TT Ads

ଆମେରିକାରେ ଦ୍ୱିତୀୟଥର ପାଇଁ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଡୋନାଲ୍ଡ ଟ୍ରମ୍ପ୍‌। ସେ ୪୭ତମ ରାଷ୍ଟ୍ରପତି ଭାବେ ଆଜି ସାଂସଦ ଭବନରେ ଶପଥପାଠ କରିଛନ୍ତି। ଉପରାଷ୍ଟ୍ରପତି ଭାବେ ଜେଡି ଭାନ୍ସ ଶପଥ ଗ୍ରହଣ କରିଛନ୍ତି। ଏହି ଅବସରରେ ନିର୍ବାଚନ ପୂର୍ବରୁ ଦେଇଥିବା ୬ଟି ପ୍ରତିଶ୍ରୁତି କିଭଳି ପୂରଣ ହୋଇପାରିବ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ଟ୍ରମ୍ପ। ବିଶେଷକରି ଆମେରିକାର ସ୍ୱର୍ଣିମ ଯୁଗ ଆରମ୍ଭ ହେଲା ବୋଲି କହିବା ସହ ଦେଶର ସୁରକ୍ଷାକୁ ବିଶେଷ ଗୁରୁତ୍ବ ଦେବେ ବୋଲି କହିଛନ୍ତି ସେ। ସେହିଭଳି ବର୍ଣ୍ଣ ବୈଷମ୍ୟକୁ ଦୂର କରି ସମସ୍ତଙ୍କୁ ସମାନ ଅଧିକାର ଓ ସମ୍ମାନ ଦେବା ପାଇଁ କହିଛନ୍ତି। ଅପରପକ୍ଷେ ଦେଶର ସୁରକ୍ଷାକୁ ପ୍ରାଧାନ୍ୟ ଦେଇଛନ୍ତି ନବ ନିର୍ବାଚିତ ରାଷ୍ଟ୍ରପତି। ଆରମ୍ଭରୁ ଦକ୍ଷିଣ ମେକ୍ସିକୋ ସୀମାରେ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛନ୍ତି ଟ୍ରମ୍ପ। ସେହିଭଳି ମଙ୍ଗଳ ଗ୍ରହକୁ ମହାକାଶ ଯାତ୍ରୀ ପଠାଇବାର ଲକ୍ଷ୍ୟ ରହିଛି ବୋଲି କହିଛନ୍ତି। ଯାହା ସ୍ବପ୍ନ ଦେଖିବୁ ତାକୁ ପୂରଣ କରିବା ସହ ଦେଶକୁ ଧନୀ ରାଷ୍ଟ୍ର ଭାବେ ପୁନର୍ବାର ଗଢ଼ିବା ପାଇଁ ଘୋଷଣା କରିଛନ୍ତି। ଆମେରିକା ପୁଣି ଶକ୍ତିଶାଳୀ ରାଷ୍ଟ୍ର ଭାବେ ଗଢି ତୋଳିବା ପାଇଁ ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଦେଶରେ ମାହାଙ୍ଗା ନିୟନ୍ତ୍ରଣ କରିବାକୁ ମୂଳ ଲକ୍ଷ୍ୟ ହେବ ବୋଲି କହିଛନ୍ତି। ପାନାମା କେନାଲ ପୁନର୍ବାର କବଜା ସହ ଗଲ୍ଫ ଅଫ୍ ମେକ୍ସିକୋ ନାମ ପରିବର୍ତ୍ତନ କଥା ଘୋଷଣା କରିଛନ୍ତି ଟ୍ରମ୍ପ। ଅନ୍ୟ କୌଣସି ଦେଶ ମଧ୍ୟରେ ଯୁଦ୍ଧ ପ୍ରତି ହସ୍ତକ୍ଷେପ ନ କରି ନିଜ ଦେଶର ସୁରକ୍ଷାକୁ ଗୁରୁତ୍ଵ ଦେବାକୁ କହିଛନ୍ତି। ଆମେରିକାକୁ କୌଣସି ରାଷ୍ଟ୍ର ଏବେ ବ୍ୟବହାର କରିପାରିବ ନାହିଁ। ସେହିଭଳି ସୀମାରେ ଅନୁପ୍ରବେଶ ରୋକିବାକୁ ସମସ୍ତ ପ୍ରକାର ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି। ଆମେରିକାରେ ବିକାଶକୁ ଗୁରୁତ୍ୱ ଦିଆଯିବ। ସେହିଭଳି ଆମେରିକା ସେନା ଅନ୍ୟ କୌଣସସି ଯୁଦ୍ଧରେ ନିଜକୁ ସାମିଲ କରିବ ନାହିଁ ବୋଲି କହିଛନ୍ତି ଯେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆମେରିକାରେ ଥିବା ବେଆଇନ ପ୍ରବାସୀଙ୍କୁ ବିତାଡ଼ିତ କରିବା ପାଇଁ ଟ୍ରମ୍ପ୍‌ ଘୋଷଣା କରିଛନ୍ତି। ସୀମା ସୁରକ୍ଷା ଦୃଷ୍ଟିରୁ ପ୍ରାଥମିକତା ଦୃଷ୍ଟିରୁ ଦକ୍ଷିଣ ସୀମାରେ ଜରୁରିକାଳୀନ ପରିସ୍ଥିତି ଲାଗୁ କରାଯାଇଛି।

TT Ads

Leave a Reply

Your email address will not be published. Required fields are marked *