ନୂଆଦିଲ୍ଲୀ ୨୮।୧୨: ଦିବଙ୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଡ ମନମୋହନ ସିଂହଙ୍କ ଅଛନ୍ତି ତିନି ଝିଅ। ସେମାନେ ଏବେ କଣ କରୁଛନ୍ତି ଆପଣ ଜାଣନ୍ତି କି ? ଡ.ମନମୋହନଙ୍କ ଝିଅମାନେ ଭିନ୍ନଭିନ୍ନ ବୃତ୍ତିରେ ନିୟୋଜିତ ଅଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ଶିକ୍ଷାବିଦ୍ ହୋଇଥିବା ବେଳେ ଅନ୍ୟଜଣେ ଐତିହାସିକ ଓ ଆଉ ଜଣେ ଲେଖକ ଅଟନ୍ତି।
ଡ. ମନମୋହନ ସିଂହଙ୍କର ପ୍ରଥମ ଝିଅ ଉପିନ୍ଦର(୬୫)
ଜଣେ ଐତିହାସିକ ହୋଇଥିବା ବେଳେ ଅଶୋକା ବିଶ୍ୱବିଦ୍ୟାଳୟରେ ଡିନ୍ ଅଛନ୍ତି। ସେ ଦିଲ୍ଲୀ ସେଣ୍ଟ ଷ୍ଟିଫନ କଲେଜରୁ ଉତ୍ତୀର୍ଣ୍ଣ ହୋଇ ମ୍ୟାକଗିଲ ବିଶ୍ୱବିଦ୍ୟାଳୟ ମଣ୍ଟ୍ରିୟେଲରୁ ଡିଗ୍ରୀ ପ୍ରାପ୍ତ କରିଛନ୍ତି। ଉପିନ୍ଦର ପ୍ରାଚୀନ ଭାରତୀୟ ଇତିହାସରେ ଗୁରୁତ୍ୱପୂର୍ଣ୍ଣ କାମ କରିଛନ୍ତି। ଏହା ଉପରେ ସେ ଅନେକ ପୁସ୍ତକ ମଧ୍ୟ ରଚନା କରିଛନ୍ତି।
ତାଙ୍କୁ ହାଭାର୍ଡ ଓ କେମ୍ବ୍ରିଜ୍ ଭଳି ଶିକ୍ଷାନୁଷ୍ଠାନରୁ ଫେଲୋସିପ୍ ମିଳିଛି। ୨୦୦୯ ମସିହାରେ ସାମାଜିକ ବିଜ୍ଞାନରେ ଇନଫୋସିସ୍ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି ସେ।
ସେହିପରି ଡ. ମନମୋହନ ସିଂହଙ୍କ ଦ୍ୱିତୀୟ କନ୍ୟା ଦମନ (୬୧)
ଜଣେ ସୁପ୍ରସିଦ୍ଧ ଲେଖିକା। ତାଙ୍କ ରଚିତ ‘ଷ୍ଟ୍ରିକ୍ଟଲି ପର୍ସନାଲ: ମନମୋହନ ଆଣ୍ଡ ଗୁରୁଶରଣ’ ପୁସ୍ତକରେ ପିତା ପ୍ରଧାନମନ୍ତ୍ରୀ ହେବା ପୂର୍ବର ଘଟଣା ଉଲ୍ଲେଖ ରହିଛି। ଯେଉଁଥିରୁ ତାଙ୍କ ପରିବାର ସମ୍ପର୍କରେ ସୂଚନା ମିଳେ। ଦମନ ପରିବେଶ ସଂକ୍ରାନ୍ତୀୟ ବିଭିନ୍ନ ପୁସ୍ତକ ରଚନା କରିଛନ୍ତି।
ଦମନଙ୍କ ଓଡିଆ ଆଇପିଏସ୍ ଅଫିସର ଅଶୋକ ପଟ୍ଟନାୟକଙ୍କୁ ବିବାହ କରିଛନ୍ତି ଏବଂ ତାଙ୍କର ପୁତ୍ର ସନ୍ତାନ ମଧ୍ୟ ରହିଛି।
ସେହିପରି ତୃତୀୟ କନ୍ୟା ଅମୃତ (୫୫)
ପେସାରେ ଜଣେ ଓକିଲ ଓ ଶିକ୍ଷାବିଦ୍। ଆମେରିକା ସିଭିଲ ଲିବର୍ଟିଜ୍ ୟୁନିୟନ (ଏସିଏଲୟୁ)ର ଷ୍ଟାଫ ଆଟର୍ଣ୍ଣି ସାଙ୍ଗକୁ ଷ୍ଟାନଫୋର୍ଡ ଲ ସ୍କୁଲରେ ଆଇନର ପ୍ରଫେସର ମଧ୍ୟ ଅଛନ୍ତି ସେ। ୩ ଝିଅ ନା କେବଳ ନିଜ ପିତାଙ୍କ ଉତ୍ତରାଧିକାରକୁ କାୟମ ରଖିଛନ୍ତି ବରଂ ଶିକ୍ଷା, ସାହିତ୍ୟ ଓ ମାନବାଧିକାର ଓକିଲାତିରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗାଦନ ଦେଇଛନ୍ତି। ମନମୋହନଙ୍କ ବିୟୋଗ ପରେ ଘରେ ତାଙ୍କର ପତ୍ନୀ ଅଛନ୍ତି। ପ୍ରକାଶ ଥାଉ କି ଡ ମନମୋହନ ସିଂହ ହେଉଛନ୍ତି ଉଦାରୀକରଣ ଅର୍ଥନୀତିର ଭୀଷ୍ମ ପିତାମହ।


