ବିମାନବନ୍ଦର ନିକଟରେ ବିସ୍ଫୋରକ ଲୁଚାଇ ରଖାଯାଇଛି। ତୁରନ୍ତ ବିମାନବନ୍ଦର ଖାଲି କରନ୍ତୁ। ଏଭଳି ଏକ ଧମକପୂର୍ଣ୍ଣ ମେଲ୍ ଆସିବା ପରେ ଉତ୍ତରପ୍ରଦେଶ ପୁଲିସର ନିଦ ହଜି ଯାଇଛି।
ଏ ନେଇ ବିମାନବନ୍ଦରର ମୁଖ୍ୟ ସୁରକ୍ଷା ଅଧିକାରୀ ସୁକୀର୍ତ୍ତି ନିଗମ ଶାହଗଞ୍ଜ ପୁଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି। ଭାରତର ଅନ୍ୟ ବିମାନବନ୍ଦରଗୁଡିକୁ ମଧ୍ୟ ଏଭଳି ମେଲ୍ ପଠାଯାଇଛି। ଆଗ୍ରା ପୁଲିସ ଷ୍ଟେସନ ଶାହଗଞ୍ଜ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। “ରୋଡକିଲ୍ ଏବଂ କ୍ୟୋ’ ଆତଙ୍କବାଦୀ ଆକ୍ରମଣର ଦାୟିତ୍ୱ ନେଇଥିବା ମେଲରେ ଉଲ୍ଲେଖ ରହିଛି।
ଏ ସମ୍ପର୍କରେ ଆଗ୍ରା ବିମାନବନ୍ଦରର ମୁଖ୍ୟ ସୁରକ୍ଷା ଅଧିକାରୀ ସୁକୀର୍ତ୍ତି ନିଗମ ଅଭିଯୋଗରେ କହିଛନ୍ତି, ‘ଆମକୁ ମିଳିଥିବା ଧମକରେ କୁହାଯାଇଛି ବିମାନବନ୍ଦରରେ ଶକ୍ତିଶାଳୀ ବିସ୍ଫୋରକ ଉପକରଣ ଲୁଚାଇ ରଖାଯାଇଛି। ଆପଣଙ୍କୁ ତୁରନ୍ତ ବିମାନବନ୍ଦର ଖାଲି କରିବାକୁ ହେବ। ନଚେତ ଅନେକ ଯାତ୍ରୀଙ୍କ ଜୀବନ ଜୀବନ ଚାଲିଯିବ ବୋଲି ଉଲ୍ଳେଖ କରାଯାଇଛି।
ଏହି ସମ୍ପୂର୍ଣ୍ଣ ମାମଲା ସମ୍ପର୍କରେ ଡିସିପି ସୋନମ କୁମାର କହିଛନ୍ତି ଯେ ରବିବାର ମୁଖ୍ୟ ସୁରକ୍ଷା ଅଧିକାରୀ ଏକ ଅଭିଯୋଗ କରିଥିଲେ। ଯେଉଁଥିରେ ଆଗ୍ରା ବିମାନବନ୍ଦରକୁ ବୋମାରେ ଉଡ଼ାଇ ଦେବା ପାଇଁ ଏକ ଧମକପୂର୍ଣ୍ଣ ମେଲ୍ ମିଳିଥିବାର ସୂଚନା ଦେଇଥିଲେ। ଯେଉଁ ଇମେଲ୍ ଠିକଣାରୁ ଏହି ମେଲ୍ ପଠାଯାଇଛି ତାହା ଠାବ କରାଯାଉଛି, ଖୁବ୍ ଶୀଘ୍ର ଅପରାଧୀମାନଙ୍କୁ ପୁଲିସ କାବୁ କରିବ।
ଅପରପକ୍ଷେ ତାଜମହଲର ପାର୍କିଂ ନିକଟରେ ମଧ୍ୟ ଗୁଳିବିନିମୟ ହୋଇଛି। ଗୁଳି ଫୁଟିବା ଶବ୍ଦ ଶୁଣି ପର୍ଯ୍ୟଟକଙ୍କ ମଧ୍ୟରେ କୋକୁଆଭୟ ଖେଳି ଯାଇଥିଲା। ତାଜମହଲର ପାର୍କିଂ ନିକଟରେ ଏକ କାରରେ ଥିବା ଦୁଇଜଣ ଯୁବକ ଏହି ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ଗୁଳି ଚଳାଇବା ପରେ ଉଭୟ ଯୁବକ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ପୁଲିସ ସେମାନଙ୍କୁ ଧରିବା ପାଇଁ ତଦନ୍ତ କରୁଥିବା ଜଣାପଡ଼ିଛି।