ମାଲକାନାଗିରିର ପୂର୍ବତନ ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ନାଁରେ ଜାରି ହୋଇଛି ଜାମିନ ବିହୀନ ଗିରଫ ପରୱାନା (ଏନ୍‌ବିଡବ୍ଲ୍ୟୁ)।  ଏହି କ୍ରମରେ ମନିଷଙ୍କୁ ଗିରଫ କରାଯାଇପାରେ

ସୋମବାର ମାଲକାନାଗିରି ଏସ୍‌ଡିଜେଏମ୍‌ଙ୍କ ପକ୍ଷରୁ ଏହି ଗିରଫ ପରୱାନା ଜାରି କରାଯାଇଛି। ବାରମ୍ବାର ଅଦାଲତରେ ହାଜର ହେବା ପାଇଁ ମିନଷଙ୍କ ସମେତ ଅନ୍ୟ ୩ ସହଯୋଗୀଙ୍କୁ ନୋଟିସ କରାଯାଇଥିଲେ ମଧ୍ୟ ସେମାନେ ଅଦାଲତରେ ହାଜର ହୋଇ ନ ଥିବାରୁ ଏଭଳି ନୋଟିସ ଜାରି କରାଯାଇଛି ବୋଲି ଅଦାଲତଙ୍କ ପକ୍ଷରୁ ଦର୍ଶା ଯାଇଛି।
ପ୍ରକାଶ ଥାଉ କି ୨୦୧୯ ମସିହା ଡିସେମ୍ବର ୨୭ ତାରିଖରେ ତକ୍ରାଳୀନ ଜିଲ୍ଲାପାଳ ମନିଷ ଅଗ୍ରୱାଲ୍‌ଙ୍କ ବ୍ୟକ୍ତିଗତ ସହାୟତ ଦେବନାରାୟଣ ପଣ୍ଡା କେଉଁ ଆଡେ଼ ନିଖୋଜ ହୋଇଯାଇଥିଲେ। ପରଦିନ ଅର୍ଥାତ୍‌ ଡିସେମ୍ବର ୨୮ ତାରିଖରେ ଦେବନାରାୟଣଙ୍କ ମୃତଦେହ ସତୀଗୁଡ଼ା ଡ୍ୟାମ୍‌ରୁ ଉଦ୍ଧାର କରାଯାଇଥିଲା। ଯଦିବା ଏହାକୁ ଆତ୍ମହତ୍ୟା ବୋଲି କୁହାଯାଉଥିଲା କିନ୍ତୁ ଦେବନାରାୟଣଙ୍କ ପତ୍ନୀ ବନଜା ପଣ୍ଡା ଏ ନେଇ ଅଲଗା ଅଭିଯୋଗ ଆଣିଥିଲେ। ତାଙ୍କ ସ୍ୱାମୀଙ୍କୁ ମାନସିକ ଚାପ୍ ଦିଆଯାଇଥିବା ନେଇ ଶ୍ରୀ ଅଗ୍ରୱାଲଙ୍କ ସମେତ ପ୍ରକାଶ ନାୟକ, ଭି.ଭେଣୁ ଓ ଭଗବାନ ପାଣିଗ୍ରାହୀଙ୍କ ନାଁରେ ଏତଲା ଦେଇଥିଲେ ବନଜା। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା।