china america tax war
ଚୀନର ଆମଦାନୀ ଶୁଳ୍କ ଉପରେ ଆମେରିକାର ଟ୍ରମ୍ପ ସରକାର ଶୁଳ୍କ ବୃଦ୍ଧି କରିବା ପରେ ଏବେ ପ୍ରତିଶୋଧ ନେଇଛି ଚୀନ। ଆମେରିକାର ୨୫ ଟି ଫାର୍ମ ଉପରେ ଶୁଳ୍କ ସହ ରପ୍ତାନି ଓ ନିବେଶ ପ୍ରତିବନ୍ଧକ ମଧ୍ୟ ଲାଗିଛି। ଚୀନ୍ ଅନେକ ଆମେରିକୀୟ କୃଷି ଏବଂ ଖାଦ୍ୟ ଉତ୍ପାଦ ଉପରେ ନୂତନ ୧୦%-୧୫% ଶୁଳ୍କ ଘୋଷଣା କରିଛି, ଯାହା ଆସନ୍ତା ମାର୍ଚ୍ଚ ୧୦ ରୁ କାର୍ଯ୍ୟକାରୀ ହେବାକୁ ଯାଉଛି। ଆମେରିକରୁ ଆମଦାନୀ ହେଉଥିବା ସୋୟାବିନ୍, ଘୁଷୁରୀ ମାଂସ, ଗୋମାଂସ, ଜଳଜାତ ଦ୍ରବ୍ୟ, ଫଳ, ପନିପରିବା ଏବଂ କ୍ଷୀର ଉତ୍ପାଦ ଉପରେ ଚୀନ ୧୦ ପ୍ରତିଶତ ପ୍ରତିଶୋଧ ଶୁଳ୍କ ଲଗାଇଛି। ଚୀନର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ କୁକୁଡ଼ା, ଗହମ, ମକା ଏବଂ କପା ଉପରେ ୧୫% ଶୁଳ୍କ ଲାଗୁ କରାଯିବ। ଶୁଳ୍କ ସହିତ, ଚୀନ୍ ୨୫ ଟି ଆମେରିକୀୟ ଫାର୍ମ ଉପରେ ରପ୍ତାନି ଏବଂ ନିବେଶ ପ୍ରତିବନ୍ଧକ ମଧ୍ୟ ଲଗାଇଛି। ମଙ୍ଗଳବାର ଦିନ ଆମେରିକା କେବଳ ଚୀନ୍ ନୁହେଁ, ବରଂ କାନାଡା ଏବଂ ମେକ୍ସିକୋ ଉପରେ ମଧ୍ୟ କଡ଼ା ଶୁଳ୍କ ଲାଗୁ କରିବା ପରେ ଏହି ଭାରୀ ଶୁଳ୍କ ଲାଗୁ ହୋଇଛି , ଯାହା ଏକ ସମ୍ଭାବ୍ୟ ବାଣିଜ୍ୟ ଯୁଦ୍ଧ ଆରମ୍ଭ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାରଠାରୁ ଚୀନ୍ ସାମଗ୍ରୀ ଉପରେ ଶୁଳ୍କକୁ ୧୦ରୁ ୨୦% କୁ ଦ୍ୱିଗୁଣିତ କରିଛନ୍ତି। ସେହିଭଳି ଆମେରିକାର ପଡ଼ୋଶୀ ଦେଶ ଏବଂ ଏହାର ଦୁଇ ବଡ଼ ବାଣିଜ୍ୟିକ ଅଂଶୀଦାର – କାନାଡା ଏବଂ ମେକ୍ସିକୋରୁ ଆମଦାନୀ ଉପରେ ୨୫% ନୂତନ ଶୁଳ୍କ ଲାଗୁ କରିଛନ୍ତି। ଏହି ଦୁଇଦେଶ ମଧ୍ୟରେ ଶୁଳ୍କ ଯୁଦ୍ଧର ପ୍ରଭାବ ପ୍ରତ୍ୟକ୍ଷ ଭାବେ ନ ହେଲେ ମଧ୍ୟ ପରୋକ୍ଷ ଭାବେ ଭାରତ ଉପରେ ପଡିପାରେ। ଯାହାକୁ ନେଇ ଅର୍ଥନୀତିଜ୍ଞ ମାନେ ଭିନ୍ନ ମତ ଦେଇଛନ୍ତି। ଏକ ପକ୍ଷରେ ଉଭୟ ରାଷ୍ଟ୍ର ପ୍ରଭାବିତ ହେଲେ ସେମାନଙ୍କ କାରବାର ହ୍ରାସ ହେବ। ଏହାକୁ ଭରଣା କରିବା ପାଇଁ ସେମାନେ ଭାରତ ଉପରେ ରପ୍ତାନି ଶୁଳ୍କ ବୃଦ୍ଧି କରି ପାରନ୍ତି।
china america tax war
ଆମର ପତ୍ରିକା ବିଭାଗ ପରିଦର୍ଶନ କରିବାକୁ ଏଠାରେ କ୍ଲିକ୍ କରନ୍ତୁ |



