ଆଇପିଏସଙ୍କୁ ମହଙ୍ଗା ପଡ଼ିଲା ଦ୍ଵିତୀୟ ବିବାହ। ଯେଉଁଥିପାଇଁ ଜଣେ ବରିଷ୍ଠ ପୁଲିସ୍  ଅଧିକାରୀଙ୍କୁ ପ୍ରମୋସନ୍ ବଦଳରେ ଡିମୋସନ୍ ହେବାକୁ ପଡ଼ିଛି

ଜଣେ ପୁଲିସ ଅଧିକାରୀଙ୍କୁ ପ୍ରମୋଶନ ବଦଳରେ ଡିମୋସନ୍ କରାଯାଇଛି। ଅଧିକାରୀ ଜଣଙ୍କ ହେଉଛନ୍ତି ୨୦୦୯ ବ୍ୟାଚ ରାଜସ୍ଥାନ କ୍ୟାଡର ଆଇପିଏସ୍‌ ପଙ୍କଚ କୁମାର ଚୌଧୁରୀ। ଦ୍ଵିତୀୟ ବିବାହ କରି ପରିବାର ଆଇନରେ ଛନ୍ଦି ହୋଇ ପଡିଥିବା ପଙ୍କଜଙ୍କୁ ୩ ବର୍ଷ ତଳ ପାହ୍ୟାକୁ ଡିମୋସନ୍ କରାଯାଇଛି। ଉଚ୍ଚ ପଦସ୍ଥ ଅଧିକାରୀମାନେ ତାଙ୍କ ପଦ ହ୍ରାସ କରିଛନ୍ତି। ପୂର୍ବରୁ ସେ ଲେଭଲ ୧୧ ସିନିୟର ପେ ସ୍କେଲରେ ରହିଥିଲେ। କିନ୍ତୁ ଏବେ ୩ ବର୍ଷ ପାଇଁ ସେ ଲେଭଲ ୧୦ ଜୁନିୟର ପେ ସ୍କେଲରେ ରହିବେ। ଲେଭଲ ୧୦ ଜୁନିୟର ପେ ସ୍କେଲରେ ନୂଆ ଆଇପିଏସ୍‌ମାନଙ୍କୁ ରଖାଯାଇଥାଏ। ରାଜସ୍ଥାନରେ ପ୍ରଥମଥର ପାଇଁ କୌଣସି ଆଇପିଏସ୍‌ଙ୍କୁ ଏପରି ଡିମୋସନ ହେବାକୁ ପଡ଼ିଛି। ପଙ୍କଜ କୁମାର ଚୌଧୁରୀ ପ୍ରଥମେ ଜଣେ ମହିଳାଙ୍କୁ ବର୍ଷ ତଳେ ବିବାହ କରିଥିଲେ। ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ନ ଦେଇ ସେ ଦ୍ୱିତୀୟ ବିବାହ କରିଥିବା ଜଣା ପଡିଛି।
ପ୍ରାୟ ୪ ବର୍ଷ ତଳେ ତାଙ୍କ ପାରିବାରିକ ବିବାଦ ମାମଲା ପ୍ରଥମେ ରାଜସ୍ଥାନ ହାଇକୋର୍ଟକୁ ଯାଇଥିଲା। ପରେ ଏହା ସୁପ୍ରିମକୋର୍ଟ ଯାଇଥିଲା। କୋର୍ଟ ଆଇପିଏସ୍‌ ଅଧିକାରୀଙ୍କ ସପକ୍ଷରେ ଗୋଟିଏ ରାୟ ମଧ୍ୟ ଦେଇଥିଲେ।  କିନ୍ତୁ ଉଚ୍ଚ ପଦସ୍ଥ ଅଧିକାରୀ ତାଙ୍କୁ ଡିମୋସନ କରିଛନ୍ତି ତାହା ଜଣା ପଡିନାହିଁ।