ରାଜ୍ୟରେ ନୂଆ ସରକାରଙ୍କ ପାଇଁ ବଡ଼ ସଂକଟ ଭାବେ ସୃଷ୍ଟି ହୋଇଛି ଆଇନଶୃଙ୍ଖଳା ପରିସ୍ଥିତି। ଏପରିସ୍ଥଳେ ରାଜ୍ୟରେ ବଢ଼ି ଚାଲିଛଇ ଦୁଷ୍କର୍ମ ସଂଖ୍ୟା। ଏକା ଥରକେ ରାଜ୍ୟର ୩ଟି ଜିଲ୍ଲାରୁ ଦୁଷ୍କର୍ମ ନେଇ ଅଭିଯୋଗ ଆସିବା ପରେ ରାଜ୍ୟ ପୁଲିସ ପାଇଁ ଚିନ୍ତା ବଢ଼ିବାରେ ଲାଗିଛି।
ଉପକୂଳବର୍ତ୍ତୀ ଜିଲ୍ଲାଠାରୁ ଆରମ୍ଭ କରି ଉପାନ୍ତ ଜିଲ୍ଲାଗୁଡ଼ିକରେ ଏବେ ଦୁଷ୍କର୍ମ ଏକ ପ୍ରକାର ପୁଲିସ ପାଇଁ ଚିନ୍ତା ବଢ଼ାଇଛି। ଏକ ପକ୍ଷରେ ଜଗତସିଂହପୁର ଜିଲ୍ଲାରୁ ଆରମ୍ଭ କରି ମାଲକାନଗିରିର ଗଣଦୁଷ୍କର୍ମ ଘଟଣା ସାରା ଓଡ଼ିଶାର ଆଇନଶୃଙ୍ଖଳା ପରିସ୍ଥିତିକୁ ଦୋହଲାଇ ଦେଇଛି। ଯୌନଲାଳସାକୁ ଚରିତାର୍ଥ କରିବାକୁ ରାକ୍ଷସ ପାଲଟି ଯାଇଛନ୍ତି ମାଲକାନାଗିରିର କିଛି ଯୁବକ।
ନାବାଳିକା ଜଣଙ୍କ ଯେତେ କାକୁତିମିନତି ଓ ନେହୁରା ହୋଇଥିଲେ ମଧ୍ୟ ଶୁଣି ନ ଥିଲେ ନର ପିପାଶୁ ଯୁବକମାନେ। ଗୋଟିଏ ଦିନରେ ୨ ଥର ଦୁଷ୍କର୍ମର ଶିକାର ହୋଇଥିଲେ ପୀଡିତା। ପ୍ରଥମେ ୩ ଜଣ ଯୁବକ ଗଣଦୁଷ୍କର୍ମ କରିଥିଲେ। ପରେ ଟ୍ରକ ଡ୍ରାଇଭର ମଧ୍ୟ ସୁଯୋଗ ପାଇବା ପରେ ପିଶାଚ ପାଲଟି ଯାଇଥିଲା। ୪ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି ସତ କିନ୍ତୁ ଏଭଳି ଅଭାବନୀୟ ଘଟଣା ପାଇଁ ସରକାରଙ୍କ ପାଇଁ ଚିନ୍ତା ବଢ଼ାଇ ଦେଇଛି।
ସେପଟେ ଯାଜପୁରରେ ମଧ୍ୟ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକା କ୍ରୀଡ଼ାବିତଙ୍କୁ ଜୋରଜବରଦସ୍ତ ୩ ଜଣ କୋଚ୍‌ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମ ପୀଡିତାଙ୍କ ମା’ ଏନେଇ ଷ୍ଟାଡିୟମ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ଏହାକୁ ଚାପି ଦେବାକୁ ଜୋରସୋରରେ ଉଦ୍ୟମ କରାଯାଇଥିଲା। ଯାହାକୁ ନେଇ ସରକାରଙ୍କୁ କାଠଗଡ଼ାକୁ ଟାଣିବା ସହ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ବିରୋଧୀ।
