TT Ads

ୱାକଫ୍ ବିଲକୁ ସମର୍ଥନ କରିବା ନିତିଶଙ୍କୁ ମହଙ୍ଗା ପଡିଲା। ବିଧାନସଭା ନିର୍ବାଚନ ପୂର୍ବରୁ ଜେଡିୟୁ ଛାଡ଼ିଲେ ୧୫ ମୁସଲମାନ ନେତା। ୱାକଫ୍ ବିଲକୁ ନିତିଶଙ୍କ ସମର୍ଥନ ପରେ ଦଳ ଛାଡିଦେଲେ ମୁସଲମାନ ସଂପ୍ରଦାୟର ନେତା ଏଥିସହ ନିତିଶଙ୍କ ବିରୋଧରେ ବଡ ବୟାନ ଦେଇଛନ୍ତି। ନିର୍ବାଚନ ପୂର୍ବରୁ ଦଳକୁ ଏହି ଝଟକା ଲାଗିବା ପରେ ଏବେ ଅଡ଼ୁଆରେ ଛନ୍ଦି ହୋଇ ପଡିଛନ୍ତି ନିତିଶ

ବିହାର ମୋତିହାରୀ ଜିଲ୍ଲାରେ ୧୫ ମୁସଲମାନ ନେତା ଏକା ସାଙ୍ଗରେ ଦଳ ଛାଡ଼ିଛନ୍ତି। ଆଗକୁ ଏହି ଦଳ ଛଡା ପ୍ରକ୍ରିୟା ଜାରି ରହିବ ବୋଲି ବିଶେଷ ସୂତ୍ରରୁ ଜଣା ପଡ଼ିଛି। ୱାକଫ୍ ବିଲକୁ ନିତିଶଙ୍କ ସମର୍ଥନ ଅନେକ ସଂଖ୍ୟାଲଘୁ ନେତାଙ୍କୁ କଠୋର ଆଘାତ ଦେଇଛି ଏବଂ ସେମାନେ ନିତିଶଙ୍କୁ ବିଶ୍ୱାସ କରି ଦଳରେ ରହିବା ଭୁଲ ହେବ ବୋଲି କହିଛନ୍ତି। ସେମାନେ ଅସନ୍ତୁଷ୍ଟ ହୋଇ ଦଳରୁ ଏକାସାଙ୍ଗରେ ଇସ୍ତଫା ଦେବା ଘଟଣା ବିହାର ରାଜନୀତିକୁ ଦୋହଲାଇ ଦେଇଛି।
ଢାକା ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳର ଜଣେ ନେତା କହିଛନ୍ତି ଯେ, ନିତିଶଙ୍କୁ ସେମାନେ ସେମାନଙ୍କ ହିତାକାଂକ୍ଷୀ ଭାବୁଥିଲେ ଆଉ ସମର୍ଥନ ମଧ୍ୟ ଦେଉଥିଲେ। କିନ୍ତୁ ଏବେ ୱାକଫ୍ ବିଲକୁ ସମର୍ଥନ ଦେବା ପରେ ନିତିଶଙ୍କ ନୀତି ଜଣା ପଡ଼ିଛି। ତାଙ୍କ ଉପରୁ ସେମାନଙ୍କ ଭରସା ଭାଙ୍ଗି ଦେଇଥିବା ମୁସଲମାନ ନେତାମାନେ କହିଛନ୍ତି।

ତେବେ ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ଜେଡିୟୁ ପାଇଁ ଏହା ବଡ ଝଟକା ବୋଲି କୁହାଯାଉଛି। ଅନ୍ୟପଟେ ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସ ଆଗୁଆ ରଣନୀତି ପ୍ରସ୍ତୁତ କଲାଣି। ରାହୁଲ ବେଗୁସରାଇରେ କହ୍ନେୟା କୁମାରଙ୍କ ବିଶାଳ ପଦଯାତ୍ରାରେ ସାମିଲ ହୋଇଥିବା ବେଳେ ଗତ ୪ ମାସରେ ୩ ଥର ବିହାର ଗସ୍ତ କରିବା ଜେଡିୟୁ ପାଇଁ ଏକ ଖୋଲା ଆହ୍ୱାନ ମଧ୍ୟ।

ୱାକଫ୍ ବିଲକୁ କେମିତି ସମର୍ଥନ କଲେ ନିତିଶ ନାଇଡୁ

TT Ads

Leave a Reply

Your email address will not be published. Required fields are marked *