ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝିଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ କରାଯାଇଛି। ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି। ମୋଟ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ଉପସ୍ଥାପନ କରାଯାଇଛି।
ବଜେଟର ପ୍ରଥମ ଭାଗରେ କୃଷି କ୍ଷେତ୍ର ପାଇଁ ୩୭,୮୩୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହା ଚଳିତ ଆର୍ଥିକ ବର୍ଷ ତୁଳନାରେ ୧୨ ପ୍ରତିଶତ ଅଧିକ।
କୃଷି ଓ କୃଷକଙ୍କ ସଶକ୍ତୀକରଣ ଦିଗରେ ସରକାର ୧୪, ୭୦୧ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ସମୃଦ୍ଧ କୃଷକ ଯୋଜନାରେ ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ତୁଳନାରେ ଅଧିକ ଅର୍ଥ ଇନପୁଟ ସହାୟତା ଆକାରରେ ପ୍ରଦାନ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଥିବା ବେଳେ ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛି ୩୧୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଖରିଫ ଋତୁରେ ଫେବ୍ରୁଆରି ୧୫ ସୁଦ୍ଧା ମୋଟ ୪୫୦୦ କୋଟିରୁ ଅଧିକ ଟଙ୍କା ପ୍ରଦାନ କରିସାରିଛନ୍ତି। ସିଏମ କିଶାନ ଲାଗି ୨୦୨୫-୨୬ ଆର୍ଥିକ ବର୍ଷରେ ମୋଟ ୨୦୨୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ୧.୮୦ ଲକ୍ଷଙ୍କ କୃଷକଙ୍କୁ ଆଳୁ ମିଶନରେ ସାମିଲ କରାଯାଇଛି। ଏହି ମିସନରେ ଚଳିତ ରବି ଋତୁରେ ମୋଟ ୧ ଲକ୍ଷ ୬୦ ହଜାର କ୍ୱିଣ୍ଟାଲ ଆଳୁ ବିହନ ଯୋଗାଇଦିଆଯାଇଛି। ଫସଲ ବିବିଧତା ପାଇଁ ୬୯୫ କୋଟି ଟଙ୍କା ବ୍ୟୟ କରାଯିବ। ସେହିଭଳି ରାଜ୍ୟ ସରକାର ୨୫୨ କୋଟି ଟଙ୍କାର ବ୍ୟୟରେ ରାଜ୍ୟର ୫୮ଟି ଉପଖଣ୍ଡରେ ଶୀତଳଭଣ୍ଡାର ସ୍ଥାପନ କରିବାକୁ ଯୋଜନା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।