ଶୀତଳୀକରଣ ବ୍ୟବସ୍ଥା ବା ରେଫ୍ରିଜେଟର୍ ଉଦ୍ଭାବନ ପୂର୍ବରୁ, ରୁଷୀୟମାନେ କ୍ଷୀରକୁ ନଷ୍ଟ ହେବାରୁ ରକ୍ଷା କରିବା ପାଇଁ ବା ସଂରକ୍ଷଣ କରିବା ପାଇଁ ଏକ ଅଭିନବ ଉପାୟ ଆପଣେଇ ଥିଲେ। ସେମାନେ କ୍ଷୀର ପାତ୍ରରେ ବାଦାମୀ ରଙ୍ଗର ଜୀବନ୍ତ ବେଙ୍ଗ ପକାଇ ଦେଉଥିଲେ। ଯାହାଦ୍ବାରା କ୍ଷୀର ବେଶୀ ଦିନ ସଂରକ୍ଷିତ ହୋଇ ରହି ପାରୁଥିଲା।

ଏହି ଉଭୟଚର କ୍ଷୀର ଚିକିତ୍ସା କିପରି କାମ କରେ ତାହା ଋଷୀୟମାନେ ଅବଗତ ନ ଥିଲେ ମଧ୍ୟ ସେମାନେ ନିଶ୍ଚିତ ଥିଲେ ଯେ କ୍ଷୀରରେ ଜୀବନ୍ତ ବେଙ୍ଗ ରହିଲେ କ୍ଷୀର ଦୀର୍ଘ ଦିନ ପଯ୍ୟନ୍ତ ସତେଜ ରୁହେ।
ସେବେଠାରୁ ଗବେଷକମାନେ ତାହାର କାରଣ ଖୋଜିବାରେ ଲାଗି ପଢ଼ିଥିଲେ ଶେଷରେ ଏଭଳି ଏକ ଚମତ୍କାର ତଥ୍ୟ ବୈଜ୍ଞାନିକମାନେ ଆବିଷ୍କାର କଲେ। ବୈଜ୍ଞାନିକଙ୍କ କହିବନୁଯାୟୀ ବେଙ୍ଗ ପ୍ରଜାତିର ବେଙ୍ଗଙ୍କ ଚର୍ମରୁ ଗୁ ନିର୍ଗତ ହୋଇଥାଏ। ଯେଉଁଥିରେ ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟିଫଙ୍ଗାଲ୍ ଗୁଣ ରହିଛି।
ଜଣେ ରୁଷୀୟ ରସାୟନବିଦଙ୍କ ନେତୃତ୍ୱରେ ଏକ ବୈଜ୍ଞାନିକ ଦଳ ଏହି ବେଙ୍ଗ ଗୁ’କୁ ଆଣବିକ ସ୍ତରରେ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି। ଗବେଷକମାନେ ଏପରି ଯୌଗିକ ପାଇଛନ୍ତି ଯାହା ନୂତନ ଔଷଧ ପାଇଁ ସହାୟକ ହେବ ବୋଲି ସେମାନେ ଆଶା କରୁଛନ୍ତି।
ଏ ନେଇ ମସ୍କୋ ଷ୍ଟେଟ୍ ୟୁନିଭରସିଟିର ବୈଜ୍ଞାନିକ ଆଲବର୍ଟ ଲେବେଡେଭ୍ ଗୁ’ରେ ପାଇଥିବା ରାସାୟନିକ ପଦାର୍ଥ ବିଷୟରେ ମଧ୍ୟ ବର୍ଣ୍ଣନା କରିଛନ୍ତି।