ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୂଆ ଶୁଳ୍କ ଘୋଷଣା କରିବା ପରେ ଏହା ଭାରତୀୟ ସେୟାର ବଜାରକୁ ଗୁରୁତର ଭାବେ ପ୍ରଭାବିତ କରିଛି।

ଟ୍ରମ୍ପ ଭାରତ ପାଇଁ ଘୋଷଣା କରିଥିବା ୨୬ ପ୍ରତିଶତ ଶୁଳ୍କ ଯୋଗୁ ଗୁରୁବାର ଭାରତୀୟ ସେୟାର ବଜାର ଖୋଲୁ ଖୋଲୁ ସେନସେକ୍ସ୍ ୪୫୦ ପଏଣ୍ଟ ଖସିଲା। ନିଫ୍ଟି ଫିଫ୍ଟି ମଧ୍ୟ ୧୮୦ ପଏଣ୍ଟ ହ୍ରାସ ପାଇଥିଲା।

ପ୍ରକାଶ ଥାଉ କି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତ, ଚୀନ୍ ଏବଂ ୟୁରୋପୀୟ ସଂଘ ଭଳି ପ୍ରମୁଖ ବାଣିଜ୍ୟିକ ଅଂଶୀଦାରଙ୍କ ପାଇଁ ଆମେରିକା ଶୁଳ୍କ ସମ୍ପର୍କିତ ଚାର୍ଟ ଅନୁସାରେ, କାମ୍ବୋଡିଆରୁ ଆସୁଥିବା ସମସ୍ତ ସାମଗ୍ରୀ ଉପରେ ସର୍ବାଧିକ ୪୯% ଶୁଳ୍କ ଲାଗୁ ହେବ। ଟ୍ରମ୍ପ୍ କହିଥିଲେ, ଆମେରିକାକୁ ଆସୁଥିବା ପ୍ରାୟ ସମସ୍ତ ସାମଗ୍ରୀ ଉପରେ ଅତି କମରେ ୧୦% ଟିକସ ଲାଗୁ କରାଯିବ।

ଟ୍ରମ୍ପ୍ କହିଥିଲେ, ଏହି ନୂତନ ଶୁଳ୍କ ସମ୍ମୁଖୀନ ହେଉଥିବା ଦେଶଗୁଡ଼ିକ ମଧ୍ୟରେ, ଆଲଜେରିଆ ଉପରେ ସର୍ବାଧିକ ୩୦% ଟିକସ ଲାଗୁ କରାଯାଇଛି। ତେବେ ଓମାନ, ଉରୁଗୁଏ ଏବଂ ବାହାମାସକୁ ୧୦% ଟିକସ ଦେବାକୁ ପଡିବ। ଲେସୋଥୋ ଉପରେ ସର୍ବାଧିକ ୫୦% ଶୁଳ୍କ ଲାଗୁ କରାଯାଇଛି। ୟୁକ୍ରେନ, ବାହାରିନ ଏବଂ କତାର ଉପରେ ୧୦% ଟିକସ ଲାଗୁ ହୋଇଥିବା ବେଳେ ମରିସସ ଉପରେ ୪୦% ଏବଂ ଫିଜିକୁ ୩୨% ଟିକସ ଦେବାକୁ ପଡିବ।

ଆଇସଲ୍ୟାଣ୍ଡ ଏବଂ କେନିଆ ଉପରେ ମଧ୍ୟ ୧୦% ଟିକସ ଲାଗୁ କରଯାଇଛି। କିନ୍ତୁ ଲିଚେନଷ୍ଟାଇନକୁ ୩୭% ଏବଂ ଗୁଆନାକୁ ୩୮% ଏବଂ ହାଇତି ଉପରେ ୧୦% ଟିକସ ଲାଗୁ ହୋଇଛି।

ଇଥିଓପିଆ ଏବଂ ଘାନା ଉଭୟ ଉପରେ ୧୦% ଶୁଳ୍କ ଲାଗୁ ହୋଇଛି। ଏକ ପ୍ରମୁଖ ବାଣିଜ୍ୟ କେନ୍ଦ୍ର ଚୀନ୍ ୩୪% ଶୁଳ୍କ ଲାଗୁ କରିଛି। ୟୁରୋପୀୟ ସଂଘକୁ ୨୦% ଶୁଳ୍କ ଦେବାକୁ ପଡିବ। ଭିଏତନାମ ଉପରେ ୪୬% ଶୁଳ୍କ ଲାଗୁ ହୋଇଛି। ଏହା ପରେ, ତାଇୱାନକୁ ୩୨% ଏବଂ ଜାପାନକୁ ୨୪% ଶୁଳ୍କ ଦେବାକୁ ପଡିବ। ଭାରତ ଏବଂ ଦକ୍ଷିଣ କୋରିଆ ଉପରେ ଯଥାକ୍ରମେ ୨୬% ଏବଂ ୨୫% ଶୁଳ୍କ ଲଗାଯାଇଛି, ଯେତେବେଳେ ଥାଇଲ୍ୟାଣ୍ଡକୁ ୩୬% ଏବଂ ସ୍ୱିଜରଲ୍ୟାଣ୍ଡକୁ ୩୧% ଦେବାକୁ ପଡିବ।

ଝାରପଡ଼ାରୁ ପ୍ରେମିକକୁ ଉଠାଇନେଲା ଝାଡ଼ଖଣ୍ଡୀ ପ୍ରେମିକା