ଆଜିର ବ୍ୟସ୍ତବହୁଳ ଜୀବନ ଭିତରେ ଆମେ ଅଧିକାଂଶ ଲୋକେ ଗ୍ୟାସ୍‌ ସମସ୍ୟାରେ ସନ୍ତୁଳିତ ହେଉଛନ୍ତି। ତେବେ ଗ୍ୟାସ୍‌ ସମସ୍ୟାରୁ ମୁକ୍ତି ପାଇଁ କି ପ୍ରକାର ଦେଶୀ ଉପଚାର କରାଯାଇପାରିବ ସେ ବିଷୟରେ ଆସନ୍ତୁ ଜାଣିବା।

ଗ୍ୟାସ ବ୍ୟାଧିରୁ ମୁକ୍ତି ପାଇଁ ପ୍ରଥମ ଉପଚାର ହେଉଛି ଧନିଆ, ପାନମହୁରି ଏବଂ ଜିରା ଚା। ଏହି ତିନୋଟି ଔଷଧୀୟ ଉପାଦାନ ପାଚନକୁ ପ୍ରୋତ୍ସାହିତ କରେ, ପେଟ ଫୁଲା କମ କରେ ଏବଂ ଏସିଡିଟିକୁ ଶାନ୍ତ କରିଥାଏ। ଏହା ଏକ ଆୟୁର୍ବେଦିକ ଉପଚାର। ଆପଣଙ୍କୁ ଆବଶ୍ୟକ ସାମଗ୍ରୀ ହେଉଛି ଗୋଟିଏ ଚାମଚ ପାନମହୁରି, ଏକଚାମଚ ଧନିଆ ବିହନ, ଏକ ଚାମଚ ପାନମହୁରି, ଦୁଇ କପ ପାଣି। ଏହି ଚା ତିଆରି କରିବା ପାଇଁ, ଦୁଇ କପ ପାଣିରେ ଏହି ତିନୋଟି ବିହନ ମିଶାଇ ଆରମ୍ଭ କରନ୍ତୁ। କମ୍‌ ଆଞ୍ଚରେ ୫-୭ ମିନିଟ୍‌ ପାଇଁ ଫୁଟାନ୍ତୁ । ଖାଇବା ପରେ ଛାଣି ଗରମ ପିଅନ୍ତୁ।

ସେହିଭଳି ତ୍ରିଫଳା ହେଉଛି ତିନୋଟି ପବିତ୍ର ଫଳରୁ ତିଆରି ଏକ ପ୍ରାଚୀନ ଆୟୁର୍ବେଦିକ ଔଷଧ। ଶରୀରକୁ ଥଣ୍ଡା ରଖିଥାଏ ଆଁଳା। ଏହା ଭିଟାମିନ୍‌-ସି ରେ ଭରପୂର ଏବଂ ପେଟର ଆସ୍ତରଣକୁ ଶାନ୍ତ କରେ ଏବଂ ଏସିଡ୍‌ ଦ୍ୱାରା କ୍ଷତିଗ୍ରସ୍ତ ଟିସୁକୁ ସୁସ୍ଥ କରିବାରେ ସାହାଯ୍ୟ କରିଥାଏ।

ତୃତୀୟ ଔଷଧି ହେଉଛି ହରିତକୀ ଯାହା ବାତକୁ ସନ୍ତୁଳିତ କରେ ଏବଂ ପାଚନ ଶକ୍ତିକୁ ଶକ୍ତିଶାଳୀ କରିଥାଏ। ପାଚନ, ଏସିଡିଟି ଏବଂ ପ୍ରଦାହରେ ଧୀରେ ଧୀରେ ଉନ୍ନତି ଦେଖିବା ପାଇଁ ଏହାକୁ ପ୍ରତିଦିନ ରାତିରେ ୧୦ ରୁ ୧୫ ଦିନ ପର୍ଯ୍ୟନ୍ତ ସେବନ କରନ୍ତୁ। ଆପଣଙ୍କର ତୃତୀୟ ଉପଚାର ହେଉଛି ଶୁଖିଲା ଅଦା ଏବଂ ଗୁଡ଼। ଆୟୁର୍ବେଦରେ ଅଦାକୁ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଇଥାଏ। ଯାହାଦ୍ୱାରା ଗ୍ୟାସ ସମସ୍ୟା ଦୂର ହୋଇଥାଏ।