ସେହିପରି ପୁରୀ କଣ୍ଠପୁରରେ ମନ୍ଦିର ଦର୍ଶନ କରି ଫେରୁଥିବା ବେଳେ ଅସଦାଚରଣର ଶିକାର ହୋଇଛନ୍ତି ୩ ଭଉଣୀ। ଅନ୍ଧାରର ସୁଯୋଗ ନେଇ ବସ୍‌ଷ୍ଟାଣ୍ଡ୍‌ ପାଖରେ ଅଶାଳୀନ ବ୍ୟବହାର କରିଥିଲେ ଦୁର୍ବୃତ୍ତ। କେବଳ ଏହି ତିନିଟି ଘଟଣା ନୁହେଁ ଗତ କିଛିଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଦୁଷ୍କର୍ମ ନେଇ ଅଭିଯୋଗ ଆସିଛି। ଅଧିକାଂଶ କ୍ଷେତ୍ରରେ ନାବାଳିକାମାନଙ୍କୁ ଦୁଷ୍କର୍ମ କରାଯାଉଥିବା ଅଭିଯୋଗ ହୋଇଛି।

ମାଲକାନାଗିରିର ପୂର୍ବତନ ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ନାଁରେ ଜାରି ହୋଇଛି ଜାମିନ ବିହୀନ ଗିରଫ ପରୱାନା (ଏନ୍‌ବିଡବ୍ଲ୍ୟୁ)।  ଏହି କ୍ରମରେ ମନିଷଙ୍କୁ ଗିରଫ କରାଯାଇପାରେ

ସୋମବାର ମାଲକାନାଗିରି ଏସ୍‌ଡିଜେଏମ୍‌ଙ୍କ ପକ୍ଷରୁ ଏହି ଗିରଫ ପରୱାନା ଜାରି କରାଯାଇଛି। ବାରମ୍ବାର ଅଦାଲତରେ ହାଜର ହେବା ପାଇଁ ମିନଷଙ୍କ ସମେତ ଅନ୍ୟ ୩ ସହଯୋଗୀଙ୍କୁ ନୋଟିସ କରାଯାଇଥିଲେ ମଧ୍ୟ ସେମାନେ ଅଦାଲତରେ ହାଜର ହୋଇ ନ ଥିବାରୁ ଏଭଳି ନୋଟିସ ଜାରି କରାଯାଇଛି ବୋଲି ଅଦାଲତଙ୍କ ପକ୍ଷରୁ ଦର୍ଶା ଯାଇଛି।
ପ୍ରକାଶ ଥାଉ କି ୨୦୧୯ ମସିହା ଡିସେମ୍ବର ୨୭ ତାରିଖରେ ତକ୍ରାଳୀନ ଜିଲ୍ଲାପାଳ ମନିଷ ଅଗ୍ରୱାଲ୍‌ଙ୍କ ବ୍ୟକ୍ତିଗତ ସହାୟତ ଦେବନାରାୟଣ ପଣ୍ଡା କେଉଁ ଆଡେ଼ ନିଖୋଜ ହୋଇଯାଇଥିଲେ। ପରଦିନ ଅର୍ଥାତ୍‌ ଡିସେମ୍ବର ୨୮ ତାରିଖରେ ଦେବନାରାୟଣଙ୍କ ମୃତଦେହ ସତୀଗୁଡ଼ା ଡ୍ୟାମ୍‌ରୁ ଉଦ୍ଧାର କରାଯାଇଥିଲା। ଯଦିବା ଏହାକୁ ଆତ୍ମହତ୍ୟା ବୋଲି କୁହାଯାଉଥିଲା କିନ୍ତୁ ଦେବନାରାୟଣଙ୍କ ପତ୍ନୀ ବନଜା ପଣ୍ଡା ଏ ନେଇ ଅଲଗା ଅଭିଯୋଗ ଆଣିଥିଲେ। ତାଙ୍କ ସ୍ୱାମୀଙ୍କୁ ମାନସିକ ଚାପ୍ ଦିଆଯାଇଥିବା ନେଇ ଶ୍ରୀ ଅଗ୍ରୱାଲଙ୍କ ସମେତ ପ୍ରକାଶ ନାୟକ, ଭି.ଭେଣୁ ଓ ଭଗବାନ ପାଣିଗ୍ରାହୀଙ୍କ ନାଁରେ ଏତଲା ଦେଇଥିଲେ ବନଜା। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା।