TT Ads

ଆଜି ଦୁବାଇ ଠାରେ ଚାଲିଥିବା ଭାରତ ପାକିସ୍ତାନ ଦିନିକିଆ ମ୍ୟାଚରେ ପାକିସ୍ତାନ ଟିମ୍ ୨୪୧ ରନ୍ ସଂଗ୍ରହ କରି ଭାରତ ପାଇଁ ୨୪୨ର ବିଜୟ ଲକ୍ଷ୍ୟ ରଖିଛି

ଦୁବାଇ ଠାରେ ଚାଲିଥିବା ଆଇସିସି ଚାମ୍ପିଅନ ଟ୍ରଫିରେ ରବିବାର ଭାରତ ପାକିସ୍ଥାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାକିସ୍ତାନ ଦଳ ଟଚ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପାକିସ୍ତାନ ଟିମ୍ ପ୍ରଥମେ ବ୍ୟାଟିଂ କରି ସମସ୍ତ ୱିକେଟ ହରାଇ ୨୪୧ ରନ୍ ସଂଗ୍ରହ କରିଛି। ଭାରତ ପାଇଁ ୨୪୨ ରନର ବିଜୟ ଲକ୍ଷ୍ୟ ରହିଛି।

ପାକିସ୍ତାନ ଟିମ୍ ସବୁ ୱିକେଟ୍ ହରାଇ ୨୪୧ ରନ୍ କରିଥିଲେ। ଆଫ୍ରିଦ ୫୩ ରନ୍ କରିଥିବା ବେଳେ ଏନ ଶାହ ୩୭ ରନ୍ ସଂଗ୍ରହ କରିବାରେ ସଫଳ ହୋଇଥିଲେ। ସେହିଭଳି ଏଚ ରାଉଫ୍ ୪୬ ରନ୍ କରିଥିବା ବେଳେ ଅହମ୍ମଦ ୨୮ ରନ୍, କେ ଶାହ ୩୧ ରନ୍, ଏସ୍ ଆଗା ୮ ରନ୍ କରିବାରେ ସଫଳ ହୋଇଥିଲେ। ଭାରତୀୟ ଟିମର କୁଲଦୀପ ଯାଦବ ସର୍ବାଧିକ ୩ ଟି ୱିକେଟ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡିଆଙ୍କୁ ଦୁଇଟି ୱିକେଟ ମିଳିଛି। ସେହିଭଳି ଯଡେଜା, ରାଣା ଓ ଅକ୍ଷର ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।

TT Ads

Leave a Reply

Your email address will not be published. Required fields are marked *