TT Ads

ଭକ୍ତି ଓ ବିଶ୍ୱାସ ଉପରେ ଆଧାରିକ ପ୍ରୟାଗରାଜରେ ମହାକୁମ୍ଭ ମେଳା ଶେଷ ହୋଇଛି। ଦୀର୍ଘ ୪୫ ଦିନ ଧରି ଚାଲିଥିବା ଏହି ମେଳାରେ ସରକାରୀ ଭାବେ ୬୬ କୋଟି ଲୋକ ବୁଡ଼ ପକାଇଥିବା କୁହାଯାଇଛି। କିନ୍ତୁ ଏଠାକୁ ବ୍ୟବସାୟ କରିବାକୁ ଆସିଥିବା ଅନେକ ଲୋକେ କୋଟିପତି ହୋଇ ଫେରିଛନ୍ତି

ଜଣେ ଟାଟୁ କରୁଥିବା ଯୁବକ ୩୫ ଲକ୍ଷ ଟଙ୍କା ରୋଜଗାର କରିଥିବା ବେଳେ ଏବେ ଡଙ୍ଗା ଚଳାଉଥିବା ଏକ ନାଉରିଆ ପରିବାର ୩୦ କୋଟି ଟଙ୍କା ଆୟ କରିଥିବା ଜଣାପଡ଼ିଛି। ହୁଏ ତ ଏହା ଅନେକଙ୍କୁ ବିସ୍ମିତ କରିପାରେ।ସେଭଳି ଜଣେ ବ୍ୟକ୍ତିଙ୍କ ପରିବାରକୁ ଉତ୍ତପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଶଂସା କରିଛନ୍ତି। ଉତ୍ତର ପ୍ରଦେଶ ବିଧାନସଭାରେ ମହାକୁମ୍ଭର ରୋଜଗାର କଥା କହିବା ବେଳେ ଏହି ପରିବାରର ଉଦାହରଣ ଦେଇଛନ୍ତି ଯୋଗୀ।
ତେବେ ପ୍ରୟାଗରାଜ ଅରେଲରେ ରହୁଥିବା ମହରା ପରିବାର ମହାକୁମ୍ଭରୁ ୩୦ କୋଟି ରୋଜଗାର କରିଛି। ନାବିକ ପରିବାରରେ ମୋଟ ୧୩୦ ଟି ଡଙ୍ଗା ଅଛି ଯାହା ମହାକୁମ୍ଭରେ ଯାତ୍ରୀଙ୍କୁ ବୁଲାଇବାରେ ନିୟୋଜିତ ଥିଲା।ଗୋଟିଏ ଡଙ୍ଗାରୁ ପ୍ରାୟ ୫୦ ହଜାରରୁ ୫୨ ହଜାର ଟଙ୍କା ରୋଜଗାର ହୋଇଛି ଆଉ ପରିବାରର ସମସ୍ତଙ୍କ ରୋଜଗାର ମିଶିଗଲେ ଏହା ୩୦ କୋଟି ପହଞ୍ଚିଛି। ତାଙ୍କ ଡଙ୍ଗା ଚାଳକ ଦିନକୁ ହଜାରରୁ ୨ ହଜାର ଟଙ୍କା ନେଉଥିଲେ। ସେମାନେ ସମସ୍ତେ ଲକ୍ଷେରୁ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିଛନ୍ତି।
ଏମିତି ଏକ ବଡ ରୋଜଗାର ପରେ ପରିବାର ଲୋକେ ଖୁସି ପାଳନ କରୁଥିବା ଜଣାପଡ଼ିଛି।

TT Ads

Leave a Reply

Your email address will not be published. Required fields are marked *