TT Ads

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଋଣ ଠକେଇ ମାମଲାରେ ପଳାତକ ଘୋଷିତ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କୁ ବେଲଜିୟମ ପୁଲିସ ଶନିବାର ଗିରଫ କରିଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ପକ୍ଷରୁ କୁହାଯାଇଛି। ୬୫ ବର୍ଷୀୟ ଚୋକସି ବର୍ତ୍ତମାନ ଜେଲରେ ଅଛନ୍ତି
ଚୋକସି ଏବଂ ତାଙ୍କ ଭଣଜା ନୀରବ ମୋଦିଙ୍କୁ ପିଏନବିକୁ ୧୩,୮୫୦ କୋଟି ଟଙ୍କାର ଠକେଇ ଅଭିଯୋଗରେ ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଖୋଜୁଥିଲା।
ପୁଲିସ ଚୋକସିଙ୍କୁ ଗିରଫ କରିବା ସମୟରେ ମୁମ୍ବାଇର ଏକ କୋର୍ଟ ଦ୍ୱାରା ଜାରି କରାଯାଇଥିବା ଦୁଇଟି ଖୋଲା ଗିରଫ ପରୱାନାକୁ ଉଲ୍ଲେଖ କରିଛି। ଏଗୁଡ଼ିକ ୨୩ ମଇ, ୨୦୧୮ ଏବଂ ୧୫ ଜୁନ୍, ୨୦୨୧ ତାରିଖର ଥିଲା।
ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ଅନ୍ୟାନ୍ୟ କାରଣ ଦର୍ଶାଇ ସେ ଜାମିନ ଏବଂ ତୁରନ୍ତ ମୁକ୍ତି ପାଇଁ ଆବେଦନ କରିବେ ବୋଲି ଆଶା କରାଯାଉଛି।
ମେହୁଲ ଚୋକସି ଏବଂ ନୀରବ ମୋଦି ମୁମ୍ବାଇରେ ଥିବା ବ୍ୟାଙ୍କର ବ୍ରାଡି ହାଉସ୍ ଶାଖାର ଅଧିକାରୀମାନଙ୍କୁ ଲାଞ୍ଚ ଦେଇ ଲେଟର ଅଫ୍ ଅଣ୍ଡରଟେକିଂ ଏବଂ ଫରେନ୍ ଲେଟର ଅଫ୍ କ୍ରେଡିଟ୍ ବ୍ୟବହାର କରିଥିବା ଅଭିଯୋଗ ହୋଇଛି।
ଦେଶର ଦ୍ୱିତୀୟ ବୃହତ୍ତମ ବ୍ୟାଙ୍କ – ପିଏନବିରେ ଠକେଇ ସାମ୍ନାକୁ ଆସିବାର ସପ୍ତାହ ପୂର୍ବରୁ, ଜାନୁଆରୀ ୨୦୧୮ ରେ ସେମାନେ ଭାରତରୁ ପଳାଇ ଯାଇଥିଲେ।
ତେବେ ଏନଡ଼ିଏ ସରକାର ସମୟରେ ଦେଶର ଦୁଇଟି ବଡ ଠକେଇ ଘଟଣାରେ ଫେରାର ଭଣଜା ନୀରବ ମୋଦି ୫ ବର୍ଷ ତଳେ ଗିରଫ ହୋଇ ଲଣ୍ଡନ ଜେଲରେ ଥିବା ବେଳେ ଏବେ ମାମୁ ଚୋକସି ଗିରଫ ହୋଇଛନ୍ତି।

ୱାକଫ ବିଲକୁ ନେଇ ପଶ୍ଚିମବଙ୍ଗରେ ସ୍ଥିତି କିଭଳି ଅଛି

TT Ads

Leave a Reply

Your email address will not be published. Required fields are marked *