TT Ads

ଭୁବନେଶ୍ୱର, ୨୭/୧୨(ଓଡ଼ିଶା ଜାଗରଣ): ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ବାରା ଧରା ପଡ଼ିଥିବା ଜୁନାଗଡ଼ ଥାନା ଏ ଏସ ଆଇ ମୁକୁନ୍ଦ ଖେମୁଣ୍ଡୁ ଚତୁରତାର ସହ ଖସି ଯାଇଛନ୍ତି।
ଖବର ନେବାରୁ ଜଣା ପଡ଼ିଛି ଯେ, ଥାନାରେ ହୋଇଥିବା ଏକ ମାମଲା ରଫାଦଫା କରିବା ପାଇଁ ଗୋଇରାପଦର ଗାଁର ପ୍ରଭା ପୁଝ।ରିଙ୍କ ଠାରୁ ଗ୍ରାମରକ୍ଷୀ ଶ୍ରୀମୁଖ ବାଗଙ୍କ ମାଧ୍ୟମରେ ୩୫୦୦ ଟଙ୍କା ମାଗିଥିଲେ ମୁକୁନ୍ଦ ଖେମୁଣ୍ଡି। ଟଙ୍କା ନେବା ବେଳେ ପୂର୍ବରୁ ପ୍ରସ୍ତୁତ ଭିଜିଲାନ୍ସ ବିଭାଗ ମାଡିବସୀ ଥିଲା।
କିନ୍ତୁ ଏଏସଆଇ ଖେମୁଣ୍ଡୁ ଭିଜିଲାନ୍ସ ଦଳକୁ ଚକ୍ମା ଦେଇ ଥାନାରୁ ଚମ୍ପଟ ମାରିଥିଲେ। ଭିଜିଲାନ୍ସ ଅଧିକାରୀ ଟଙ୍କା ଜବତ କରି ଗ୍ରାମରକ୍ଷୀଙ୍କୁ ଅଟକ ରଖିଛଛି। ଏଏସଆଇଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି।

TT Ads

Leave a Reply

Your email address will not be published. Required fields are marked *