TT Ads

ସ୍ଵତନ୍ତ୍ର ଦର୍ଶନ ପାଇଁ ଟିକେଟ ବଣ୍ଟନ ବେଳେ ଅଘଟଣ
ନୂଆଦିଲ୍ଲୀ, ୮/୨: ଆସନ୍ତା ୧୦ ରୁ ୧୯ ତାରିଖ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତିସ୍ଥିତ ଭେଙ୍କଟେଶ୍ୱରଙ୍କ ଦର୍ଶନ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଏଥିପାଇଁ ଟୋକେନ୍ ବଣ୍ଟନ ଚାଲିଥିବା ବେଳେ ଦଳାଚକଟା ଘଟି ୬ ଜଣଙ୍କ ମୃତ୍ୟୁ ହୋଇଛି। ଏଥି ସହିତ ୧୫୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି। ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ପ୍ରକାଶ ଥାଉ କି ଆସନ୍ତା ୧୦ ତାରିଖରୁ ସ୍ବତନ୍ତ୍ର ବୈକୁଣ୍ଠ ଦ୍ୱାର ଦର୍ଶନ ଆରମ୍ଭ ହୋଇଥାନ୍ତା। ଏଥିପାଇଁ ବୁଧବାର ସକାଳୁ ଟୋକନ୍ ବଣ୍ଟନ ଆରମ୍ଭ ହୋଇଥିଲା। ବୈରାଗି ପାଟ୍ଟିଡା ପାର୍କରେ ଧାଡ଼ି ଲାଗିଥିଲେ ଶ୍ରଦ୍ଧାଳୁ। ସନ୍ଧ୍ୟାରେ ପ୍ରାୟ ପ୍ରାୟ ୪ ହଜାର ଶ୍ରଦ୍ଧାଳୁ ଟୋକେନ ପାଇଁ ଉପସ୍ଥିତ ଥିଲେ। ହଠାତ୍ ଦଳାଚକଟା ସ୍ଥିତି ଉପୁଜିବାରୁ ୬ଜଣ ଭକ୍ତଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି।
ସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିର କମିଟି ପକ୍ଷରୁ ଏକ ଜରୁରୀ ବୈଠକ କରାଯାଇ ଏଭଳି ପରିସ୍ଥିତି ଉପୁଜିବାର କାରଣ ସମ୍ପର୍କରେ ତର୍ଜମା କରାଯାଉଛି। ଆଗକୁ ଟୋକେନ ବଣ୍ଟନ ଓ ପ୍ରଭୁଙ୍କ ଦର୍ଶନ କିଭଳି ଠିକ୍ ଭାବେ ହୋଇପାରିବ ସେ ନେଇ ଆଲୋଚନା କରାଯାଇଛି। ଅପରପକ୍ଷେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

TT Ads

Leave a Reply

Your email address will not be published. Required fields are marked *