ଇରାନ ସହ ଯୁଦ୍ଧ କରିବା ଇସ୍ରାଏଲ୍‌କୁ ମହଙ୍ଗା ପଡ଼ିପାରେ। ଇରାନ ଅସ୍ତ୍ରାଗାରରୁ ବାହାର କରିଛି ଫତେହ କ୍ଷେପଣାସ୍ତ୍ର। ଇସଲାମିକ୍‌ ରିଭୋଲ୍ୟୁସନାରୀ ଗାର୍ଡସ କର୍ପସ (ଆଇଆରଜିସି) ଘୋଷଣା କରିଛି ଯେ, ଅପରେସନ ଟ୍ରୁ ପ୍ରମିଜ୍‌-୩ ରେ ଫତେହ ହାଇପର ସୋନିକ୍‌ କ୍ଷେପଣାସ୍ତ୍ର ବ୍ୟବହାର କରାଯାଇଛି।
ଆଇଆରଜିସି ଏହି ଅଭିଯାନକୁ ଏକ ଟର୍ଣ୍ଣିଂ ପଏଣ୍ଟ ବୋଲି କହିଛି। ଫତେହ କ୍ଷେପଣାସ୍ତ୍ରର ନିୟୋଜନ ଇସ୍ରାଏଲର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାର ଅନ୍ତ ଘଟାଇବ ବୋଲି ଆଇଆରଜିସି ପକ୍ଷରୁ କୁହାଯାଇଛି।
ଶକ୍ତିଶାଳୀ ଫତେହ କ୍ଷେପଣାସ୍ତ୍ର ଇସ୍ରାଏଲୀ ଘାଟି ଉପରେ ଆକ୍ରମଣ କରିଛି, ଯାହା ତେଲ ଅଭିଭର ସହଯୋଗୀମାନଙ୍କୁ ଇରାନ ଶକ୍ତିର ସ୍ପଷ୍ଟ ବାର୍ତ୍ତା ଦେଇଛି। କ୍ଷେପଣାସ୍ତ୍ର ଆକ୍ରମଣ ପ୍ରମାଣ କରିଛି ଯେ, ଇରାନ ଏବେ ଅଧିକୃତ ଅଞ୍ଚଳର ଆକାଶ ମାର୍ଗ ଉପରେ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରିଛି। ଇରାନର ସଠିକ୍‌ ଆକ୍ରମଣ ଆଗରେ ଇସ୍ରାଏଲର ଲୋକମାନେ ସମ୍ପୂର୍ଣ୍ଣ ଅସହାୟ ହୋଇପଡିଛନ୍ତି।
ଫତେହର ପ୍ରକୃତ ଅର୍ଥ ହେଉଛି ଓପନର। ଏହାର ଲକ୍ଷ୍ୟଭେଦ କ୍ଷମତା ୧୪୦୦ କିଲୋମିଟର। ଏହାକୁ ୨୦୨୩ ଜୁନ୍‌ରେ ଇରାନ ସେନାରେ ସାମିଲ କରାଯାଇଥିଲା। ପୂର୍ବତନ ଆଇଆରଜିସି ଏରୋସ୍ପେସ୍‌ କମାଣ୍ଡର ବ୍ରିଗେଡିୟର ଜେନେରାଲ ଆମିର ଅଲି ହାଜିଜାଦେହ ୨୦୨୩ ମସିହାରେ ଏହାର ଉନ୍ମୋଚନ କରିଥିଲେ।
ଇରାନ ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ, ଇରାନ ୧ ଅକ୍ଟୋବର ୨୦୨୪ରେ ଇସ୍ରାଏଲ ଉପରେ ଆକ୍ରମଣରେ ମଧ୍ୟ ଏହି କ୍ଷେପଣାସ୍ତ୍ର ବ୍ୟବହାର କରିଥିଲା। ଏହା ଏକ ହାଇପରସୋନିକ୍‌ ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର। ଏହାର ଓଜନ ୩୫୦ କିଲୋଗ୍ରାମରୁ ୪୫୦ କିଲୋଗ୍ରାମ ମଧ୍ୟରେ। ୧୨ ମିଟର ଲମ୍ବା ଏହି କ୍ଷେପଣାସ୍ତ୍ର ୨୦୦ କିଲୋଗ୍ରାମ ପର୍ଯ୍ୟନ୍ତ ବିସ୍ଫୋରକ ବହନ କରିବାକୁ ସକ୍ଷମ।
ପ୍ରକାଶ ଥାଉ କି ଦିନକୁ ଦିନ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ଇସ୍ରାଏଲ ଦାବି କରିଛି ଯେ, ଜଣେ ଶୀର୍ଷ ଇରାନୀ ଜେନେରାଲଙ୍କୁ ହତ୍ୟା କରାଯାଇଛି। ଏହି ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତେହେରାନର ନାଗରିକଙ୍କୁ ସହର ଖାଲି କରିବାକୁ ଚେତାବନୀ ଦେଇଛନ୍ତି ଏବଂ ଇରାନଠାରୁ ନିଃସର୍ତ୍ତ ଆତ୍ମସମର୍ପଣ ଦାବି କରିଛନ୍ତି। ଟ୍ରମ୍ପ୍‌ କହିଛନ୍ତି, ଆମେ ଯୁଦ୍ଧବିରତି ଅପେକ୍ଷା ଭଲ କିଛି ଆଶା କରୁଛୁ।

