ଛତିଶଗଡ଼ରେ ଏନକାଉଣ୍ଟର
ମାଲକାନଗିରି, ୯/୧(ଓଡ଼ିଶା ଜାଗରଣ)
ସୁକୁମା ବିଜାପୁର ସୀମାରେ ପୁଲିସ-ମାଓବାଦୀ ଗୁଳି ବିନିମୟ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ଯବାନଙ୍କ ଗୁଳିରେ ୩ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଡିଆରଜି, ଏସଟିଏଫ୍ ଓ କୋବ୍ରା ବାହିନୀର ମିଳିତ ଅପରେସନରେ ଅପରେସନ ସମୟରେ ଏହି ଏନକାଉଣ୍ଟର ହୋଇଥିବା ଜଣାପଡ଼ିଛି। ପ୍ରକାଶ ଥାଉ କି ଗତ ଦୁଇଦିନ ତଳେ ଛତିଶଗଡ ବିଜାପୁର ଅଞ୍ଚଳରେ ମାଓବାଦୀଙ୍କ ହାମଲାରେ ୮ ଯବାନଙ୍କ ସମେତ ଗାଡ଼ି ଡ଼୍ରାଇଭରଙ୍କ ମୃତ୍ୟୁ ହୋଇଥିଲା। ଏହାର ପ୍ରତିଶୋଧ ସ୍ୱରୂପ ପୋଲିସ ପକ୍ଷରୁ ଏହି ଅପରେସନ ଆରମ୍ଭ ହୋଇଥିଲା।


