TT Ads

ଆଜିଠାରୁ ୩ ଦିନ ଟ୍ରାଫିକ୍‌ କଟକଣା। ଭଲ ଭାବରେ ପଢ଼ି ଘରୁ ବାହାରନ୍ତୁ। ନ ହେଲେ ବାଟରେ ଅସୁବିଧାରେ ପଡିପାରନ୍ତି।

ସାଧାରଣତନ୍ତ୍ର ଦିବସ ଅବସରରେ ଗୁରୁବାର ଠାରୁ ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ କମିଶନରେଟ ପୁଲିସ ପକ୍ଷରୁ ଲାଗୁ ହୋଇଛି ଟ୍ରାଫିକ କଟକଣା। ଲାଗୁ ହୋଇଥିବା ମାର୍ଗଦର୍ଶିକା ଅନୁଯାୟୀ ୨୩ ତାରିଖ‌ ଅପରାହ୍‌ଣ ୨ଟାରୁ ସାଢ଼େ ୬ଟା ଓ ୨୪ ତାରିଖ ସକାଳ ୭ଟାରୁ ୧୧ଟା ୩୦ ମଧ୍ୟରେ ପରେଡ୍‌ ଅଭ୍ୟାସ ହେବ। ୨୬ ତାରିଖ ସକାଳ ସାଢ଼େ ୬ଟାରୁ ପରେଡ୍‌ ଶେଷ ହେବା ପର୍ଯ୍ୟନ୍ତ ଜାରି ହୋଇଥିବା ଏହି କଟକଣା ବଳବତ୍ତର ରହିବ। ମାଷ୍ଟରକ୍ୟାଣ୍ଟିନ୍‌ ଦେଇ କୌଣସି ଯାନବାହାନ ଗାନ୍ଧୀମାର୍ଗକୁ ପ୍ରବେଶ କରିପାରିବ ନାହିଁ। ସେହିଭଳି ସଚିବାଳୟ ମାର୍ଗ ଦେଇ ହାଉସିଂବୋର୍ଡ ଛକରୁ ପିଏମ୍‌ଜି ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକ ରବୀନ୍ଦ୍ର ମଣ୍ଡପ ପୂର୍ବରୁ ବାମପଟକୁ ବୁଲିବାକୁ ହେବ। ଏଜିରୁ ପିଏମ୍‌ଜି ଆସୁଥିବା ଗାଡ଼ିଗୁଡ଼ିକ ଇନ୍ଦିରା ଗାନ୍ଧୀ ପାର୍କ ପୂର୍ବରୁ ଜୟଦେବ ଭବନ ପାର ରାସ୍ତା ଦେଇ ଡାହାଣକୁ ଯିବାକୁ ହେବ। ୧୨୦ ବାଟାଲିୟନରୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଥିବା ଗାଡ଼ି ଏମ୍‌ଏଲ୍‌ଏ କଲୋନି ଛକରୁ କଲୋନି ଭିତରକୁ ବୁଲିଯିବାକୁ ହେବ। ପାର୍କିଂ ପାଇଁ ମଧ୍ୟ ସ୍ବତନ୍ତ୍ର ସ୍ଥାନ ଚିହ୍ନଟ ହୋଇଛି। ରେଳଷ୍ଟେସନ୍‌ ପାଖରେ ଥିବା ବିଡିଏ ବସ୍‌ଷ୍ଟାଣ୍ଡ ନିକଟରେ, କଂଗ୍ରେସ ଭବନ ପାଖ, ଇଡକଲ୍‌ ଅଡିଟୋରିୟମ, ଜୟଦେବ ଭବନ ପରିସର, ୟୁନିଟ୍‌-୩ ଏସ୍‌ବିଆଇ ପାଖରେ, ରବୀନ୍ଦ୍ର ମଣ୍ଡପ ପରିସର, ୟୁନିଟ୍‌-୨ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପାର୍କିଂ କରିବାକୁ ହେବ। ଧାର୍ଯ୍ୟ ଜାଗାରେ ପାର୍କିଂ ନ କଲେ ଜରିମାନା ଦେବାକୁ ପଡ଼ିବ ବୋଲି କମିସନରେଟ୍‌ ପୁଲିସ୍‌ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି।

OJ Ads

Leave a Reply

Your email address will not be published. Required fields are marked *