ସାଇବର ଲୁଟେରାଙ୍କୁ ଧର୍ମ ସହିବନି। କର୍ଣ୍ଣାଟକ ବେଲଗାବୀରେ ଏକ ବରିଷ୍ଠ ନାଗରିକଙ୍କ ଠାରୁ ସାଇବର ଠକମାନେ ୫୦ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଏଥିରେ ମ୍ରିୟମାଣ ହୋଇ ଦମ୍ପତି ଶେଷରେ ଆତ୍ମହତ୍ୟା କରିଛନ୍ତି।
ଖବର ନେବାରୁ ଜଣାପଡ଼ିଛି ୮୩ବର୍ଷୀୟ ଡିଆଙ୍ଗୋ ନଜରତ ପୂର୍ବରୁ ମହାରାଷ୍ଟ୍ର ମନ୍ତ୍ରାଳୟରେ କାର୍ଯ୍ୟ କରୁଥିଲେ। ଚାକିରିରୁ ଅବସର ପରେ ତାଙ୍କ ୭୯ ବର୍ଷୀୟ ପତ୍ନୀ ପ୍ଲେବିୟାନାଙ୍କ ସହ କର୍ଣ୍ଣାଟକର ବେଲଗାବୀରେ ଥିବା ନନ୍ଦଗଡ ଗାଁରେ ରହୁଥିଲେ। ସେମାନଙ୍କର ପାଖରେ କୌଣସି ସମ୍ପର୍କୀୟ ନଥିଲେ।
ଦିଲ୍ଲୀ କ୍ରାଇମ୍ ବ୍ରାଞ୍ଚର ଅଧିକାରୀ ବୋଲି ପରିଚୟ ଦେଇ ବୃଦ୍ଧ ଦମ୍ପତିଙ୍କ ସହ ଯୋଗାଯୋଗ କରିଥିଲେ। ଏକ ଭିଡିଓ କଲ୍ ମଧ୍ୟ କରାଯାଇଥିଲେ ଏବଂ ତାଙ୍କୁ ମିଥ୍ୟା ମାମଲାରେ ଫସାଇ ଦିଆଯିବାକୁ ଧମକ ଦେଇଥିଲେ ଠକ। ଠକମାନେ କହିଥିଲେ ଯେ ତାଙ୍କର ମୋବାଇଲ୍ ଆଇଡି ଏବଂ ଡକ୍ୟୁମେଣ୍ଟଗୁଡ଼ିକ କୌଣସି ଅପରାଧିକ କାର୍ଯ୍ୟକଳାପରେ ବ୍ୟବହାର କରାଯାଇଛି ଏବଂ ତାଙ୍କୁ ୫ଲକ୍ଷ ଜରିମାନା ଦେବାକୁ କହିଥିଲେ। ଭୟଭୀତ ଦମ୍ପତି ଠକମାନଙ୍କୁ ଏହି ପରିମାଣ ଦେଇଥିଲେ। କିନ୍ତୁ ଏହା ପରେ ଧମକ ଦେଇ ଅଧିକ ଟଙ୍କା ଦାବି କରିଚାଲିଥିଲେ ଲୁଟେରା। ଠକମାନେ ବିଭିନ୍ନ ବାହାନାରେ ତାଙ୍କଠାରୁ ୫୦ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିଲେ। ବାରମ୍ବାର ଧମକ ପାଇ ଏବଂ ଏତେ ଟଙ୍କା ହରାଇବା ପରେ ଚାପଗ୍ରସ୍ତ ହୋଇ ଜୀବନ ହାରିଥିଲେ ଦମ୍ପତି।

ଏଯାଏଁ ମିଳିଲାଣି ହଜାରେ ମୃତଦେହ