ବିଭିନ୍ନ ଅଧ୍ୟୟନରୁ ଜଣାପଡିଛି ଯେ ଅଦା ପାଚନ ତନ୍ତ୍ର ପାଇଁ ଲାଭଦାୟକ। ଏହା ପାଚନ ଶକ୍ତି ବୃଦ୍ଧି କରେ ଏବଂ ପେଟ ଫୁଲିବା ଏବଂ ଅସ୍ୱସ୍ତିକୁ ହ୍ରାସ କରେ। ଅନ୍ୟପକ୍ଷରେ, ଗୁଡ଼ ପାଚନ ଏନଜାଇମକୁ ସକ୍ରିୟ କରେ ଏବଂ ଅନ୍ତନଳୀ ଗତିକୁ ସମର୍ଥନ କରେ। ଦୁଇ ଚାମଚ ଶୁଖିଲା ଅଦା ପାଉଡର, ଏକ ଚାମଚ ଗ୍ରାଟେଡ୍‌ ଗୁଡ଼, ୧ ଚାମଚ ଘିଅ ସେବନ କଲେ ଗ୍ୟାସ ସମସ୍ୟାରୁ ମୁକ୍ତି ମିଳିପାରେ।

ଗ୍ୟାସ୍‌ ଏବଂ ଏସିଡିଟି ସମସ୍ୟାରୁ ମୁକ୍ତି ପାଇବା ପାଇଁ, ଆପଣଙ୍କୁ ଆପଣଙ୍କ ଜୀବନଶୈଳୀରେ କିଛି ପରିବର୍ତ୍ତନ କରିବାକୁ ପଡିବ। ଯେପରିକି ପ୍ରତିଦିନ ଠିକ୍‌ ସମୟରେ ଖାଦ୍ୟ ଖାଆନ୍ତୁ ଏବଂ ହାଲୁକା ଏବଂ ପୁଷ୍ଟିକର ଖାଦ୍ୟ ଖାଆନ୍ତୁ। ଯାହା ଆପଣଙ୍କୁ ପେଟ ସମସ୍ୟାରୁ ମୁକ୍ତି ଦେବ।

ସେହିଭଳି ଖାଇବା ପରେ ଟିକେ ଚାଲିବା ଦ୍ୱାରା ଲାଭ ମିଳିଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଖାଇବା ପରେ ତୁରନ୍ତ ଶୁଅନ୍ତୁ ନାହିଁ ଏବଂ ଆପଣଙ୍କ ପାଚନ ତନ୍ତ୍ରକୁ ସଫା କରିବା ପାଇଁ ଉଷୁମ ପାଣି ପିଇଲେ ଗ୍ୟାସ ସମସ୍ୟାରୁ ମୁକ୍ତି ମିଳିଥାଏ।

ଫୋନ୍‌ ପେ’, ଗୁଗଲ ପେ’ର ଆୟ ୫ ହଜାର କୋଟି

।

ସଂସଦରେ ଚଳିତ ବର୍ଷ ପାଇଁ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସିତାରମନ। ଏଥର ଶିକ୍ଷା, ସ୍ବାସ୍ଥ୍ୟଠାରୁ ଆରମ୍ଭ କରି କୃଷକଙ୍କ ବିକାଶ, ମହିଳା ଓ ଯୁବକଙ୍କୁ ପ୍ରାଧାନ୍ୟ ଦିଆଯାଇଛି।

ଏଥର ବଜେଟ ଅନୁଯାୟୀ ଏମଏସଏମଇ ପାଇଁ ମିଳିବ ୧୦ କୋଟିର ସୁବିଧା। ପୂର୍ବରୁ ଏହା ୫ କୋଟି ଥିଲା। ଷ୍ଟାର୍ଟଅପରେ ୨୦ କୋଟି ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବାର ସୁବିଧା ରହିଛି। ସେହିଭଳି ପୂର୍ବ ଭାରତରେ ୟୁରିଆ କାରଖାନା ଖୋଲିବା ପାଇଁ ବଜେଟରେ ବ୍ୟବସ୍ଥା କରାଯାଇଥିବା ବେଳେ ଭାରତକୁ ଖେଳନାର ଗ୍ଲୋବାଲ ହବ୍ କରିବା ପାଇଁ ରାଷ୍ଟ୍ରୀୟ ଯୋଜନା ହାତକୁ ନିଆଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।

