ଥୋମାସ ଏଡ଼ିସନ୍ ଦିନେ ସ୍କୁଲରୁ ଘରକୁ ଫେରିଲେ ଓ ତାଙ୍କ ମାଆଙ୍କୁ ଖଣ୍ଡିଏ କାଗଜ ବଢ଼େଇ ଦେଇ କହିଲେ, ମାଆ! ସାର ଏ ଚିଠି ଦେଇଛନ୍ତି ଓ କହିଛନ୍ତି, ଏ ଚିଠିକୁ କେବଳ ତୁମ ମାଆ ପଢ଼ିବେ । ଏଥିରେ ସାର କ’ଣ ଲେଖିଛନ୍ତି? ଚିଠିକୁ ଦେଖି ମାଆଙ୍କ ଆଖି ଲୁହରେ ଭରିଗଲା ଓ ସେ ତାକୁ ବଡ଼ ପାଟିରେ ପଢ଼ିଲେ: “ତୁମ ପୁଅ ଏଭଳି ବୁଦ୍ଧିମାନ ଯେ, ଏ ସ୍କୁଲ ତା’ ପଢ଼ିବା ପାଇଁ ଉପଯୁକ୍ତ ନୁହେଁ । ଏଠାରେ ତାକୁ ପଢ଼ାଇବା ଲାଗି ସେଭଳି ଶିକ୍ଷକ ନାହାନ୍ତି । ଦୟାକରି, ଆପଣ ତାହାର ଯତ୍ନ ନିଅନ୍ତୁ ।”
ଏହାପରେ ଅନେକ ଦିନ ବିତିଗଲା । ଥୋମାସ ଏଡ଼ିସନଙ୍କ ମାଆ ପରଲୋକକୁ ଚାଲିଗଲେ । ଥୋମାସ ଏଡ଼ିସନ୍ ଇଲେକ୍ଟ୍ରିକ୍ ବଲବ ଉଦ୍ଭାବନ କରି ବିଶ୍ୱ ବିଖ୍ୟାତ ହେଇଗଲେ । ଦିନେ ସେ ମାଆଙ୍କର ଜିନିଷ ପତ୍ର ଖେଳାଉ ଖେଳାଉ ଚିଠିଟିକୁ ପାଇଲେ । ଆଗ୍ରହ ହୋଇ ପଢ଼ିବା ଆରମ୍ଭ କଲେ । ଚିଠିରେ ଲେଖାଥିଲା, “ତୁମ ପୁଅ ମାନସିକ ଅନଗ୍ରସର । ତା’ ଦ୍ୱାରା ପାଠ ହେବନାହିଁ କିମ୍ବା ଆମେ ତାକୁ ପଢ଼ାଇ ପାରିବୁନାହିଁ । ତାକୁ ଆମେ ସ୍କୁଲରୁ ବହିଷ୍କାର କରୁଛୁ ।” ଏଡ଼ିସନ ତାଙ୍କ ଡାଏରିରେ ଲେଖିଥିଲେ: “ଥୋମାସ ଏଡିସନ୍ ନାମକ ଜଣେ ମାନସିକ ଅନଗ୍ରସର ପିଲାକୁ ତା’ର ମାଆ ଶତାବ୍ଦୀର ଶେଷ୍ଠ ଉଦ୍ଭାବକ କରିଦେଲେ ।”
– ରାଜେନ୍ଦ୍ର


