ବିଦେଶରେ ଭାରତୀୟଙ୍କ ଉପରେ ଆକ୍ରମଣ ଓ ନିର୍ଯାତନା ବଢ଼ିବାରେ ଲାଗିଛି। ବିଭିନ୍ନ ସମୟରେ ବର୍ଣ୍ଣପୈଷମ୍ୟକୁ କେନ୍ଦ୍ରକରି ଭାରତୀୟଙ୍କୁ ଆକ୍ରମଣ ହେଉଥିବା ବେଳେ ଆମେରିକାର ଫ୍ଲୋରିଡା ସହରରେ ଭାରତୀୟଙ୍କୁ ପୁଣିଥରେ ମାରଣାତ୍ମକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।
ୱାଲିଂଟନରେ ରହୁଥିବା ପ୍ରବାସୀ ଭାରତୀୟ ନର୍ସଙ୍କୁ ଆକ୍ରମଣ କରିବା ସହ ତାଙ୍କୁ ଲହୁଲୁହାଣ କରିଛନ୍ତି ଜଣେ ଦୁର୍ବୃତ୍ତ। ଆକ୍ରମଣ କରିଥିବା ଯୁବକଙ୍କୁ ଗିରଫ କରିଛି ପୁଲିସ।
କିନ୍ତୁ ନର୍ସ ଷ୍ଟିପେନଙ୍କ ଅବସ୍ଥାର ଗମ୍ଭୀର ରହିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ପୁଲିସର ସୂଚନା ଅନୁସାରେ ଷ୍ଟିପେନ କାମ ସାରି ଫେରୁଥିବା ସମୟରେ ହଠାତ ଜଣେ ଯୁବକ ତାଙ୍କ ନିକଟକୁ ଆସି ତାଙ୍କୁ ଗାଳିଗୁଳଜ କରିଥିଲେ। ଏମିତି କି ବର୍ଣ୍ଣବୈଷ୍ଣମ୍ୟତାକୁ ନେଇ ଆକ୍ଷେପ କରିଥିଲେ। ଷ୍ଟିପେନ ଏହାକୁ ବିରୋଧ କରିବାରୁ ଲୁହାଛଡ଼ରେ ପିଟିବା ସହ ତାଙ୍କ ମୁହଁ ହାଡକୁ ଭାଙ୍ଗିଥିଲେ ଯୁବକ। ଆମେରିକା ଭଳି ଦେଶରେ ଭାରତୀୟଙ୍କ ଉପରେ ଆକ୍ରମଣ କ୍ରମେ ବଢ଼ୁଥିବା ବେଳେ ଏହାକୁ ନେଇ ପ୍ରବାସୀ ଭାରତୀୟଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି। ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।