ଚାଷୀଙ୍କ ପାଇଁ ପିଏମ୍ ଧନଧାନ୍ୟ ଯୋଜନାରେ ଉପକୃତ ହେବେ ଦେଶର ୧୦୦ ଜିଲ୍ଲାର ୧.୭ କୋଟି ଚାଷୀ। କିଶନ କ୍ରେଡିଟ କାର୍ଡରେ ଋଣ ପରିମାଣ ୩ କୋଟିରୁ ୫ କୋଟିକୁ ବୃଦ୍ଧି ପାଇଛି।
ସେହିଭଳି ଗାଁରେ ମିଳିବ ବ୍ରଡ ବ୍ୟାଣ୍ଡ ସୁବିଧା ଯୋଗାଇ ଦେବା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି।
୫ ଲକ୍ଷ ମହିଳାଙ୍କ ପାଇଁ ନୂଆ ଯୋଜନା ହାତକୁ ନିଆଯିବା ପାଇଁ ବଜେଟରେ ବ୍ୟବସ୍ଥା ହୋଇଛି। ସରକାରୀ ସ୍କୁଲରେ
ଦେଶରେ ୩ଟି ଏଆଇ ଏକସିଲେନ୍ସି ସେଣ୍ଟର୍ ଖୋଲିବ। ଏଆଇ ଏକସିଲେନ୍ସି ସେଣ୍ଟର୍ ପାଇଁ ବଜେଟରେ ୫୦୦ କୋଟିର ବ୍ୟୟ ବରାଦ।

ସେହିଭଳି ସ୍ବାସ୍ଥ୍ୟ କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇଛି ଏହି ବଜେଟରେ। ମେଡ଼ିକାଲ କଲେଜରେ ୭୫ ହଜାର ସିଟ୍ ବୃଦ୍ଧି ପାଇବ। ଆଗାମୀ ୫ ବର୍ଷରେ ଏହି ସିଟ୍ ବୃଦ୍ଧି କରାଯିବ। ସେହିଭଳି ସବୁ ସରକାରୀ ହସ୍ପିଟାଲରେ ରହିବ କ୍ୟାନସର ସେଣ୍ଟର୍। ଦେଶରେ ହେବ ୨୦୦ ଡେ କେୟାର ସେଣ୍ଟର୍। ପଞ୍ଜୀକୃତ ହେବେ ଦେଶର ସମସ୍ତ ଫୁଡ୍ ଡେଲିଭରି ବୟ।

ଜଳ ଜୀବନ ଯୋଜନା ଅବଧି ୨୦୨୮ ଯାଏଁ ବୃଦ୍ଧି ପାଇଲା। ଦେଶର ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଲକ୍ଷ୍ୟ ରଖି ଏହା ବୃଦ୍ଧି କରାଯାଇଥିବା କହିଛନ୍ତି ନିର୍ମଳା। ବଜେଟରେ ୫୦୦ ପର୍ଯ୍ୟଟନ ସ୍ଥଳୀର ବିକାଶ କରିବାକୁ ବ୍ୟବସ୍ଥା କରାଯାଇଥିବା ବେଳେ ଉଡାଣ ଯୋଜନାରେ ୧୨୦ଟି ସ୍ଥାନକୁ ସାମିଲ ପାଇଁ ଯୋଜନା ରହିଛି।

ଶରୀର ମଧ୍ୟରେ ପ୍ରକାଶ କରି ପାରୁ ନ ଥିବା ବ୍ୟକ୍ତିର ମାନସିକ ଭାବନାକୁ ପଢ଼ିହୁଏ

ଭୁବନେଶ୍ୱର, ୨୮/୧୨ (ଅର୍ପଣ ଆଦର୍ଶ): ମୋବାଇଲ ଓ ବୈଦ୍ୟୁତିକ ଯନ୍ତ୍ରପାତିରେ ଚିପ୍ ବ୍ୟବହାର କରାଯିବା ଆପଣ ଜାଣିଥିବେ। କିନ୍ତୁ ମଣିଷ ମୁଣ୍ଡରେ ବି ଲାଗିପାରିବ ଚିପ। ଏ କଥାଟି ଅନେକଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ। ଏ ଭଳି ଚିନ୍ତନ ପ୍ରଥମେ କରିଥିଲେ ବିଶ୍ବର ଅନ୍ୟତମ ଧନୀ ଏଲନ୍ ମସ୍କ। ଏହାକୁ ନ୍ୟୁରାଲିଙ୍କ୍ ବୋଲି ଅବିହିତ କରାଯାଇଛି।

