଦିନ ୭୦୦ କିଲୋମିଟର ଯିବା ଆସିବା କରୁଛନ୍ତି। ତାହା ବି ପୁଣି ବିମାନରେ। ମହିଳା ଜଣଙ୍କ ନିଜ ପିଲାଙ୍କ ପାଇଁ ପ୍ରତିଦିନ ଘରଠୁ ୩୫୦ କିଲୋମିଟର ଦୂରର ଅଫିସକୁ ଫ୍ଲାଇଟରେ ଯାଉଛନ୍ତି ଏବଂ ଘରକୁ ମଧ୍ୟ ଫେରୁଛନ୍ତି। ସେମାନେ ଜଣେ ମହିଳା ହେଉଛନ୍ତି ମାଲେସିଆରେ ରହୁଥିବା ରାଚେଲ କୌର। ଭାରତୀୟ ବଂଶୋଦ୍ଭବ ରାଚେଲ ଯିଏ କି ଏୟାର ଏସିଆର ଅର୍ଥ ବିଭାଗରେ ସହକାରୀ ପରିଚାଳକ ଭାବେ କାମ କରନ୍ତି । ତାଙ୍କ ଘରଠୁ ଅଫିସର ଦୂରତା ହେଉଛି ସାଢେ଼ ୩ଶହ କିଲୋମିଟର।
୨୦୨୪ରୁ ଏମିତି ପ୍ରତିଦିନ ବିମାନରେ ଯାଆସ କରୁଥିବା ରାଚେଲଙ୍କର ଗୋଟିଏ ୧୨ ବର୍ଷର ପୁଅ ଏବଂ ଜଣେ ୧୧ ବର୍ଷର ଝିଅ। ରାଚେଲ ପୂର୍ବରୁ କ୍ୱାଲାଲମପୁରେ ଘରଭଡ଼ା ନେଇ ରହୁଥିଲେ ଆଉ ସପ୍ତାହରୁ ଥରେ ଛୁଟିରେ ଘରକୁ ଆସୁଥିଲେ। ମାତ୍ର ପିଲାଙ୍କ ପାଇଁ ମାଆର ଉପସ୍ଥିତି ଅଧିକ ଦରକାର ପଡ଼ିବାରୁ ରାଚେଲ ଭଡ଼ାଘର ଛାଡି ଏବେ ପ୍ରତିଦିନ ୭ଶହ କିଲୋମିଟର ଯିବା ଆସିବା କରୁଛନ୍ତି। ଏଥିପାଇଁ ତାଙ୍କୁ ୨୮ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଭଡାରେ ରହୁଥିବା ବେଳେ ତାଙ୍କର ମାସିକ ୪୨ ହଜାର ଟଙ୍କା ଖର୍ଚ୍ଚ ହେଉଛି। ଅର୍ଥାତ୍‌ ୧୪ ହଜାର ଟଙ୍କା କମ୍‌ ଖର୍ଚ୍ଚ ହେଉଛି।
ପ୍ରତିଦିନ ଭୋରୁ ୪ଟାରୁ ଉଠି ୫.୫୫ରେ ବିମାନ ଧରନ୍ତି। ଅଫିସରେ ୭.୪୫ ସୁଦ୍ଧା ପହଞ୍ଚି ଯାଆନ୍ତି ଏବଂ ନିଜ ଡ୍ୟୁଟି ସାରି ପୁଣି ରାତି ୮ ଟାରେ ସେ ଘରେ ପହଞ୍ଚନ୍ତି ତାପରେ ନିଜ ପିଲା ଓ ପରିବାର ସହ ସମୟ ବିତାନ୍ତି। ଏଥିପାଇଁ ସେ ଏବେ ସୋସିଆଲ ମିଡିଆରେ ‘ସୁପର ମମ୍‌’ ଭାବେ ଭାଇରାଲ ହେବାରେ ଲାଗିଛନ୍ତି।