ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଭାରତୀୟଙ୍କ ତୁଳନାରେ ଆମେରିକୀୟମାନେ ଅଧିକ ସମୟ ଶୁଅନ୍ତି। ଭୁବନେଶ୍ୱର ଏମ୍‌ସ ପକ୍ଷରୁ କରାଯାଇଥିବା ଏକ ସର୍ଭେ ରିପୋର୍ଟରୁ ସ୍ପଷ୍ଟ ହୋଇଛି।
ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବର୍ତ୍ତମାନ ଭାରତରର ପିଲାଙ୍କ ଭିତରୁ ୩୦% ଅପପୁଷ୍ଟିର ଶିକାର ହେଉଛନ୍ତି। ସେହିଭଳି ମୋଟ ଶିଶୁଙ୍କ ମଧ୍ୟରୁ ୪୦% ମେଦବହୁଳର ଶିକାର ହୋଇଥିବା ବେଳେ ମାତ୍ର ୩୦% ଶିଶୁଙ୍କ ସ୍ୱାସ୍ଥ୍ୟ ସ୍ୱାଭାବିକ ରହିଛି। ଯଦିବା ଗତ କିଛିଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍‌ କି ବାଦ୍‌ କାର୍ଯ୍ୟକ୍ରମରେ ପିଲାଙ୍କ ମୋଟାପଣ ନେଇ ଏକ ନିଜର ମତ ରଖିଥିଲେ ଏବେ ଏହି ରିପୋର୍ଟକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏ ନେଇ ମତ ଉଦ୍‌ବେଗତ ପ୍ରକାଶ କରିଛନ୍ତି ଭୁବନେଶ୍ୱର ଏମ୍‌ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ କୁମାର ମହାପାତ୍ର।
ଏକ କାର୍ଯ୍ୟକ୍ରମରେ ଡାକ୍ତର ମହାପାତ୍ର କହିଛନ୍ତି ଯେ, ଭାରତର ୭୦ବର୍ଷର ବୟସ୍କ ବ୍ୟକ୍ତିମାନେ ଅତିକମ୍‌ରେ ୧୦ ପ୍ରକାରର ଔଷଧ ଖାଉଛନ୍ତି। ଆମେରିକାର ଲୋକମାନେ ୬.୫ ଘଣ୍ଟା ଶୋଉଥିବା ବେଳେ ଭାରତୀୟମାନେ ୬ ଘଣ୍ଟା ଶୋଉଛନ୍ତି। ୨୦୧୫ ମସିହାରେ ଏମ୍ସ ଭୁବନେଶ୍ୱରରେ ଡାକ୍ତରମାନଙ୍କ ପାଇଁ ଏକ ସ୍ୱାସ୍ଥ୍ୟ କ୍ୟାମ୍ପ ହୋଇଥିଲା। ଏଥିରେ ଜଣାପଡିଲା ଯେ ଡାକ୍ତରମାନେ ରାତି ୨ଟା ପୂର୍ବରୁ ଶୋଉ ନାହାନ୍ତି। ସେମାନଙ୍କ ମଧ୍ୟରୁ ୨୫% ମଧୁମେହ, ୨୫% ଉଚ୍ଚ ରକ୍ତଚାପର ଶିକାର ହୋଇଥିଲେ। ଏହା କେବଳ ଏମ୍‌ସ ଡାକ୍ତରଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ନୁହେଁ ଅନ୍ୟମାନଙ୍କ କ୍ଷେତ୍ରରେ ମଧ୍ୟ ଏହା ଏକ ସଂଗଠଜନକ ପରିସ୍ଥିତି ସୃଷ୍ଟି କରୁଛି। ସେହିଭଳି ସେ ଆହୁରି କହିଛନ୍ତି ଯେ, ୧୭ରୁ ୨୦ବର୍ଷର ଯେଉଁ ଛାତ୍ରଟି ଏମ୍‌ବିବିଏସ୍‌ ପଢ଼ୁଛି ସେ ଏକପ୍ରକାର ରୋଗୀ ହୋଇଗଲାଣି। କାର୍ଯ୍ୟରେ ସନ୍ତୁଳନ ନ ରହିବା ଓ ମୋବାଇଲ ଫୋନ୍‌ କାରଣରୁ ଅନେକଙ୍କୁ ରାତିରେ ନିଦ ହେଉନାହିଁ।
ଆମେରିକା, ୟୁରୋପ, ଚୀନ୍‌ ଭଳି ଦେଶରେ ସେଲ୍‌ଫୋନ୍‌ ଟାୱାର ପ୍ରତିଷ୍ଠା ପାଇଁ ନୀତି ନିୟମ ରହିଛି। ମାତ୍ର ଭାରତରେ ୧୦ବର୍ଷରୁ ଅଧିକ ହେବ ସେଲ୍‌ଫୋନ୍‌ ବ୍ୟବହାର ହେଉଥିଲେ ହେଁ କୌଣସି ନିୟମ ନାହିଁ। ଲୋକମାନେ ତକିଆ ତଳେ ଦୁଇ ଦୁଇଟା ସେଲ୍‌ଫୋନ୍‌ ରଖି ଶୋଉଛନ୍ତି। ରାତିରେ କେମିତି ନିଦ ହେବ ? ମାତୃ ଓ ଶିଶୁ ମୃତ୍ୟୁ ହାର, ଜୀବନକାଳ ଓ ଅପପୁଷ୍ଟି ପାଇଁ ସ୍ୱାସ୍ଥ୍ୟ ମାନଦଣ୍ଡରେ ଭାରତର ପ୍ରଦର୍ଶନ ବହୁ ଖରାପ।