ଶିରୋନାମା ଦେଖି ଆଶ୍ଚର୍ଯ୍ୟ ହେଉଥିବେ। କିନ୍ତୁ ଏହା ସତ୍ୟ। ନିଲାମ ହେବ ୨୫ କିଲୋଗ୍ରାମ ଓଜନର ଏକ ପଥର। ଯାହାର ଅନୁମାନିକ ନିଲାମ ମୂଲ୍ୟ ୨ରୁ ୪ ନିୟୁତ ଡଲାର ହେବ। ଭାରତୀୟ ମୁଦ୍ରାରେ ପ୍ରାୟ ୧୭ରୁ ୨୪ କୋଟି ଟଙ୍କା।
କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଗୋଟିଏ ସାମାନ୍ୟ ପଥରର ମୂଲ୍ୟ ଏତେ କାହିଁକି? ଏହାର କାରଣ ହେଉଛି ଏହି ପଥରଟି କୌଣସି ଜାହିତାହି ପଥର ନୁହେଁ, ଏହା ମଙ୍ଗଳଗ୍ରହରୁ ଆସିଥିବା ଏକ ବହୁମୂଲ୍ୟ ପଥର। ଏ ପଥର କିଭଳି ପୃଥିବୀ ପୃଷ୍ଠକୁ ଆସିଲା ସେ ନେଇ ଅନେକ ପ୍ରଶ୍ନ ଆପଣଙ୍କ ମଧ୍ୟରେ ଆସୁଥିବ।
ନ୍ୟୁୟର୍କର ଏକ ନିଲାମ କମ୍ପାନୀ ସୋଥେବିସ୍ ଏକ ନାଚୁରାଲ ହିଷ୍ଟ୍ରି (ପ୍ରାକୃତିକ ଇତିହାସ) ଥିମ୍ ନିଲାମର ଅଂଶ ଭାବରେ ବୁଧବାର ‘ଏନଡବ୍ଲୁଏ ୧୬୭୮୮’ ନାମକ ବସ୍ତୁକୁ ବିକ୍ରୟ ପାଇଁ ରଖିବ। ଏହା ସହିତ, ଏକ ତରୁଣ ‘ସେରାଟୋସୌରସ୍ ଡାଇନୋସର’ର କଙ୍କାଳ ମଧ୍ୟ ନିଲାମ ପାଇଁ ରଖାଯିବ। ଯାହା ଉଚ୍ଚତା ରହିଛି ଛଅ ଫୁଟରୁ ଅଧିକ ଏବଂ ଉଚ୍ଚତା ରହିଛି ପ୍ରାୟ ୧୧ ଫୁଟ।
ନିଲାମ କମ୍ପାନିର କହିବାନୁଯାୟୀ ଏହା ବିଶ୍ୱାସ କରାଯାଏ ଯେ ଏହି ଉଲ୍କାପିଣ୍ଡ ଏକ ବିଶାଳ ଗ୍ରହାଣୁ ସହିତ ଧକ୍କା ହେବା ଯୋଗୁଁ ମଙ୍ଗଳ ଗ୍ରହର ପୃଷ୍ଠରୁ ଉଡ଼ି ଆସିଥିଲା ଏବଂ ୧୪୦ ନିୟୁତ ମାଇଲ ଦୂର ଯାତ୍ରା କରିବା ପରେ ପୃଥିବୀରେ ପହଞ୍ଚିଥିଲା ଓ ସାହାରା ମରୁଭୂମିରେ ପଡ଼ିଥିଲା। ସୋଥେବିସ୍ କହିଛି ଯେ ମଙ୍ଗଳ ଗ୍ରହର ଏହି ଖଣ୍ଡ ନଭେମ୍ବର ୨୦୨୩ରେ ନାଇଜରରେ ମିଳିଥିଲା। ଯାହାକୁ ରଖା ଯାଇଛି। ଦିନକୁ ଦିନ ଏହି ପଥରର ଚାହିଦା ବଢ଼ୁଥିବାରୁ ନିଲାମ ଦର ମଧ୍ୟ ବୃଦ୍ଧି ପାଇଛି।