ବିଭିନ୍ନ ଲୋକଙ୍କ ନିଆରା ନିଶା। ସେମିତି ଏକ ନିଶାରେ ପଡ଼ି ଯାଇଥିଲେ ଜର୍ମାନର ଜଣେ ନାଗରିକ। କଣ ଥିଲା ନିଶା ଆସନ୍ତୁ ଜାଣିବା।
କଥାଟି ଅନେକଙ୍କୁ ଆଶ୍ଚର୍ୟ୍ଯ କରିପାରେ। କିନ୍ତୁ ଏହା ସତ୍ୟ ଯେ, ଜର୍ମାନର ଏରୋସ୍ପେସ ଇଞ୍ଜିନିୟର ଗତକାଲି ଏହିଭଳି ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ପାନାମା ଉପକୂଳରେ ଥିବା ୱାଟର କ୍ୟାପସୁଲରେ ଦିନେ କି ଦୁଇଦିନ ନୁହେଁ, ପୂରା ୧୨୦ ଦିନ ବିତାଇଛନ୍ତି।
ଗ୍ରିନିଜ୍ ବିଶ୍ଵ ରେକର୍ଡର ବିଚାରପତି ସୁଜାନାଙ୍କ ଉପସ୍ଥିତିରେ ଏହି ବିରଳ ରେକର୍ଡ ସ୍ଥାପନ କରିଛନ୍ତି ୫୯ ବର୍ଷୀୟ ରୁଡିଗର୍ କୋଚ୍। ସମୁଦ୍ର ତଳେ ଥିବା ୩୦ ବର୍ଗ ମିଟର ଘରୁ (ୱାଟର କ୍ୟାପସୁଲ) ରୁ ବାହାରିଥିଲେ ସେ। ଏଥିପାଇଁ ତାଙ୍କ ନିକଟକୁ ଜର୍ମାନ ସରକାରଙ୍କ ସମେତ ବିଭିନ୍ନ ଶୁଭେଚ୍ଛୁମାନେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି।
ଏହି ଅବସରରେ ସେ ଦାବି କରିଛନ୍ତି ଯେ ପୂର୍ବରୁ ପୂର୍ବରୁ ଆମେରିକାର ଜୋସେଫ ଡିଟୁରି ୧୦୦ ଘଣ୍ଟା ଧରି ଫ୍ଲୋରିଡା ଲାଗୁନରେ ପାଣି ଭିତରେ ରହି ରେକର୍ଡ ସ୍ଥାପନ କରିଥିଲେ। କିନ୍ତୁ ସେ ଜୋସେଫଙ୍କ ରେକର୍ଡ ଭଙ୍ଗ କରିଛନ୍ତି।


