TT Ads

ମାଲକାନଗିରିରୁ ଠାବ ହେଲା ଆଉଏକ ନକ୍ସଲ ଡମ୍ପ। ଯେଉଁଠାରେ ନକ୍ସଲମାନେ ବିପୁଳ ପରିମାଣର ମାରଣାସ୍ତ୍ର ସମେତ ଗୋଟିଏ ଅତ୍ୟାଧୁନିକ ଏସ୍‌ଏଲଆର ବନ୍ଧୁକ ଓ ଗୁଳି ମହଜୁଦ ରଖିଥିଲେ। ସହିତ ନକ୍ସଲଙ୍କ ଦ୍ୱାରା ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ପୁଲିସ ଜବତ କରିଛି ବୋଲି କହିଛନ୍ତି ମାଲକାନାଗିରି ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ମାଲକାନଗରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଜିନେଲଗୁଡ଼ାରେ ଠାବ କରାଯାଇଛି ଏହି କ୍ୟାମ୍ପ। ଶନିବାର ମାଲକାନଗିରି ଏସପିଙ୍କ ନେତୃତ୍ୱରେ ଏକ ଡିଭିଏଫ୍ ଟିମ୍‌ ସର୍ଚ୍ଚ ଅପରେସନ କରିବା ସମୟରେ ନକ୍ସଲ ଡମ୍ପ ଠାବ କରାଯାଇଥିଲା। ମାଟି ଖୋଳି ତା’ ତଳୁ ବନ୍ଧୁକ, ଗୁଳି, ମୋବାଇଲ ଓ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଥିଲା।
ସାଧାରଣ ଲୋକଙ୍କୁ ଅବା ସୁରକ୍ଷା କର୍ମଚାରୀଙ୍କୁ ଟାର୍ଗେଟ କରିବା ଉଦ୍ଦେଶ୍ୟରେ ନକ୍ସଲମାନେ ଏହି ଡମ୍ପକୁ ବ୍ୟବହାର କରିଥା’ନ୍ତେ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ମାଲକାନଗିରି ଏସ୍‌ପି। ମାଲକାନଗିରି ପୁଲିସ ପାଇଁ ଏହା ଏକ ଭଲ ସଫଳତା। ଆଗକୁ ମଧ୍ୟ ମାଲକାନଗିରି ପୁଲିସ ଏଭଳି ପ୍ରୟାସ ଜାରି ରଖିବ ବୋଲି ଏସ୍‌ପି କହିଥିଲେ।

OJ Ads

Leave a Reply

Your email address will not be published. Required fields are marked *