TT Ads

ଦୁଇ ମେସିନରେ ଚାଲିଛି ଟଙ୍କା ଗଣତି, କେଜିଏ ସୁନା ଜବତ କଲେ ଭିଜିଲାନ୍ସ ଟିମ୍

ମାଲକାନଗିରି ଜଳଛାୟା ପ୍ରକଳ୍ପର ଉପ-ନିର୍ଦ୍ଦେଶକ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ବାସଭବନ ସମେତ ୭ ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଛି ଭିଜିଲାନ୍ସ ଟିମ୍। ପ୍ରାଥମିକ ପର୍ଯ୍ୟାୟ ରିପୋର୍ଟ୍ ଅନୁଯାୟୀ ପ୍ରାୟ ଦେଢ଼ କୋଟି ଟଙ୍କା ସହ ଏକ କେଜି ସୁନା ଠାବ କରାଯାଇଛି।

ଦୁଇଜଣ ଅତିରିକ୍ତ ଏସପି, ଦୁଇଜଣ ଡିଏସପି, ୨୦ ଜଣ ଇନ୍ସପେକ୍ଟର, ୬ ଜଣ ଏଏସଆଇ ଏହି ଚଢ଼ଉ ଟିମରେ ସାମିଲ ହୋଇଛନ୍ତି। ଭିଜିଲାନ୍ସ ଟିମ ମାଲକାନଗିରି ସମେତ କଟକ, ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତି। ଏହି କ୍ରମରେ ଜୟପୁରରେ ଏକ ତିନିତଳ ବିଶିଷ୍ଟ କୋଠା ଘର ସମେତ ଭିମଟାଙ୍ଗି ହଉସିଂ ବୋର୍ଡରେ ଥିବା ତାଙ୍କର ସମ୍ପର୍କୀୟଙ୍କ ଘରେ, କଟକ ନୂଆପଡ଼ା ବାଲିସାହିସ୍ଥିତ ପୈତୃକ ଘରେ ମଧ୍ୟ ଚଢ଼ଉ ଜାରି ରଖିଛି ଭିଜିଲାନ୍ସର ଭିନ୍ନ ଭିନ୍ନ ଟିମ୍। ସେହିଭଳି ମାଲକାନଗିରିରେ ରହୁଥିବା ସହକାରୀ ଯନ୍ତ୍ରୀ ମୋହନ ମଣ୍ଡଳଙ୍କ ବାସଭବନ, ଜଳଛାୟା ପ୍ରକଳ୍ପର ଡାଟା ଏଣ୍ଟ୍ରି ଅପରେଟର ବିଶ୍ୱଜିତ୍ ମଣ୍ଡଳ, ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବା ଅମୀୟକାନ୍ତ ସାହୁଙ୍କ ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢଉ ଜାରୀ ରହିଛି।

TT Ads

Leave a Reply

Your email address will not be published. Required fields are marked *