TT Ads

ବିଦ୍ୟୁତ ଶୁଳ୍କ ବୃଦ୍ଧି ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି)। ଚର୍ଚ୍ଚା, ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ଶେଷରେ କୌଣସି ବିଦ୍ୟୁତ ଶୁଳ୍କ ବୃଦ୍ଧି ହେବନାହିଁ ବୋଲି ଓଇଆର୍‌ସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି

ସୋମବାର ରାଜ୍ୟର ବିଦ୍ୟୁତ୍‌ ଗ୍ରାହକମାନଙ୍କୁ ଆର୍ଥିକ ଆଶ୍ୱସ୍ତି ପ୍ରଦାନ କରିବା ଉଦ୍ଦେଶ୍ୟରେ ଅନେକ ଗ୍ରାହକ ଅନୁକୂଳ ପଦକ୍ଷେପ ଘୋଷଣା କରିଛି।
ଓଇଆର୍‌ସିର ଘୋଷଣା ଅନୁଯାୟୀ, ୨ କିଲୋୱାଟ ପର୍ଯ୍ୟନ୍ତ ସଂଯୁକ୍ତ ଲୋଡ୍‌ ସହିତ ସ୍ମାର୍ଟ ମିଟର ବ୍ୟବହାର କରୁଥିବା ଉପଭୋକ୍ତାମାନେ ମାସିକ ମିଟର ଭଡ଼ା ବାବାଦରେ ଦେଉଥିବା ୬୦ ଟଙ୍କା ଲେଖାଏଁ ଦେବାରୁ ମୁକ୍ତ ହେବେ।
କିନ୍ତୁ ଯେଉଁମାନେ ୨ କିଲୋୱାଟ୍‌ରୁ ଅଧିକ ବିଦ୍ୟୁତ ବ୍ୟବହାର କରିବେ ସେମାନଙ୍କ ପାଇଁ ଏହି ଦେୟ ଲାଗୁ କରାଯିବ। ଏହି ପଦକ୍ଷେପ ଦ୍ୱାରା ବହୁ ସଂଖ୍ୟକ ଘରୋଇ ଉପଭୋକ୍ତା ଉପକୃତ ହେବେ। ଯାହା ସେମାନଙ୍କର ସାମଗ୍ରିକ ବିଦ୍ୟୁତ୍‌ ଖର୍ଚ୍ଚ ହ୍ରାସ କରିବ ବୋଲି ଆଶା କରାଯାଉଛି। ଏହା ସହିତ, ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ପାଇଁ, ଡିଜିଟାଲ ପେମେଣ୍ଟ ପଦ୍ଧତି ମାଧ୍ୟମରେ ପୈଠ କରାଯାଇଥିବା ବିଦ୍ୟୁତ ବିଲ୍‌ ଉପରେ ୪% ରିହାତି ମିଳି।
ଏହି ପଦକ୍ଷେପର ଲକ୍ଷ୍ୟ ନଗଦହୀନ କାରବାରକୁ ଉତ୍ସାହିତ କରିବା ଏବଂ ଗ୍ରାହକମାନଙ୍କ ପାଇଁ ପେମେଣ୍ଟ ପ୍ରକ୍ରିୟାକୁ ସହଜ କରିବା। ସୂଚନାଯୋଗ୍ୟ, ୨୦୨୧-୨୨ ପରଠାରୁ ବିଦ୍ୟୁତ ଶୁଳ୍କରେ କୌଣସି ବୃଦ୍ଧି ହୋଇନାହିଁ।

ପୁଲିସ ନକଲି; ଠକେଇ ଅସଲି

TT Ads

Leave a Reply

Your email address will not be published. Required fields are marked *