TT Ads

ସ୍ୱାଧୀନ ବିଧାୟକ ଓ ବିଜେପିର ପୂର୍ବତନ ବିଧାୟକ ଗିରଫ ହେଲେ, ଉଭୟଙ୍କ ବନ୍ଧୁକ ସିଜ୍ ହେଲା

ସ୍ୱାଧୀନ ବିଧାୟକ ଓ ବିଜେପିର ପୂର୍ବତନ ବିଧାୟକଙ୍କ କାର୍ଯ୍ୟାଳୟକୁ ଟେକା ପଥର ମାଡ଼ ଓ ଗୁଳି ଫୁଟାଇବା ଅଭିଯୋଗରେ ଉଭୟଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇ ରାଜନେତା ହେଲେ ଉତ୍ତରାଖଣ୍ଡର ରୁରକିର ବିଜେପିର ପୂର୍ବତନ ବିଧାୟକ କନୱାର ପ୍ରଣବ ସିଂ ଚାମ୍ପିଅନ ଓ ସ୍ଵାଧୀନ ବିଧାୟକ ଉମେଶ କୁମାର।
ପ୍ରକାଶ ଥାଉ କି ରବିବାର ଉଭୟ ପକ୍ଷରୁ ଦୁଇଟି ଭିନ୍ନ ଭିନ୍ନ ଭିଡ଼ିଓ ସାଧାରଣରେ ପ୍ରବଳ ମାତ୍ରାରେ ଭାଇରଲ୍ ହୋଇଥିଲା। ଉଭୟ ନିଜ ନିଜ ସମର୍ଥକଙ୍କୁ ନେଇ ପରସ୍ପର କାର୍ଯ୍ୟାଳୟ ଉପରକୁ ଟେକା ପଥର ମଧ୍ୟ କରିବା ସହ ଗୁଳି ଫୁତାଇଥିଲେ। ଉଭୟଙ୍କ ପକ୍ଷରୁ ହୋଇଥିବା ଦୁଇଟି ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇ ଉଭୟଙ୍କୁ ଗିରଫ କରାଯାଇଛି ବୋଲି ପୁଲିସ କହିଛି। ଅପରପକ୍ଷେ ବିଜେପିର ପୂର୍ବତନ ବିଧାୟକ ଚାମ୍ପିଅନ କହିଛନ୍ତି ଯେ ଶନିବାର ରାତିରେ ସ୍ଵାଧୀନ ବିଧାୟକ କୁମାର ତାଙ୍କୁ ଆକ୍ରମଣ କରିବା ସହ ଗାଳି ଦେଇଥିଲେ। ସେହିଭଳି ବିଧାୟକ କୁମାର ମଧ୍ୟ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ତାଙ୍କ କାର୍ଯ୍ୟାଳୟକୁ ଗୁଳିମାଡ କରିଛନ୍ତି। ଯାହା ସାମାଜିକ ଗଣମାଧ୍ୟମରେ ଭାଇରଲ୍ ହୋଇଛି। ଏମିତିକି ତାଙ୍କୁ ଏବଂ ତାଙ୍କ ବାପା ମାଆଙ୍କୁ ପୂର୍ବତନ ବିଧାୟକ ଚାମ୍ପିଅନ ଗାଳି ଦେଉଥିବା ଅଭିଯୋଗ କରିଛନ୍ତି କୁମାର।
ଏଭଳି ଅଭିଯୋଗ ପାଇ ପୁଲିସ ଉଭୟଙ୍କୁ ଗିରଫ କରିବା ସହ ଉଭୟଙ୍କ ଲାଇସେନ୍ସପ୍ରାପ୍ତ ପିସ୍ତଲ୍ ଜବତ କରିଛି।

TT Ads

Leave a Reply

Your email address will not be published. Required fields are marked *