ସାରା ଦେଶରେ ଏବେ ବେୱଫା ସୋନମ୍ଙ୍କୁ ନେଇ ଚର୍ଚ୍ଚା। ହନିମୁନ୍ରେ ଯାଇ ସ୍ୱାମୀଙ୍କୁ ହତ୍ୟା କରିବା ଭଳି ଜଘନ୍ୟ ଘଟଣା ଏବେ ଦେଶରେ ଅନେକଙ୍କୁ ବିସ୍ମିତ କରିଥିବା ବେଳେ ସାରାଦେଶରେ ଏବେ ଏହି ମର୍ଡର ମିଷ୍ଟ୍ରୀ ଟ୍ରେଣ୍ଡ କରୁଛି।
ହନିମୁନ୍ରେ ଯାଇଥିବା ରାଜା ଓ ସୋନମଙ୍କୁ ଶେଷ ଥର ପାଇଁ ମେ’ ୨୩ରେ ମେଘାଳୟର ନୋଙ୍ଗ୍ରିଟ ଗାଁରେ ଥିବା ଶିପ୍ରା ହୋମଷ୍ଟେରୁ ଚେକ ଆଉଟ କରିବା ବେଳେ ଦେଖିବାକୁ ମିଳିଥିଲା।
ଗତ ଜୁନ ୨ ତାରିଖରେ ରାଜାଙ୍କ ମୃତଦେହ ମଳିଥିବା ବେଳେ ସୋନମଙ୍କୁ ଏହାର ସପ୍ତାହକ ପରେ ଉତ୍ତର ପ୍ରଦେଶର ଗାଜିପୁରରୁ ଠାବ କରାଯାଇଛି। ସୋନମ ଓ ତାଙ୍କ ପ୍ରେମିକ ରାଜ କୁଶୱା ମିଳିତ ଭାବେ ଆକାଶ, ଆନନ୍ଦ ଓ ବିକାଶଙ୍କୁ ଟଙ୍କା ଦେଇ ରାଜାଙ୍କୁ ହତ୍ୟା କରିଥିବା କୁହାଯାଉଛି।
ପୂରା ଘଟଣାକୁ ଅନୁଧ୍ୟାନ କଲେ ଯାହା ଜଣାପଡେ଼, ମେ’ ୧୧ ତାରିଖରେ ରାଜାଙ୍କୁ ବାହା ହେବାର ମାତ୍ର କିଛି ଦିନ ପରେ ସୋନମ ତାଙ୍କୁ ହତ୍ୟା କରିବା ପାଇଁ ପ୍ରେମିକ ରାଜ୍ ସହ ଯୋଜନା କରିଥିଲେ। ବାହାଘରର ୯ ଦିନ ପରେ ସୋନମ ଓ ରାଜା ମେଘାଳୟକୁ ହନିମୁନ ଟ୍ରିପରେ ଯାଇଥିଲେ। ଦିନକ ପରେ ସେମାନେ ମେଘାଳୟର ରାଜଧାନୀ ଶିଲଂରେ ପହଞ୍ଚିଥିଲେ।
ମେ’ ୨୧ ତାରିଖରେ ରାଜର ପିଲା ଦିନର ବନ୍ଧୁ ଆକାଶ, ଆନନ୍ଦ ଓ ବିକାଶ ଇନ୍ଦୋରରୁ ରାଜାଙ୍କୁ ହତ୍ୟା କରିବା ପାଇଁ ଗୌହାଟୀ ଆସିଥିଲେ। ସେଠାରୁ ସେମାନେ ଶିଲଂ ଗସ୍ତ କରିଥିଲେ। ହତ୍ୟାକାଣ୍ଡ ମେ’ ୨୩ରେ ହୋଇଥିଲା।
ଅପରାଧ ଘଟିଥିବା ସ୍ଥାନରୁ ୧୦ କିମି ଦୂରରେ ସୋନମକୁ ଦେଖିବାକୁ ମିଳିଥିଲା।

