ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଗିରଫ କରିଛି ଭିଜିଲାନ୍ସ।
ଏଥି ସହିତ ମାଲକାନଗିରି ଜଳଛାୟା ପ୍ରକଳ୍ପର ସହକାରୀ କୃଷିଯନ୍ତ୍ରୀ ମୋହନ ମଣ୍ଡଳ, ଜିଲ୍ଲା କୃଷି ଅଧିକାରୀ ବିଶ୍ୱଜିତ୍ ମଣ୍ଡଳ, ଯୁକ୍ତିଭିତ୍ତିକ କର୍ମଚାରୀ ଅମିୟ କାନ୍ତ ସାହୁଙ୍କ ସମେତ ଅଲେଖ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି।
ପ୍ରକାଶ ଥାଉ କି ଭିଜିଲାନ୍ସ ପକ୍ଷରୁ ୭ ଟି ଟିମ୍ ମାଲକାନଗିରି, ଜୟପୁର, ଭୁବନେଶ୍ଵର ସମେତ ଶ୍ରୀ ମହାପାତ୍ରଙ୍କ କଟକ ସ୍ଥିତ ପୈତୃକ ବାସଭବନରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଶାନ୍ତନୁଙ୍କ ଘରୁ ନଗଦ ଦୁଇ କୋଟି ଟଙ୍କା ଠାବ କରିଥିଲା। ଏଥିସହିତ ଗୋଟିଏ ବହୁତଳ ବିଶିଷ୍ଟ କୋଠଘର, ୪ ଟି ମୂଲ୍ୟବାନ ଜାଗା, ୪୨୨ ଗ୍ରାମ ସୁନାଗହଣା ଓ ବ୍ୟାଙ୍କରେ ଥିବା ୯୧ ତାଙ୍କର ପାସବୁକ୍ ଜବତ କରିଥିଲା ଭିଜିଲାନ୍ସ।


