ପତ୍ନୀଙ୍କ ନିର୍ଯାତନା ସହି ନ ପାରି ଆତ୍ମହତ୍ୟା କଲେ ବେଙ୍ଗାଳୁରୁଙ୍କ ଆତ୍ମହତ୍ୟା କରିଛନ୍ତି ଓଡ଼ିଆ ଯୁବ ଇଞ୍ଜିନିୟର ତଥା ସୁପରିଚିତ ରାପ୍ ସିଙ୍ଗର ଅଭିନବ ସିଂ!

ଏ ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ପୁଲିସ ଏକ ମାମଲା ରୁଜ୍ଜୁ କରିବା ସହ ଅଭିନବଙ୍କ ମୃତଦେହକୁ ପରିବାର ଲୋକଙ୍କ ହସ୍ତାନ୍ତର କରିଛି ଏଵଂ ଆତ୍ମହତ୍ୟାର ପ୍ରକୃତ କାରଣ ଖୋଜୁଛି। ଅଭିନବଙ୍କ ଘର କଟକର କାଳୀଗଳି ଅଞ୍ଚଳରେ। ସେ ବେଙ୍ଗାଳୁରୁରେ ରହୁଥିଲେ। ତେବେ ତାଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ଅଭିନବଙ୍କୁ ତାଙ୍କ ପତ୍ନୀ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଯେଉଁଥିପାଇଁ ସେ ମାନସିକ ଚାପରେ ଥିଲେ ଏଵଂ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ପୁଅକୁ ତାଙ୍କ ପତ୍ନୀ ସମେତ, ଶାଶୁ, ଶ୍ଵଶୁର ନିର୍ଯାତନା ଦେଉଥିବା ନେଇ କଟକ ଲାଲବାଗ ଥାନାରେ ଅଭିଯୋଗ କଲେ ଅଭିନବଙ୍କ ପରିବାର ଲୋକେ।

ଅଭିନବଙ୍କ ପତ୍ନୀ ଜଣେ ଅଭିନେତ୍ରୀ। ଗତ କିଛି ମାସ ତଳେ ଅଭିନବଙ୍କ ଭୁବନେଶ୍ୱର ଇନଫୋସିଟି ଅଞ୍ଚଳରେ ଥିବା ଏକ ଓୟୋ ହୋଟେଲରେ ଅନ୍ୟ ମହିଳାଙ୍କ ସହ ଥିବା ଅଭିଯୋଗ କରିଥିଲେ ତାଙ୍କ ପତ୍ନୀ।