ଜଣେ ମୁଖ୍ୟମନ୍ତ୍ରୀ ନବବିବାହିତ ଦମ୍ପତିଙ୍କୁ ଶୀଘ୍ର ସନ୍ତାନ ଜନ୍ମ ପାଇଁ ପରାମର୍ଶ ଦେଇଛନ୍ତି। କାରଣ ଅଧିକ ସନ୍ତାନ ଜନ୍ମ ହେଲେ ଜନସଂଖ୍ୟା ଦୃଷ୍ଟିରୁ ଲୋକସଭା ଆସନ ସଂଖ୍ୟା କମିଯିବ ଓ ଏହାଦ୍ବାରା ଦେଶରେ ରାଜ୍ୟର ଅଂଶୀଦାର ବୃଦ୍ଧି ହେବ। ତେଣୁ ତୁରନ୍ତ ସନ୍ତାନ ଜନ୍ମ କରି ଲୋକସଭା ଆସନ ସଂଖ୍ୟା ବଜାୟ ରଖିବା ପାଇଁ ପରାମର୍ଶ ଦେଇଛନ୍ତି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ

ସୋମବାର ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେଇ ଷ୍ଟାଲିନ ଏଭଳି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦକ୍ଷିଣ ଭାରତର ଲୋକେ ପରିବାର ନିୟୋଜନକୁ ଉପଯୁକ୍ତ ଭାବେ ଆପଣେଇଛନ୍ତି। କିନ୍ତୁ ଏହାଦ୍ବାରା ଦକ୍ଷିଣ ଭାରତରେ ଜନସଂଖ୍ୟା ଯେଉଁଭଳି ଭାବେ ବଢିବା କଥା ବଢ଼ୁନାହିଁ। ନିକଟରେ ଶେଷରେ ଜନଗଣନା ହେବାକୁ ଯାଉଛି। ଏଥିରେ ଯଦି ତାମିଲନାଡୁର ଲୋକ ସଂଖ୍ୟା ଆଶାଜନକ ବୃଦ୍ଧି ନ ହେବ ତାହେଲେ ଅତି କମରେ ରାଜ୍ୟକୁ ୮ ଟି ଲୋକସଭା ଆସନ ହରାଇବାକୁ ପଡ଼ିବ ବୋଲି ଷ୍ଟାଲିନ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, କେବଳ ସନ୍ତାନ ଜନ୍ମ କଲେ ହେବନି। ସେମାନଙ୍କ ନାମକରଣ ମଧ୍ୟ ତାମିଲ ଭାଷାରେ କରାଯାଉ।
ଦକ୍ଷିଣ ଭାରତୀୟଙ୍କ ଆକଳନ ଅନୁଯାୟୀ ୨୦୨୬ ରେ ଭାରତର ଜନସଂଖ୍ୟା ୧୪୧ କୋଟି ପାର୍ କରିବ। ଫଳରେ ଲୋକସଭା ଆସନ ସଂଖ୍ୟା ମଧ୍ୟ ୫୪୩ରୁ ୭୫୩କୁ ବୃଦ୍ଧି ହେବ। ଯଦି ଜନସଂଖ୍ୟା ବୃଦ୍ଧି ନ ହେବ ତେବେ ଅନ୍ୟ ରାଜ୍ୟ ତୁଳନାରେ ତାମିଲନାଡୁକୁ ପଛରେ ପଡ଼ିବାକୁ ହେବ।