ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି। ଉପରିସ୍ଥଳେ ଭାରତୀୟ ସଙ୍ଗୀତ ଉପରେ କଟକଣା ଲଗାଇଲା ପାକିସ୍ତାନ।
ପାକିସ୍ତାନ ଏଫଏମ ରେଡିଓରେ ବାଜିବନି ଭାରତୀୟ ଗୀତ। ଭାରତର ଗୀତ ପାକିସ୍ତାନରେ ବ୍ୟାନ ନେଇ ପାକିସ୍ତାନ ବ୍ରଡକାଷ୍ଟର୍ସ ଆସୋସିଏସନର ନିଷ୍ପତ୍ତି ନିଆଯାଇଥିବା ଜଣା ପଡ଼ିଛି।
ଭାରତୀୟ ଗୀତ ବିଶେଷକରି ଲତା ମଙ୍ଗେସକର, ମହମ୍ମଦ ରଫି, କିଶୋର କୁମାରଙ୍କ ଭଳି ମହାନ କିମ୍ବଦନ୍ତୀ କଣ୍ଠଶିଳ୍ପୀଙ୍କ ଗୀତଗୁଡ଼ିକ ପାକିସ୍ତାନୀମାନଙ୍କ ମଧ୍ୟରେ ଲୋକପ୍ରିୟ ହୋଇଥିବାରୁ ଏହାକୁ ପ୍ରତିଦିନ ପାକିସ୍ତାନର ଏଫଏମ ରେଡିଓ ଷ୍ଟେସନଗୁଡ଼ିକ ଦ୍ୱାରା ବଜାଇ ଦିଆଯାଏ। ତେଣୁ ଏବେ ଏସବୁ ଗୀତ ଉପରେ କଟକଣା ଲଗାଇଯାଇଛି।
ପହଲଗାମ୍ ଆତଙ୍କୀ ହମଲାର ପ୍ରତିଶୋଧ ନେବାକୁ ପାକିସ୍ତାନ ଉପରେ ଆକ୍ସନ ନେଉଛି ଭାରତ। ପାକିସ୍ତାନୀ କଳାକାରଙ୍କୁ ବ୍ୟାନ କରିବା ସହ ସେମାନଙ୍କୁ ୟୁଟ୍ୟୁବ, ଇନଷ୍ଟାଗ୍ରାମ ଏବଂ ଅନ୍ୟ ସୋସିଆଲ ମିଡିଆକୁ ଭାରତରେ ବ୍ୟାନ୍ କରାଯାଇଛି। ଏଥିସହ ବିଭିନ୍ନ ଖେଳାଳୀଙ୍କ ଉପରେ ବି କଟକଣା ଲଗାଯାଇଛି। ଯେଉଁଥିରେ ବିଳିବିଳେଇ ପାକିସ୍ତାନ ଭାରତୀୟ ଗୀତ ଉପରେ କଟକଣା ଲଗାଇଛି।