ମାନସିକ ଅନଗ୍ରସର ଓ ଦିବ୍ୟଙ୍ଗଙ୍କ ମନର ଭାବନା ଓ କଥାକୁ ଜାଣିବା ପାଇଁ ଏଭଳି ଚିପ ଉଦ୍ଭାବନ କରିଥିଲେ ମସ୍କ୍। ଏହା ୨୦୧୬ ମସିହାରେ ଉଦ୍ଭାବନ କରିଥିଲେ ମଧ୍ୟ ଲୋକଲୋଚନକୁ ଆସିଥିଲା ୨୦୧୭ ମାର୍ଚ୍ଚରେ। ଏହି ଚିପର ଆକାର ଏକ ପାଉଣ୍ଡ କଏନ ଭଳି। ଯାହା ସ୍ନାୟୁ ସହ ସଂଯୋଗ କରାଯାଇଥାଏ। ଯାହାର ସଂଯୋଗ କମ୍ପ୍ୟୁଟର ସହ କରାଯାଇଥାଏ। ମଣିଷର ଯାହା କହିବାକୁ ଚାହେଁ ତାହା ପ୍ରକାଶ କରି ନ ପାରିଲେ ମଧ୍ୟ ନ୍ୟୁରୋ ଲିଙ୍କ୍ ମାଧ୍ୟମରେ ଜଣା ପଡ଼ିବ। କଥା କହିପାରୁ ନ ଥିବା ବା ମନର ଭାବନାକୁ ପ୍ରକାଶ କରିପାରୁ ନ ଥିବା ଦୃଷ୍ଟିହୀନ, ବଧିର ଓ ପକ୍ଷାଘାତ ରୋଗୀର ସମସ୍ୟାକୁ ଏହା ମାଧ୍ୟମରେ ଜାଣି ହୁଏ।
ତେବେ ଏହି ବିସିଆଇ (ବ୍ରେନ୍ କମ୍ପ୍ୟୁଟର ଇଣ୍ଟରଫେସ୍) ଭଳି କୂତ୍ରିମତାର ବ୍ୟବହାର କରିବାର ନକାରାତ୍ମକ ପ୍ରଭାବ ରହିଛି। ଯେମିତି ଏହା ମସ୍ତିଷ୍କ ସଂକ୍ରମଣ ସହ ରକ୍ତସ୍ରାବ ଏବଂ ଟିଶୁ ନଷ୍ଟ କରିବାର ଆଶଙ୍କା ରହିଛି।

ସେହିଭଳି ଏହାକୁ ଚାର୍ଜ କରିବା ପାଇଁ ବ୍ୟାଟେରୀ ସଂଯୋଗ ହୋଇଥିବାରୁ ଏହାର କୁପ୍ରଭାବ ମୁଣ୍ଡ ବା ଶରୀର ଉପରେ ପକାଇ ପରେ। ଏହି ଚିପ ବିଶ୍ବର ଦୁଇଜଣଙ୍କ କ୍ଷେତ୍ରର ଏପର୍ଯ୍ୟନ୍ତ ବ୍ୟବହାର କରାଯାଇଛି। ଏହା ଆମେରିକାର ୨୯ ବର୍ଷୀୟ ଯୁବକ ନୋଲାଣ୍ଡ ଆର୍ବଘ୍ ଏବଂ ଆଲେକ୍ସଙ୍କ ମସ୍ତିଷ୍କରେ ବ୍ୟବହାର କରାଯାଇଛି। ନୋଲାଣ୍ଡ ସ୍ନାୟୁ ଜନିତ ସମସ୍ୟା ଯୋଗୁଁ ପକ୍ଷାଘାତ ଆକ୍ରାନ୍ତ ଥିବା ବେଳେ ଆଲେକ୍ସ ମେରୁଦଣ୍ଡ ଜନିତ ସମସ୍ୟା ଯୋଗୁଁ ପକ୍ଷାଘାତ ଶିକାର ହୋଇଥିଲେ। ତେବେ ଆଲେକ୍ସ୍ ଏହା ମାଧ୍ୟମରେ କମ୍ପ୍ୟୁଟର ମାଧ୍ୟମରେ ଖେଳି ପାରୁଥିଲେ।