ସମ୍ପର୍କୀୟ ଦିଅର ପ୍ରେମରେ ପଡ଼ି ନିଜ ସ୍ୱାମୀକୁ ହତ୍ୟା କରିବା ଭଳି ଘଟଣା ଏବେ ଦିଲ୍ଲୀରେ ଦେଖିବାକୁ ମିଳିଛି। ଏହି ଘଟଣାରେ ପୁଲିସ ସମ୍ପର୍କୀୟ ଦିଅର ସମେତ ଅଭିଯୁକ୍ତ ପତ୍ନୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମହିଳା ହେଲେ କରଣ ଦେବଙ୍କ ପତ୍ନୀ ସୁସ୍ମିତା ଓ ସମ୍ପର୍କୀୟ ଦିଅର ରାହୁଲ।
ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ କରଣଙ୍କ ମୃତଦେହକୁ ତାଙ୍କ ପତ୍ନୀ ସୁସ୍ମିତା ଜୁଲାଇ ୧୩ ତାରିଖରେ ମାତା ରୂପରାଣୀ ମାଗୋ ହସ୍ପିଟାଲକୁ ଆଣିଥିଲେ। ଡାକ୍ତରଙ୍କ ଆଗରେ ସେ କହିଥିଲେ ଯେ, ତାଙ୍କ ସ୍ୱାମୀଙ୍କୁ ବିଦ୍ରୁତ ଆଘାତ ଲାଗିଛି। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। କିନ୍ତୁ ସୁସ୍ମିତା ସ୍ୱାମୀଙ୍କ ଶବ ବ୍ୟବଚ୍ଛେଦ ପାଇଁ ମନା କରିଥିଲେ। ଡାକ୍ତର ଜବତଦସ୍ତ ଶବ ବ୍ୟବଚ୍ଛେଦ ପାଇଁ ପଠାଇବାରୁ ସୁସ୍ମିତା ଏବଂ ସମ୍ପର୍କୀୟ ଦିଅର ଏହାକୁ ବିରୋଧ କରିଥିଲେ। ଯାହାକୁ ନେଇ ପୁଲିସ ପ୍ରାଥମିକ ସନ୍ଦେହ ହୋଇଥିଲା।
ଘଟଣାର ୩ ଦିନ ପରେ କରଣଙ୍କ ଭଉଣୀ ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ମୁତାବକ ତାଙ୍କ ଭାଇଙ୍କୁ ପତ୍ନୀ ସୁସ୍ମିତା ଏବଂ ରାହୁଲ ହତ୍ୟା କରିଛନ୍ତି। ତେବେ ଉଭୟ ରାହୁଲ ଏବଂ ସୁସ୍ମିତାଙ୍କ ମଧ୍ୟରେ ଥିବା ଏକ ଇନ୍ଷ୍ଟାଗ୍ରାମ୍ ଚାଟିଂକୁ ନେଇ ସେ ଏଭଳି ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଗ୍ରହଣ କରି ସେ ଦିଗରେ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ଏ ନେଇ ଅଭିଯୋଗ ଏକ ପ୍ରକାର ସ୍ପଷ୍ଟ ହୋଇଥିଲା।

ଉଭୟଙ୍କ ମଧ୍ୟରେ ଇନ୍ଷ୍ଟା ଗ୍ରାମ୍ରେ ହୋଇଥିବା ଚାଟିଂଅନୁଯାୟୀ ସମ୍ପର୍କୀୟ ଦିଅର ରାହୁଲ ସହିତ ସୁସ୍ମିତାଙ୍କର ଅନୈତକି ସମ୍ପର୍କରେ ରହିଥିଲା। ଏହି ସମ୍ପର୍କ ଏତେ ଘନିଷ୍ଠ ଥିଲା ଯେ, କରଣଙ୍କୁ ଏକ କାଳିନ ୧୫ଟି ନିଦ ବଟିକା ଦେଇ ସୁସ୍ମିତା ଶୁଆଇ ଦେଇଥିଲେ। ପରେ ତାଙ୍କ ଦେହରେ ବିଦ୍ୟୁତ କରେଣ୍ଟ ଲଗାଇ ହତ୍ୟା କରିଥିଲେ। ଏଥିରେ ତାଙ୍କୁ ରାହୁ ସହାୟତା କରିଥିଲେ।