ଏହାପୂର୍ବରୁ ରାଜାଙ୍କୁ ହତ୍ୟା କରାଯାଇ ସାରିଥିଲା। ସୋନମ ନିଜେ ହିଁ ୩ ସୁପାରୀ କିଲର୍ଙ୍କୁ ଚିତ୍କାର କରି ରାଜାଙ୍କୁ ମାରିବାକୁ ନିର୍ଦ୍ଦେଶ ଦେଇଥିଲେ। ହତ୍ୟାକାଣ୍ଡ ପରେ ସୋନମ ଓ ୩ ହତ୍ୟାକାରୀ ଘଟଣାସ୍ଥଳର ୧୧ କିମି ଦୂରରେ ଏକାଠି ହୋଇଥିଲେ।
ରାଜ ମେଘାଳୟ ଯାଇ ନଥିଲେ। କିନ୍ତୁ ସେ ନିୟମିତ ଭାବେ ସୋନମ ଯୋଗାଯୋଗରେ ଥିଲେ। ସୋନମ ସେଠାରୁ ଗୁହାଟୀ ଯାଇଥିଲେ। ଗୁହାଟୀରୁ ଟ୍ରେନ ଯୋଗେ ଇନ୍ଦୋରରେ ପହଞ୍ଚିଥିଲେ। ମେ’ ୨୫ରେ ସେ ଇନ୍ଦୋରରେ ପହଞ୍ଚି ରାଜଙ୍କୁ ଦେଖା ହୋଇଥିଲେ। ରାଜ ତାଙ୍କ ପାଇଁ ଭଡାରେ ରହିବାକୁ ଗୋଟିଏ ରୁମ ବ୍ୟବସ୍ଥା କରିଥିଲେ। କିନ୍ତୁ ଦୁଇ ଜଣ ଏକାଠି ରହି ନଥିଲେ। ରାଜ ନିକଟସ୍ଥ ହୋଟେଲରେ ରହିଥିଲେ।
ପରବର୍ତ୍ତୀ ଅବସ୍ଥାରେ ରାଜ ଓ ତାଙ୍କର ସହଯୋଗୀମାନେ ସୋନମଙ୍କ ପାଇଁ ଗୋଟିଏ କାରର ବ୍ୟବସ୍ଥା କରିଥିଲେ। ଉକ୍ତ କାରରେ ସେ ଉତ୍ତର ପ୍ରଦେଶ ଯାଇଥିଲେ। ଜୁନ ୮ ବିଳମ୍ବିତ ରାତିରେ ସୋନମ ବେଶ ଯୋଜନାବଦ୍ଧ ଭାବେ ନିଜେ ପୀଡିତା ବୋଲି ସମସ୍ତଙ୍କୁ ଜଣାଇବା ପାଇଁ ଗାଜିପୁର ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଥିଲେ। ପୁଲିସ୍ ନିକଟରେ ସୋନମ ନିଜକୁ ପୀଡିତା ଭାବେ ଚିତ୍ରିତ କରିଥିଲେ। ତାଙ୍କୁ ନିଶା ଦିଆଯାଇ ଏଠାକୁ ଅଣାଯାଇଥିବା ସେ ଦାବି କରିଥିଲେ।
ସୋନମ ଏକଥା ନିଜ ପରିବାର ଲୋକଙ୍କୁ ମଧ୍ୟ ଅବଗତ କରିଥିଲେ। ସୋମବାର ଭୋର ପ୍ରାୟ ୩ଟା ବେଳେ ସୋନମ ନିଜ ପରିବାର ଲୋକଙ୍କୁ ଫୋନ କରି ସେ ଗାଜିପୁର-ବାରାଣସୀ ରୋଡରେ ଥିବା ଗୋଟିଏ ଢାବାରେ ରହିଥିବା ଜଣାଇଥିଲେ। ତାଙ୍କ ପରିବାର ତୁରନ୍ତ ଏସମ୍ପର୍କରେ ମଧ୍ୟପ୍ରଦେଶ ପୁଲିସକୁ ଅବଗତ କରାଇଥିଲେ। ମଧ୍ୟପ୍ରଦେଶ ପୁଲିସ୍ ଉତ୍ତର ପ୍ରଦେଶ ପୁଲିସ ଓ ଉତ୍ତର ପ୍ରଦେଶ ପୁଲିସ୍ ସ୍ଥାନୀୟ ପୁଲିସକୁ ଜଣାଇବାରୁ ସୋନମ ଗିରଫ ହୋଇଥିଲେ।