TT Ads

ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁକୁ ନେଇ ମାଲକାନାଗିରିର ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ମିଳିଲା ଆଶ୍ୱସ୍ତି। ତାଙ୍କ ବିରୁଦ୍ଧରେ ମାଲକାନାଗିରି ଏସଡିଜେଏମ୍ କୋର୍ଟ ପକ୍ଷରୁ ଲାଗିଥିବା ଗିରଫ ବିହୀନ ପରୱାନା (ଏନବିଡବ୍ଲ୍ୟୁ) ଆଦେଶରେ କୋହଳ କରିଛନ୍ତି ହାଇକୋର୍ଟ।
ପ୍ରକାଶ ଥାଉ କି ମାଲକାନାଗିରିର ପୂର୍ବତନ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡା ୨୦୧୯ ଡିସେମ୍ବର ୨୭ ତାରିଖରେ କେଉଁଆଡେ ନିଖୋଜ ହୋଇଯାଇଥିଲେ। ତା ପରଦିନ ତାଙ୍କର ମୃତଦେହ ସତିଗୁଡ଼ା ଡ୍ୟାମରୁ ଉଦ୍ଧାର କରା ଯାଇଥିଲା।
ପରେ ଏ ନେଇ ତାଙ୍କ ପତ୍ନୀ ବନଜା ପଣ୍ଡା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗରେ ଉଲ୍ଲେଖ କରିଥିଲେ ଯେ ତତ୍କାଳୀନ ଜିଲ୍ଲାପାଳ ଓ ଅନ୍ୟ ସହଯୋଗୀମାନେ ତାଙ୍କ ସ୍ବାମୀଙ୍କୁ ମାନସିକ ନିର୍ଯାତନା ଦେବାରୁ ସେ ଆତ୍ମହତ୍ୟା କରିଛନ୍ତି। ଦୀର୍ଘ ଦିନ ପରେ ଆଇନର ଲଢେଇ ପରେ ମାଲକାନାଗିରି ଏସଡିଜେଏମ୍ ମନୀଷଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ। ହେଲେ ଏହାକୁ ନେଇ ଶ୍ରୀ ଅଗ୍ରୱାଲ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଯାହାକୁ ବିଚାର କରି ହାଇକୋର୍ଟ ଏନବିଡବ୍ଲ୍ୟୁରେ କୋହଳ କରିଥିବା ଜଣାପଡୁଛି।

TT Ads

Leave a Reply

Your email address will not be published. Required fields are marked *