ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ସାହୁ ଭାଉଜ ଓରଫ ଭାଗ୍ୟଶ୍ରୀ ସାହୁଙ୍କ ନାଁରେ ମାଲକାନଗିରି ଥାନାରେ ମାମଲା ରୁଜ୍ଜୁ ହୋଇଛି। ପୁଲିସ ଏ ନେଇ ତଦନ୍ତ ଆରମ୍ଭ କରିଛି। ସେହିଭଳି ଯାତ୍ରାର ଆୟୋଜକ କୋତାମେଟା କମିଟି ନାଁରେ ବି ହୋଇଛି ମାମଲା। ଅଶ୍ଳୀଳ ନୃତ୍ୟକୁ ଉସୁକାସିବ ଅଭିଯୋଗରେ ବିଏନଏସ-୨୯୬ ରେ ମାମଲା ରୁଜ୍ଜୁ ହୋଇଛି। ଅପରପକ୍ଷେ ମାଥିଲି ଥାନା ଆଇଆଇସି ନାମରେ ତଦନ୍ତ ଆରମ୍ଭ ହୋଇଛି। ତଦନ୍ତ କରୁଛନ୍ତି ମାଲକାନଗିରି ଏସଡିପିଓ।
ପ୍ରକାଶ ଥାଉ କି ଗତ ତିନିଦିନ ତଳେ ଏକ ଯାତ୍ରା ମଞ୍ଚରେ ସାହୁ ଭାଉଜଙ୍କ ନୃତ୍ୟ ପରିବେଷଣ ନେଇ ଭିଡିଓ ଭାଇରାଲ୍ ହୋଇଥିଲା। ଯେଉଁ ମଞ୍ଚର ତଳେ ଇନ୍ସପେକ୍ଟର ପୁଲିସ ପୋଷାକ ପିନ୍ଧି ବସିଥିଲେ। ଭାଇ ପରେ ମାମଲା ରୁଜ୍ଜୁ ପାଇଁ ବିଭିନ୍ନ ମହଲରୁ ଦାବି ହେଉଥିଲା।