ପରମାଣୁ ସଂକ୍ରାନ୍ତ ଆଲୋଚନା ସମୟରେ ଆମେରିକା ଇରାନକୁ ବୋମାମାଡର ଧମକ ଦେବା ପରେ ଇରାନ ଏବେ ଉଚ୍ଚ ଶକ୍ତିସମ୍ପନ୍ନ କ୍ଷେପଣାସ୍ତ୍ର ପ୍ରସ୍ତୁତ କରି ଜବାବ୍ ଦେଉଛି। ଇରାନ ଏପରି କ୍ଷେପଣାସ୍ତ୍ର ପ୍ରସ୍ତୁତ କରିଛି ଯାହାର ବିଶ୍ୱବ୍ୟାପୀ ଆମେରିକା ସହିତ ଜଡିତ ସ୍ଥାନଗୁଡ଼ିକୁ ଆକ୍ରମଣ କରିବାର କ୍ଷମତା ରହିଛି। ଏହା ବିମାନ ଆକ୍ରମଣକୁ ସହ୍ୟ କରିବାର କ୍ଷମତା ହାସଲ କରିଛି
ପ୍ରକାଶ ଥାଉ କି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଜଣେ ସାମ୍ବାଦିକଙ୍କୁ କହିଥିଲେ ଯେ, ଯଦି ଇରାନ ଆମେରିକାର ଦାବି ମାନିବାକୁ ମନା କରେ ତେବେ ଦେଶକୁ ବୋମାମାଡର ଶିକାର ହେବାକୁ ପଡିବ। ଏଭଳି ଇରାନ ଉପରେ ବୋମାମାଡ ହେବ ଯେ ଯାହା କେବେ ଦେଖି ନ ଥିବେ। ସେପଟେ ଇରାନର ଏଭଳି ଉଚ୍ଚଶକ୍ତିସମ୍ପନ୍ନ କ୍ଷେପଣାସ୍ତ୍ର ଆମେରିକାରେ ଭୟର ବାତାବରଣ ସୃଷ୍ଟି କରିଛି।

ପ୍ରକାଶ ଥାଉ କି, ରାଷ୍ଟ୍ରପତି ଭାବରେ ତାଙ୍କର ପ୍ରଥମ କାର୍ଯ୍ୟକାଳ ମଧ୍ୟରେ, ଶ୍ରୀ ଟ୍ରମ୍ପ ୨୦୧୫ ମସିହାର ମିଳିତ ବ୍ୟାପକ କାର୍ଯ୍ୟ ଯୋଜନା (JCPOA) ରୁ ଆମେରିକାକୁ ପ୍ରତ୍ୟାହାର କରିଥିଲେ, ଯାହାକୁ ଇରାନ ପରମାଣୁ ଚୁକ୍ତି ଭାବରେ ଜଣାଶୁଣା। ଏହି ଚୁକ୍ତିନାମା ପ୍ରତିବନ୍ଧକରୁ ମୁକ୍ତି ପାଇଁ ଇରାନର ପରମାଣୁ କାର୍ଯ୍ୟକଳାପ ଉପରେ କଠୋର ସୀମାବଦ୍ଧତା ଲାଗୁ କରିଥିଲା।

ଶ୍ରୀ ଟ୍ରମ୍ପ ପୁନରାବୃତ୍ତି କରିଥିଲେ ଯେ ତାଙ୍କ ପ୍ରଶାସନ ଆଲୋଚନା ପାଇଁ ଖୋଲା ରହିଛି କିନ୍ତୁ ଜୋର ଦେଇଥିଲେ ଯେ ଇରାନକୁ ଏହାର ପରମାଣୁ କାର୍ଯ୍ୟକ୍ରମକୁ ସୀମିତ କରିବା ପାଇଁ ପ୍ରତିବଦ୍ଧତା ପ୍ରଦର୍ଶନ କରିବାକୁ ପଡିବ।

ବିହାରରେ ନୀତିଶଙ୍କ ନେତୃତ୍ବରେ ଏନଡିଏ ଲଢିବ